ଜଗତସିିଂହପୁର, ତା ୨୯/୦୬/୨୬: ଆଜି ସିଦ୍ଧଳସ୍ଥ ଶ୍ରୀ ବଳଦେବଜୀଉ ମନ୍ଦିର ରେ ଶ୍ରୀ ଜୀଉ ମାନଙ୍କୁ ପ୍ରାତଃ ୭: ୩0 ମିନିଟ ସମୟ ରେ ଗୋଟିପହଣ୍ଡି କରାଯାଇ ସ୍ନାନ ମଣ୍ଡପକୁ ନିଆଯାଇଥିଲା I ସ୍ନାନ ବେଦୀ ରେ ମନ୍ଦିର ର ପୁରୋଧା ଓ ସେବାୟତ ମାନଙ୍କ ଦ୍ୱାରା ଶ୍ରୀ ଜୀଉ ମାନଙ୍କୁ ସୁବାସିତ ଜଳ ରେ ପ୍ରତ୍ୟକ୍ଷ ସ୍ନାନ କରାଯାଇଥିଲା ।ଏହି ଉତ୍ସବ ରେ ବ୍ରାହ୍ମଣ ମାନଙ୍କ ଦ୍ୱାରା ବେଦ ପାଠ ଏବଂ ସଂକୀର୍ତ୍ତନ ଓ ଘଣ୍ଟ ଘଣ୍ଟା ବାଦ୍ୟ ରେ ମନ୍ଦିର ପରିସର ପ୍ରକମ୍ପିତ ଦହାଇ ଉଠିଥିଲା ।ଏଥି ସହିତ ସ୍ନାନ ବେଦୀ ରେ ଶ୍ରୀ ଜୀଉ ମାନଙ୍କୁ ଗଜାନନ ବେଶ ରେ ସଜ୍ଜିତ କରାଯାଇଥିଲା। ଶ୍ରୀ ଜୀଉ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ I ମନ୍ଦିର ପରିଚାଳନା ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ତରାଇ ମହାପ୍ରଭୁ ଙ୍କୁ ଦର୍ଶନ କରି କୃପାଭିକ୍ଷା କରିଥିଲେ I ସକାଳ ଠାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ବହୁ ଦୁରଦୁରାନ୍ତ ରୁ ଭକ୍ତ ମାନେ ଆସି ସ୍ନାନ ବେଦୀ ରେ ଶ୍ରୀ ଜୀଉ ମାନଙ୍କୁ ଦର୍ଶନ କରିବା ସହିତ ମଧ୍ୟାହ୍ନ ଧୂପ ବାହାରିବା ପରେ ଭକ୍ତ ମାନେ ମଧ୍ୟାହ୍ନ ରେ ପ୍ରସାଦ ସେବନ କରି ଥିଲେ I ଆଗାମୀ ରଥଯାତ୍ରା ଉପଲକ୍ଷେ ବିଭିନ୍ନ ଅଞ୍ଚଳ ରେ ଥିବା ମଠ ମନ୍ଦିର ଆଦି କୁ ମହା ପ୍ରଭୁ ଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ର ନିମନ୍ତ୍ରଣ ପଠା ଯାଇ ଥିଲା
ରାଜ୍ୟ
ସିଦ୍ଧଳ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ରେ ସ୍ନାନ ଯାତ୍ରା
- Hits: 12







