ହେଡଲାଇନସ୍:

ପୂର୍ବତନ ନଗରପାଳ ନବୀନ ଚନ୍ଦ୍ର ପାଢ଼ୀ ଙ୍କ ପରଲୋକ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ପୂର୍ବତନ ନଗରପାଳ ତଥା ବରିଷ୍ଠ ନାଗରିକ ନବୀନ ଚନ୍ଦ୍ର ପାଢ଼ୀଙ୍କ ୯୨ବର୍ଷ ବୟସରେ ତାଙ୍କ ପଦ୍ମପୁର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ଶ୍ରୀ ପାଢ଼ୀଙ୍କର ପଦ୍ମପୁର ସହରର ବିକାଶରେ ଅନେକ ଅବଦାନ ରହିଥିବା ସହିତ ସେ ପଦ୍ମପୁର ସହରର ସାର୍ବଜନୀନ ଦୁର୍ଗା ପୂଜା କମିଟି ଅନେକ ଥର ସଭାପତି ରହିଥିଲେ ଓ ସହରର ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ଥିଲେ । ସେ ତାଙ୍କ ପଛରେ ଭାଇ, ପୁତ୍ର, ପୁତ୍ରବଧୂ, ନାତି ନାତୁଣୀଙ୍କୁ ଛାଡି ଯାଇଛନ୍ତି । ତାଙ୍କର ପରଲୋକ ଖବର ପାଇ ସହରର ଅନେକ ଅନୁଷ୍ଠାନର କର୍ମକର୍ତ୍ତା ଓ ବୁଦ୍ଧିଜୀବୀ ଶେଷ ଦର୍ଶନ କରିଥିଲେ । ସ୍ଥାନୀୟ ରଜାପଡା ଶଶ୍ମାନରେ ତାଙ୍କର ଅନ୍ତେଷ୍ଟିକ୍ରିୟା ସମାପନ ହୋଇଥିଲା । ପୁଅ ରମଣୀ ପାଢ଼ୀ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ପଦ୍ମପୁର ତଥା ଆଖପାଖ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି।

0
0
0
s2sdefault