ହେଡଲାଇନସ୍:

ସ୍ନାନ ମଣ୍ଡପରେ ଶ୍ରୀବିଗ୍ରହମାନଙ୍କୁ ୧୦୮ ଅଭିମନ୍ତ୍ରିତ ଅଧିବାସ ଜଳପୂର୍ଣ୍ଣ କୁମ୍ଭରେ ଜଳଲାଗି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ,୨୯ /୬ : ଆଜି ଜ୍ୟେଷ୍ଟ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି ।ମହାପ୍ରଭୁ ଚତୁର୍ଦ୍ଧାମୂର୍ତ୍ତି ଙ୍କ ଜନ୍ମଦିନ । ରତ୍ନସିଂହାସନ ରୁ ପହଣ୍ଡି ହୋଇ ସ୍ନାନବେଦୀ ରେ ବିଜେ କରିଛନ୍ତି ଶ୍ରୀବିଗ୍ରହ । ଆଜି ସକାଳ ୫.୧୫ରେ ପହଣ୍ଡି ଆରମ୍ଭ ହୋଇଥିଲା । ଶ୍ରୀବିଗ୍ରହ ଙ୍କ ବିଭିନ୍ନ ନୀତି ଯୋଗୁଁ ଗତକାଲି ପହୁଡ଼ ନୀତି ହୋଇପାରିନାହିଁ । ଆଜି ମଙ୍ଗଳାର୍ପଣ ୦୫ ଟା ୦୫,ଡ଼ୋର ଲାଗି ଓ ପୁଷ୍ପାଞ୍ଜଳୀ ୦୫ ଟା ୧୦ରେ ଆରମ୍ଭ ହୋଇଥିଲା । ଅପରାହ୍ନରେ ସ୍ନାନବେଦୀ ଉପରେ ଗଜାନନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ ମହାବାହୁ । ସ୍ନାନବେଦୀ ହୋଇଥିଲା ଚଳଚଞ୍ଚଳ । ବର୍ଷେ ପରେ ପୁଣି ମହାବାହୁ ସ୍ନାନମଣ୍ଡପକୁ ଆସିଛନ୍ତି। ଭୋର ୫ଟାରୁ ମହାପ୍ରଭୁଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଥିଲା। ଶ୍ରୀ ଜଗନ୍ନାଥ ଏବଂ ବଳଭଦ୍ରଙ୍କୁ ଦୁଇଜଣ ସେବକ ଆଗକୁ ଓପଛକୁ ଘୁଞ୍ଚାଇ, ଭୂମିକୁ ସାମାନ୍ୟ ସ୍ପର୍ଶ କରାଇ ନୃତ୍ୟଭଙ୍ଗୀରେ ପହଣ୍ଡି କରିଥିଲେ । ଦେବୀ ସୁଭଦ୍ରା ଏବଂ ସୁଦର୍ଶନଙ୍କୁ ଦୋଳି ଖେଳାଇବା ପରି ଅତି ସୁନ୍ଦର ଭାବରେ ସେବକମାନେ ଉଠାଇ ସ୍ନାନମଣ୍ଡପକୁ ନେଇଥିଲେ । ପହଣ୍ଡି ଶେଷ ହେବା ପରେ ମଙ୍ଗଳାଆଳତି ଅନୁଷ୍ଠିତ ହୋଇଥିଲା । ଦିନ ୧୨ ଟା ରୁ ୨ ଟା ମଧ୍ଯରେ ଜଳ ବିଜେ, ପୂଜା ଓ ସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା । ୪ଟାରୁ ୫ଟା ମଧ୍ୟରେ ଦୁର୍ଲଭ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ୭ ଟାରୁ ୯ ଟା ୩୦ପର୍ଯ୍ୟନ୍ତ ସାହାଣମେଲା, ରାତି ୧୦ ଟାରେ ହାତୀବେଶ ମଇଲମ,ରାତି ୧୦ଟା ୩୦ ପୁଷ୍ପାଞ୍ଜଳି ଏବଂ ଡୋର ଲାଗି, ରାତି ୧୧ ଟାରୁ ୨ଟା ମଧ୍ୟରେ ବାହୁଡା ପହଣ୍ଡି, ରାତି ୨ ଟା ୩୦ ରେ ସୁନା ଚିତା ଏବଂରାହୁରେଖା ମଇଲମ ନୀତି ଅନୁଷ୍ଠିତ ହେବ । ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସ୍ନାନଯାତ୍ରା । ସ୍ନାନ ବେଦୀରେ କାଳିଆ ସାଆନ୍ତଙ୍କ ଆଦ୍ୟ ଯାତ୍ରାକୁ ଦେଖିବା ପାଇଁ ଆତୁର ନୟନରେ ଚାହିଁ ରହିଥିଲେ ଲକ୍ଷ ଲକ୍ଷ ଭକ୍ତ ।ଏଣେ ବର୍ଷେ ପରେ ପୁଣି ସ୍ନାନ ମଣ୍ଡପକୁ ଆସିଥିଲେ ଚତୁର୍ଦ୍ଧାମୂର୍ତ୍ତି ।ଭାବ ବିନୋଦିଆଙ୍କ ଆସିବା ବାଟକୁ ବର୍ଷେ ଧରି ଅପେକ୍ଷା କରିଥିଲା ସ୍ନାନବେଦୀ । ମହାପ୍ରଭୁଙ୍କ ମାନବୀୟ ଲୀଳାର ଆଦ୍ୟ ପର୍ବ ଦେବସ୍ନାନ ପୂର୍ଣ୍ଣିମା । ରତ୍ନ ସିଂହାସନରୁ ଆସି ସ୍ନାନ ବେଦୀରେ ବିରାଜନ୍ତି ଦାରୁବ୍ରହ୍ମ । ୧୦୮ କଳସୀ ସୁବାସିତ ଜଳରେ ସ୍ନାନ କରିଛନ୍ତି ଶ୍ରୀବିଗ୍ରହ । ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ବାର ମାସରେ ତେର ପର୍ବ ପାଳନ ହୋଇଥାଏ । ସେଥୁମଧ୍ୟରୁ ଅନ୍ୟତମ ପ୍ରମୁଖ ପର୍ବ ହେଉଛି ଦେବସ୍ନାନ ପୂର୍ଣ୍ଣିମା ତଥା ସ୍ନାନଯାତ୍ରା । ପ୍ରତିବର୍ଷ ଜ୍ୟୋଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହିଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପାରମ୍ପାରିକ ରୀତିନୀତିରେ ବେଦଧ୍ଵନି ପୂର୍ବକ ୧୦୮କଳସୀ ସୁବାସିତ ଜଳରେ ସ୍ନାନ କରାଯାଇଥିଲା । ଏହା ପରେ ଶ୍ରୀଜୀଉଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା।ସାଧାରଣତଃ ବର୍ଷରେ ଥରୁଟିଏ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କ ସହିତ ପ୍ରତ୍ୟକ୍ଷ ଶ୍ରୀଅଙ୍ଗ ଜଳସ୍ନାନ କରନ୍ତି । ବାକିବର୍ଷ ସାରା ତାଙ୍କୁ ବିମ୍ବସ୍ନାନ କରାଯାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ ।ସ୍ନାନ ପୂର୍ଣ୍ଣିମା ରୀତିନୀତି ପୂର୍ବ ରାତିରେ ଲାଗିହୁଏ ସେନାପଟା ଓ ବାହୁଟ ଶାସ୍ତ୍ର ମତରେ ଜ୍ୟୋଷ୍ଠ ପୂର୍ଣ୍ଣିମା ଦିବସରେ ମହାପ୍ରଭୁଙ୍କ ଆବିର୍ଭାବ ହୋଇଥିଲା । ଜ୍ୟୋଷ୍ଠମାସ ପୂର୍ଣ୍ଣମୀରେ ମହାପ୍ରଭୁଙ୍କ ପ୍ରଥମ ସ୍ନାନଲୀଳା ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଦର୍ଶନ କରୁଥ‌ିବାରୁ ଏହି ଲୀଳାକୁ ପତିତପାବନ ଲୀଳା କୁହାଯାଏ । ସ୍ନାନପୂର୍ଣ୍ଣିମା ପୂର୍ବଦିନ ସାଧାରଣ ଦିନ ପରି ଶ୍ରୀମନ୍ଦିରରେ ଦ୍ବାରଫିଟା,ପାହାନ୍ତିଆ ଅବକାଶ, ଗୋପାଳବଲ୍ଲଭ, ସକାଳଧୂପ, ଦ୍ବିପ୍ରହର ଧୂପଆଦି ସମସ୍ତ ନୀତିର ସମାପନ ପରେ ସ୍ବଳ୍ପ ସମୟ ପାଇଁ ପହୁଡ଼ହୁଏ ଓ ପରେ ପରେ ସ୍ନାନ ପୂର୍ଣ୍ଣିମାର ବିଧି ଆରମ୍ଭ ହେଇଥିଲା ।ଏହିଦିନ କୋଠ ସୁଆଁସିଆ ମନ୍ଦିରରେ ପ୍ରବେଶ କରି
ଓ ପହଣ୍ଡିପାଇଁ ଚାରମାଳ ବାନ୍ଧନ୍ତି । ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସେନାପଟା ଓ ବାହୁଟିଲାଗି ହୁଏ । ରତ୍ନ ସିଂହାସନ ଉପରେ ମଙ୍ଗଳାର୍ପଣ କରାଯାଏ । ୧୦୮ କଳସୀ ସୁବାସିତ ଜଳରେ ସ୍ନାନ କରିଥିଲେ ଶ୍ରୀବିଗ୍ରହ । ସକାଳୁ ହୋଇଥିଲା ପହଣ୍ଡି ।ସ୍ନାନ ପୂର୍ଣ୍ଣମୀ ଦିନ ସ୍ନାନ ମଣ୍ଡପରେ ମଙ୍ଗଳାଳତି ମଧ୍ୟ ହୋଇଥିଲା ।ଏଥ‌ିପାଇଁ ସକାଳ ସମୟରୁ ସୁଦର୍ଶନ ସମେତ ତିନି ଠାକୁରଙ୍କୁ ସ୍ନାନମଣ୍ଡପକୁ ପହଣ୍ଡି କରାଯାଇଥିଲା । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦଇତାମାନେ ପହଣ୍ଡି କରାଉଥ‌ିବାବେଳେ ମଦନମୋହନଙ୍କୁ କେବଳ ମହାଜନସେବକମାନେ ବିଜେ କରାଇଥିଲେ । ପହଣ୍ଡି ବିଜେ ସମୟରେ ସାତପାହଚ ଉପରେ ଠାକୁରମାନେ ଚୂଳ ଓ ଟାହିଆ ଲାଗି ହୋଇଥିଲା ।ଏହି ସାତ ପାହଚ ଉପରେ ଟାହିଆ ଲାଗି ହେବାପରେ ଦ୍ୱିତୀୟ ମଙ୍ଗଳାର୍ପଣ ହୋଇଥିଲା । ତା'ପରେ ବନ୍ଦାପନା ଓ ପରେ ପରେ ରାଘବଦାସ ମଠରୁ ଆସିଥିବା ଘଷା ଲାଗି କରାଯାଏ । ପରେ ପନ୍ତିଖାଇ ଖାଇ ଠାକୁରମାନେ ସ୍ନାନବେଦିକୁ ଯାଇ ନିଜର ଆସ୍ଥାନ ଉପରେ ଅବସ୍ଥାନ କରନ୍ତି । ସୁଆର ବଡୁ ଅମ୍ଭୂଣିଆ ପାଣି ଛିଞ୍ଚନ୍ତି । ଗରାବଡୁ ସୁବର୍ଣ୍ଣ କଳସ ଧରି ଶୀତଳା ଦେବୀଙ୍କ ସମ୍ମୁଖସ୍ଥ ଓ ବର୍ଷତମାମ ଅବ୍ୟବହୃତ ହୋଇ ରହିଥ‌ିବା ସ୍ଵର୍ଣ୍ଣକୂପରୁ ଜଳ ଆଣନ୍ତି ।ସ୍ବର୍ଣ୍ଣ କୂପରୁ ଆସିଥାଏ ୧୦୮ କଳସ ଜଳ । ଦେବସ୍ନାନ ପୂର୍ଣ୍ଣିମାର ପୂର୍ବ ଦିନ ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିରରସୁନା କୂଅରୁ ୧୦୮ କଳସ ଜଳ ସଂଗ୍ରହ କରାଯାଏ । ଏହି ସୁନାକୂଅଟି ଶୀତଳା ଠାକୁରାଣୀ ଓ ତାଙ୍କ ବାହାନ ସିଂହଙ୍କ ମଧ୍ୟରେ ଅବସ୍ଥିତ । ଏହି କୂଅକୁ ବର୍ଷସାରା ସିଂହ ହିଁ ସୁରକ୍ଷିତ ରଖୁଥାଏ ବୋଲି ବିଶ୍ବାସ ରହିଛି । କୂଅର ବ୍ୟବହାର ବର୍ଷସାରା ନଥବାରୁ ଜନପଦୀୟ ତାନ୍ତ୍ରିକ ପରମ୍ପରାରେ ଏହି ଜଳକୁ ଅଣତୁଠ ପାଣିବୋଲି ଗ୍ରହଣ କରାଯାଏ । ପୂର୍ବ ଦିନରୁ ରହିଥ‌ିବା ଏହି ସୁବାସିତଜଳକୁ ଅଭିମନ୍ତ୍ରିତ କରାଯାଇ ଦାରୁବ୍ରହ୍ମଙ୍କୁ ୧୦୮ ଗରା ଜଳରେସ୍ନାନ କରାଯାଏ ।ଶ୍ରୀ ଜଗନ୍ନାଥ ୩୫ ଗରା,ପ୍ରଭୁ ବଳଭଦ୍ର ୩୩ ଗରା,ଦେବୀ ସୁଭଦ୍ରା ୨୨ ଗରା, ଶ୍ରୀସୁଦର୍ଶନ ୧୮ ଗରା ଜଳ ରେ ସ୍ନାନ କରିଥିଲେ । ଦେବସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ପରେ ଗଜାନନବେଶରେ ସଜ୍ଜିତହୁଅନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଏହା ପଛରେ ଏକ କିମ୍ବଦନ୍ତୀ ରହିଛି ।ମହାରାଷ୍ଟ୍ରର ଜଣେ ଭକ୍ତ, ଗଣପତି ଭଟ୍ଟ ଥରେ ଶ୍ରୀକ୍ଷେତ୍ରର ମହିମା ବିଷୟରେ ଶୁଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥିଲେ। ସେ ଭଗବାନ ଗଣେଶଙ୍କର ଭକ୍ତ ଥିଲେ । ହେଲେ ଦାରୁବିଗ୍ରହଙ୍କ ଦର୍ଶନ କରି ଗଜ ରୂପ ନଦେଖୁ ସେ ତାଙ୍କୁ ପରମବ୍ରହ୍ମ ବୋଲି ମାନିବାକୁ ଅସ୍ଵୀକାର କଲେ ।ଦୁଃଖ ମନରେ ମନ୍ଦିର ତ୍ୟାଗ କଲେ । ମହାପ୍ରଭୁଙ୍କ ଆଦେଶରେ ବଡ଼ପଣ୍ଡା ଗଣପତି ଭଟ୍ଟଙ୍କୁ ସ୍ନାନଯାତ୍ରା ଦେଖିବାକୁ ଆମନ୍ତ୍ରଣ କଲେ । ତାଙ୍କ ଦୃଷ୍ଟି ସମ୍ମୁଖରେ ଦାରୁ ବିଗ୍ରହ ଶ୍ରୀଜଗନ୍ନାଥ ଓ ଗଣପତି ରୂପ ହୋଇଗଲା। ସେ ଭଗବାନ ଗଣେଶଙ୍କର ଭକ୍ତ ଥିଲେ । ହେଲେ ଦାରୁବିଗ୍ରହଙ୍କ ଦର୍ଶନ କରି ଗଜ ରୂପ ନଦେଖୁ ସେ ତାଙ୍କୁ ପରମବ୍ରହ୍ମବୋଲି ମାନିବାକୁ ଅସ୍ବୀକାର କଲେ ଏବଂ ଦୁଃଖରେ ମନ୍ଦିର ତ୍ୟାଗକଲେ । ପରଦିନ ଦେବସ୍ନାନ ପୂର୍ଣ୍ଣିମା ଥିଲା । ମହାପ୍ରଭୁଙ୍କଆଦେଶରେ ବଡ଼ପଣ୍ଡା ଗଣପତି ଭଟ୍ଟଙ୍କୁ ସ୍ନାନଯାତ୍ରା ଦେଖୁବା ପାଇଁଆମନ୍ତ୍ରଣ କଲେ । ତାଙ୍କ ଦୃଷ୍ଟି ସମ୍ମୁଖରେ ଦାରୁ ବିଗ୍ରହ ଶ୍ରୀଜଗନ୍ନାଥଓ ବଳଭଦ୍ରଙ୍କ ରୂପ ପରିବର୍ତ୍ତନ ହୋଇ ଗଣପତି ରୂପ ହୋଇଗଲା। ଏ ଅଲୌକିକ ଘଟଣା ଦେଖୁ ତାଙ୍କର ଜ୍ଞାନୋଦୟ ହେଲା ଏବଂସେ ନିଜର ଭୁଲ ବୁଝିପାରିଲେ । ତାଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇମହାପ୍ରଭୁ ତାଙ୍କୁ ବର ପ୍ରଦାନ କଲେ ଯେ, ପ୍ରତିବର୍ଷ ଏହି ଦିନରେ ସେ ଗଜାନନ ବେଶ ଧାରଣ କରିବେ । ଏହି ଘଟଣା ପର ଠାରୁ ପ୍ରତିବର୍ଷ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ପୂର୍ଣ୍ଣିମାରେ ଗଜାନନବେଶ ଧାରଣକରନ୍ତି ।ସ୍ନାନ ପୂର୍ଣ୍ଣମୀ ରୀତିନୀତି ସରିବା ପରେ ଠାକୁରମାନେ ଶ୍ରୀମନ୍ଦିରକୁଗୋଟି ପହଣ୍ଡିରେ ଫେରନ୍ତି । ଭିତର କାଠପାଖ ଅଣସର ପିଣ୍ଡିରେଠାକୁରମାନେ ବିଜେ କରିବାପରେ ତାଟି ବନ୍ଧାଯାଏ ଓ ପଟିମୂର୍ତ୍ତି ସ୍ଥାପନାକରାଯାଏ । ତା'ପରେ ଏହି ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ପୂର୍ଣ୍ଣିମାଠାରୁ ନେତ୍ରୋତ୍ସବପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ଧରି ଜ୍ବରରେ ପଡ଼ନ୍ତି । ଏହାକୁ ଅନବସର ବା ଅଣସରକୁହାଯାଏ । ଏହି ୧୫ ଦିନ ଭକ୍ତମାନେ ଶ୍ରୀଜୀଉମାନଙ୍କର ଦର୍ଶନ ପାଆନ୍ତି ନାହିଁ। ଏହି ସମୟରେ ଭକ୍ତମାନେ ନିକଟସ୍ଥ ବ୍ରହ୍ମଗିରିରେ ପୂଜା ପାଉଥ‌ିବା ପ୍ରଭୁଶ୍ରୀଅଲାରନାଥଙ୍କୁ ଦର୍ଶନ କରନ୍ତି ।

0
0
0
s2sdefault