ହେଡଲାଇନସ୍:

`ମାଲକାନଗିରିରେ ନାବାଳିକା ଚାଲାଣ ଉଦ୍ୟମ ପଣ୍ଡ:4 ଜଣ ଉଦ୍ଧାର ପରେ , ଶ୍ରମ ବିଭାଗର ନୀରବତା ଉପରେ ପ୍ରଶ୍ନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ବିଜୟୱାଡା ଯାଉଥିଲା ସାଇ କୃଷ୍ଣାନାମକ ଘରୋଇ ବସ |

  • ଵସ ରେ ବସିଥିଲେ 4 ନାବାଳିକା ଚାଇଲ୍ଡଲାଇନ 1098 ଚଢ଼ାଉରେ ପର୍ଦ୍ଦାଫାଶ |

  • CWC କହିଲା- ପିଲା ସୁରକ୍ଷିତ

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲାରେ ସରକାରଙ୍କ ବିକାଶ ଦାବିକୁ ଚ୍ୟାଲେଞ୍ଜ କରୁଥିବା ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଭୋକ-ଉପାସ ଓ ଗରିବୀରୁ ବଞ୍ଚିବାକୁ 4 ଜଣ ନାବାଳିକା ଦାଦନ ଶ୍ରମିକ ଭାବେ ଆନ୍ଧ୍ରପ୍ରଦେଶ ଯାଉଥିବା ବେଳେ ଚାଇଲ୍ଡଲାଇନ 1098 ଟିମ ସେମାନଙ୍କୁ ଉଦ୍ଧାର କରିଛି।


ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଅର୍ଥାତ ୨୮/୬ ରାତ୍ର ୮ ଘଟିକା ସମୟରେ DNK ଛକ ଥାନା ଅନ୍ତର୍ଗତ ଅଞ୍ଚଳ ଦେଇ ବିଜୟୱାଡା ‘ସାଇ କୃଷ୍ଣା’ ନାମକ ଏକ ଘରୋଇ ବସ ଯାଉଥିଲା। ଚାଇଲ୍ଡଲାଇନ 1098 କୁ ଏହି ବସରେ ନାବାଳିକା ଚାଲାଣ ହେଉଥିବା ଗୁଇନ୍ଦା ସୂଚନା ମିଳିଥିଲା। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚାଇଲ୍ଡଲାଇନ ଟିମ ପୋଲିସ ସହାୟତାରେ DNK ଛକରେ ବସକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ବସ ଭିତରୁ 4 ଜଣ ନାବାଳିକାଙ୍କୁ ଠାବ କରାଯାଇଥିଲା। ସେମାନଙ୍କୁ ତୁରନ୍ତ ବସରୁ ଓହ୍ଲାଇ ଉଦ୍ଧାର କରାଯାଇଛି।

CWC ଙ୍କ ପ୍ରତିକ୍ରିୟା:
ଏ ସମ୍ପର୍କରେ ମାଲକାନଗିରି Child Welfare Committee (CWC) ର ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, “ଉଦ୍ଧାର ହୋଇଥିବା 4 ଜଣ ନାବାଳିକା ବର୍ତ୍ତମାନ ଆମ ହେପାଜତରେ ସମ୍ପୂର୍ଣ ସୁରକ୍ଷିତ ଅଛନ୍ତି। POCSO Act ଅନୁଯାୟୀ ସେମାନଙ୍କ ପରିଚୟ ଗୋପନ ରଖାଯାଇଛି। ପିଲାମାନଙ୍କର ମେଡିକାଲ ଯାଞ୍ଚ ଓ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ପୋଲିସ ଦଲାଲମାନଙ୍କୁ ଧରିବାକୁ ତଦନ୍ତ ଚଳାଇଛି।”

ଶ୍ରମ ବିଭାଗର ନୀରବତା:
ଏହି ଗମ୍ଭୀର ଘଟଣାରେ ସବୁଠୁ ବଡ଼ ପ୍ରଶ୍ନ ଉଠିଛି ଜିଲ୍ଲା ଶ୍ରମ ବିଭାଗର ଭୂମିକାକୁ ନେଇ। ଏ ସମ୍ପର୍କରେ ଶ୍ରମ ବିଭାଗ ଅଧିକାରୀଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। ସେ କହିଛନ୍ତି, “ମୁଁ ଏ ବିଷୟରେ କିଛି କହିପାରିବିନି।” ଶ୍ରମ ବିଭାଗର ଏହି ନିଷ୍କ୍ରିୟତା ଓ ନୀରବତାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

*ଉଠୁଛି ବଡ଼ ପ୍ରଶ୍ନ ଉଠୁଛି
1. ଜିଲ୍ଲାରେ ଶ୍ରମ ବିଭାଗ ଥାଇ ମଧ୍ୟ ନାବାଳିକାମାନେ କାହିଁକି ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି?
2. ଗ୍ରାମାଞ୍ଚଳରେ ଶିଶୁ ଶ୍ରମ ଓ ମାନବ ଚାଲାଣ ବିରୋଧରେ ସଚେତନତା କାର୍ଯ୍ୟକ୍ରମ କାହିଁକି ହେଉନାହିଁ?
3. ବିଜୟୱାଡା ଚିଂଗୁଡି କମ୍ପାନୀର ମାଲିକ ଓ ଏହି ରାକେଟର ମାଷ୍ଟରମାଇଣ୍ଡ କିଏ?
4. ସାଇ କୃଷ୍ଣା ବସ ମାଲିକ ଓ ଡ୍ରାଇଭରଙ୍କ ଭୂମିକା କ’ଣ?

*ଆଇନଗତ ଦିଗ ଦୃଷ୍ଟି ରୁ *
POCSO Act, 2012 ଓ Immoral Traffic (Prevention) Act, 1956 ଅନୁଯାୟୀ ନାବାଳିକା ଚାଲାଣ ଏକ ସଙ୍ଗୀନ ଅପରାଧ। ଏଥିରେ ଦୋଷୀ ସାବ୍ୟସ୍ତ ହେଲେ 7 ବର୍ଷରୁ ଆଜୀବନ କାରାଦଣ୍ଡ ସହିତ ମୋଟା ଅଙ୍କର ଜରିମାନା ହୋଇପାରେ।

ଜିଲ୍ଲାପାଳ ଓ SP ମାଲକାନଗିରି ତୁରନ୍ତ ହସ୍ତକ୍ଷେପ କରି ଏହି ମାନବ ଚାଲାଣ ରାକେଟର ଚେର ଖୋଜି ସମସ୍ତ ଦୋଷୀଙ୍କୁ ଗିରଫ କରନ୍ତୁ ଓ ଶ୍ରମ ବିଭାଗକୁ ଅଧିକ ସକ୍ରିୟ କରି ଗ୍ରାମାଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ କୁ ସୁଦୃଢ କରିବାକୁ ବୁଦ୍ଧିଜୀବୀ ଓ ସମାଜସେବୀମାନେ ଦାବି କରିଛନ୍ତି |

0
0
0
s2sdefault