ଶ୍ରୀମତୀ ଶାଲୁ ଜିନ୍ଦଲଙ୍କୁ ‘ସିଏସଆର ଭିଜିଅନାରି ଲିଡର ଅଫ୍ ଦି ଇୟର’ ସମ୍ମାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ,୨୭ ଜୁନ,୨୦୨୬: ସାମାଜିକ ପ୍ରଗତିରେ ଅଗ୍ରଣୀ ନେତୃତ୍ୱ ଓ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲଙ୍କୁ ସମ୍ମାନଜନକ ‘ସିଏସଆର ଭିଜିଓନାରି ଲିଡର ଅଫ ଦି ଇୟର- ୨୦୨୬’ ଆଓ୍ୱାର୍ଡ ମିଳିଛି।
ଦି ବ୍ରେନାଲିଟିକ୍ସ ପକ୍ଷରୁ ନୂଆଦିଲ୍ଲୀ ପ୍ରାଇଡ ପ୍ଲାଜା ହୋଟେଲ, ଏରୋସିଟିରେ ଆୟୋଜିତ ‘ଭାରତ ସିଏସଆର ଏଣ୍ଡ ସଷ୍ଟେନବିଲିଟି ସମିଟ ଏଣ୍ଡ ଆଓ୍ୱାର୍ଡ’ ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।
ଦେଶର ବିଭିନ୍ନ ସମୁଦାୟର ଜୀବନଶୈଳୀରେ ଉନ୍ନତି ପାଇଁ ଜିନ୍ଦଲ ଫାଉଣ୍ଡେସନର କାର୍ଯ୍ୟକ୍ରମରେ ଶ୍ରୀମତୀ ଜିନ୍ଦଲଙ୍କ ନେତୃତ୍ୱକୁ, ଏହି ସମ୍ମାନ ସ୍ୱୀକୃତି ପ୍ରଦାନ କରୁଛି। ତାଙ୍କ ନେତୃତ୍ୱରେ ଫାଉଣ୍ଡେସନ ଏହାର କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିଛି। ଶିକ୍ଷା, ସ୍ୱାସ୍ଥ୍ୟସେବା, ମହିଳା ସଶକ୍ତୀକରଣ, ଦକ୍ଷତା ବିକାଶ, ଜୀବୀକା, ଜଳ ଓ ପରିମଳ, ଗ୍ରାମାଞ୍ଚଳରେ ଭିତ୍ତିଭୂମିର ଉନ୍ନୟନ, ପରିବେଶ ସୁସ୍ଥିରତା, କଳା ଓ ସଂସ୍କୃତି ଏବଂ ସାମାଜିକ ଅନ୍ତର୍ଭୁକ୍ତୀକରଣରେ ଜିନ୍ଦଲ ଫାଉଣ୍ଡେସନର ଉଲ୍ଲେଖନୀୟ ଅବଦାନ ରହିଛି।
ଜିନ୍ଦଲ ଫାଉଣ୍ଡେସନ ଯେଉଁ ସମୁଦାୟଗୁଡ଼ିକର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ଏବଂ ସମାବେଶୀ ସମାଜ ଗଠନ ଦିଗରେ ନିୟୋଜିତ ସହଯୋଗୀ ଓ କର୍ମୀମାନଙ୍କୁ, ଶ୍ରୀମତୀ ଜିନ୍ଦଲ ଏହି ସମ୍ମାନ ଓ ସ୍ୱୀକୃତିକୁ ସମର୍ପିତ କରିଛନ୍ତି।

0
0
0
s2sdefault