ଲଖନପୁର: ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଶନିବାର ଲଖନପୁର ବ୍ଲକ ଡିଲିଆ ଓ କୁମ୍ଭାରବନ୍ଧ ପଞ୍ଚାୟତ ଗସ୍ତକରି ଓପିଜିସିର ସିଏସ୍ଆର୍ ପାଣ୍ଠି ଦ୍ବାରା ନିର୍ମିତ ୩ଟି ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି। ଏଥିସହ ଫଟାପାଲିର ଅର୍ଜୁନ ଗୁପ୍ତା ବାଳିକା ଉଚ୍ଚ ବିଦ୍ୟାଳୟରେ ନୂତନ ସ୍ମାର୍ଟ କ୍ଲାସରୁମ୍ଭ ଉଦ୍ଘାଟନ କରିବା ସହ ୩୦ ଜଣ ଛାତ୍ରୀଙ୍କୁ ସାଇକେଲ ଦଣ୍ଡନ କରିଥିଲେ। ଚୁମ୍ଭାରବନ୍ଧ ପ୍ରାଥମିକ ବିଦ୍ୟାଳୟରେ ୩୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନୂତନ ଶ୍ରେଣୀଗୃହ ଉଦ୍ଘାଟନ ହୋଇଛି। ଗ୍ରାମାଞ୍ଚଳ ଶିକ୍ଷାର ଉନ୍ନତି ପାଇଁ ଓପିଜିସି ୧୦ଟି ବିଦ୍ୟାଳୟରେ ୩୨ ଲକ୍ଷ ଟଙ୍କା ବ୍ୟୟରେ ସ୍ମାର୍ଟ କ୍ଲାସ୍ ପ୍ରତିଷ୍ଠା କରିଛି।
ଏହି କାର୍ଯ୍ୟକ୍ରମରେ ଓପିଜିସିର ନିର୍ଦ୍ଦେଶକ ଅଞ୍ଜନ ରଞ୍ଜନ ଦାଶ ଏବଂ ବିଦ୍ୟାଳୟର କର୍ମକର୍ତ୍ତା ଉପସ୍ଥିତ ଥିଲେ।







