ହେଡଲାଇନସ୍:

ବିଜେଡି ନେତା ତ୍ରିନାଥ ଗୁଆଲଙ୍କ ପରଲୋକ ରେ ଶ୍ରଦ୍ଧାଞ୍ଜଳୀ ସଭା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

​ଝାରସୁଗୁଡ଼ା:,ଝାରସୁଗୁଡ଼ା ଜିଲ୍ଲାର ପୂର୍ବତନ ଜିଲ୍ଲା ଯୁବ ବିଜେଡି ସଭାପତି, ପୂର୍ବତନ ଓକିଲ ସଂଘ ସଭାପତି ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ସ୍ୱର୍ଗତ ତ୍ରିନାଥ ଗୁଆଲଙ୍କ ପରଲୋକରେ ଶନିବାର ଅପରାହ୍ନ ରେ ଝାରସୁଗୁଡ଼ା ସରବାହାଲ ସ୍ଥିତ ଏକ ଘରୋଇ ହୋଟେଲ ଠାରେ ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ସଭା ତଥା ଶୋକସଭା ଅନୁଷ୍ଠିତ ହୋଇଯାଇଛି।​ଶୋକସଭାର ପ୍ରାରମ୍ଭରେ ସ୍ୱର୍ଗତ ତ୍ରିନାଥ ଗୁଆଲଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଦୀପ ପ୍ରଜ୍ୱଳନ କରାଯାଇଥିଲା। ଏହାପରେ ଉପସ୍ଥିତ ସମସ୍ତ ନେତୃବୃନ୍ଦ, କର୍ମୀ ଓ ସମର୍ଥକ ସ୍ୱର୍ଗତ ଗୁଆଲଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ୍‌ ପାଇଁ ନୀରବ ପ୍ରାର୍ଥନା କରିଥିଲେ। ସଭାରେ ଦଳୀୟ ନେତୃବୃନ୍ଦ ଓ କର୍ମୀମାନେ ସ୍ୱର୍ଗତ ଗୁଆଲଙ୍କ ସ୍ମୃତିଚାରଣ କରିବା ସହ ତାଙ୍କର ତ୍ୟାଗ, ନିଷ୍ଠା ଓ ସଂଗଠନ ପ୍ରତି ଥିବା ଅତୁଳନୀୟ ଅବଦାନକୁ ମନେ ପକାଇ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଉପସ୍ଥିତ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ରାଜ୍ୟ ବିଜୁ ଜନତା ଦଳର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମା, ଝାରସୁଗୁଡାର ପୂର୍ବତନ ବିଧାୟିକା ତଥା ରାଜ୍ୟ ବିଜେଡି ସାଧାରଣ ସମ୍ପାଦିକା ଦୀପାଳୀ ଦାସ,ରାଜ୍ୟ ବିଜେଡିର ବରିଷ୍ଠ ଯୁବନେତା ସଂଜିତ ମହାନ୍ତି, ଜିଲ୍ଲା ବିଜେଡି ସଭାପତି ହରିଶ ଗଣତ୍ରା,​ଜୟନ୍ତୀ ବାହୁକ,​ପିଣ୍ଟୁ ପାଢ଼ୀ,​ତାପସ ରାୟ ଚୌଧୁରୀ,​ସନ୍ଦୀପ ଅବସ୍ତି,​ଜଗନ୍ନାଥ ଜେନା,​ରାଧାରାଣୀ ପଣ୍ଡା,ରଘୁମଣି ପଟେଲ,​ରବି ସିଂ,​ବିଶ୍ୱନାଥ ନାୟକ,​ରାଣୀ ହାତୀ,​ଚିତ୍ରେଣୀ ପଟେଲ,​ ପ୍ୟାରେଲାଲ ଶ୍ରୀବାସ୍ତବ, ରୋବିନ ପାଣ୍ଡେ ହିତେଶ୍ୱରୀ ଦେହେରିଆ,​ଅଶୋକ ଦାସ,​ପବନ ସିଂ ଯାଦବ,
​ନଟ୍ଟୁ ଶର୍ମା,​ଭବାନୀ ସାହା,ନବନୀତ କୌର,​ଦୀପା ନାଏକ,​ଜ୍ୟୋତି ସୁନା,​ତୁଳସୀ ଦାସ,​ଆଲୋକ ତ୍ରିପାଠୀ,​ତୁଳାରାମ ସେନାପତି,​ନକୁଳ ସାହୁ ଙ୍କ ସମେତ ଶତାଧିକ ବିଜେଡି ଦଳୀୟ କର୍ମୀ ଏବଂ ସ୍ଥାନୀୟ ଜନସାଧାରଣ ଏହି ଶୋକସଭାରେ ଉପସ୍ଥିତ ରହି ସ୍ୱର୍ଗତ ତ୍ରିନାଥ ଗୁଆଲଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ସ୍ୱର୍ଗତ ଗୁଆଲଙ୍କ ବିୟୋଗ ଜିଲ୍ଲା ବିଜେଡି ତଥା ଓକିଲ ସଂଘ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସଭାରେ ମତପ୍ରକାଶ ପାଇଛି।

0
0
0
s2sdefault