ହେଡଲାଇନସ୍:

ତ୍ରିନାଥ ଗୁଆଲଙ୍କ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଦାବିରେ ନବୀନଙ୍କୁ ହରିଶ ଗଣତ୍ରାଙ୍କ ପତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା, ୨୯/୬: ଝାରସୁଗୁଡ଼ାର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବାର୍ ଆସୋସିଏସନ୍ ସଭାପତି ସ୍ୱର୍ଗତ ତ୍ରିନାଥ ଗୁଆଲଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ଓ ନିରପେକ୍ଷ ତଦନ୍ତ ଦାବି ଜୋର ଧରିଛି। ଏହି ପ୍ରସଙ୍ଗରେ ବିଜୁ ଜନତା ଦଳର ଝାରସୁଗୁଡ଼ା ଜିଲ୍ଲା ସଭାପତି ହରିଶ ଗଣତ୍ରା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖି ଘଟଣାର ସଠିକ୍ ତଦନ୍ତ ପାଇଁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ଜୁନ୍ ୨୩ ତାରିଖରେ ତ୍ରିନାଥ ଗୁଆଲଙ୍କ ମୃତଦେହ ଝାରସୁଗୁଡ଼ା ରେଳଧାରଣା ନିକଟରୁ ଉଦ୍ଧାର କରାଯାଇଥିଲା। ପ୍ରାଥମିକ ତଦନ୍ତରେ ଏହାକୁ ଆତ୍ମହତ୍ୟା ବୋଲି କୁହାଯାଇଥିଲେ ମଧ୍ୟ ପରିବାର ସଦସ୍ୟ, ଦଳୀୟ କର୍ମୀ ଓ ସ୍ଥାନୀୟ ଲୋକେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଘଟଣାର ପ୍ରକୃତ କାରଣ ଉନ୍ମୋଚନ ପାଇଁ ସ୍ୱାଧୀନ ତଦନ୍ତର ଆବଶ୍ୟକତା ରହିଥିବା ସେମାନେ ମତ ପ୍ରକାଶ କରିଛନ୍ତି।

ଗତ ଜୁନ୍ ୨୭ ତାରିଖରେ ଆୟୋଜିତ ଶୋକସଭାରେ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ସମେତ ୪୦୦ରୁ ଅଧିକ ବିଜେଡି କର୍ମୀ ଯୋଗଦେଇ ସ୍ୱର୍ଗତ ଗୁଆଲଙ୍କ ବିୟୋଗକୁ ଦଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବର୍ଣ୍ଣନା କରିଥିଲେ।

ନବୀନ ପଟ୍ଟନାୟକଙ୍କୁ ଲେଖିଥିବା ପତ୍ରରେ ହରିଶ ଗଣତ୍ରା ଉଲ୍ଲେଖ କରିଛନ୍ତି ଯେ, ତ୍ରିନାଥ ଗୁଆଲ ଜଣେ ଦୃଢ଼ ମାନସିକତାର ବ୍ୟକ୍ତି ଥିଲେ ଏବଂ ଜୀବନର ବିଭିନ୍ନ ପ୍ରତିକୂଳ ପରିସ୍ଥିତିକୁ ସାହସର ସହ ସାମ୍ନା କରିବାର କ୍ଷମତା ରଖୁଥିଲେ। ସେ ଝାରସୁଗୁଡ଼ା ଯୁବ ବିଜେଡି ସଭାପତି, ପୌରପାଳିକା କାଉନସିଲର ଓ ତିନିଥର ବାର୍ ଆସୋସିଏସନ୍ ସଭାପତି ଭାବେ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଥିଲେ। ତେଣୁ ତାଙ୍କ ମୃତ୍ୟୁକୁ କେବଳ ଆତ୍ମହତ୍ୟା ବୋଲି ଗ୍ରହଣ କରିବା କଷ୍ଟକର ବୋଲି ସେ ପତ୍ରରେ ଦର୍ଶାଇଛନ୍ତି।

ଘଟଣାର ଗୁରୁତ୍ୱକୁ ବିଚାର କରି ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଓ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ପ୍ରକୃତ ସତ୍ୟ ପଦାକୁ ଆସୁ ବୋଲି ହରିଶ ଗଣତ୍ରା ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି।

0
0
0
s2sdefault