ପଲସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଶ୍ୱ ଜନସ୍ୱାସ୍ଥ୍ୟ ଇତିହାସରେ ସବୁଠାରୁ ବଡ଼ ସଫଳତା ମଧ୍ୟରୁ ଅନ୍ୟତମ ଭାରତକୁ ପୋଲିଓ ମୁକ୍ତ ରଖିବାର ଏକ ଐତିହାସିକ ସଫଳତା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡିରେ ପଲସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ୨୦୨୬ର ଶୁଭାରମ୍ଭ ହୋଇଯାଇଛି ।
ସରକାରଙ୍କ ନିଷ୍ପତି ପ୍ରକାରେ, ଅଦ୍ୟ ତା, ୨୮-୦୬-୨୦୨୬ ଠାରୁ ୩୦-୦୬-୨୦୨୬ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ ପଲସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ କରାଯିବ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଜନ୍ମରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁ ପ୍ରାୟ ୬୬୩୬୫ ଜଣ ଶିଶୁଙ୍କୁ ଦୁଇ ବୁନ୍ଦା ପୋଲିଓ ଟୀକା ଖୁଆଇବାର ଲକ୍ଷ୍ୟ ରଖାଯାଇଛି । ଏଥ‌ିପାଇଁ ଚିହ୍ନଟ କରାଯାଇଥିବା ୫୭୪ ଟି ବୁଥରେ ଦୁଇ ଜଣିଆ ଟୀକା ପ୍ରଦାନକାରୀ ଦଳଙ୍କୁ ନିୟୋଜିତ କରାଯାଇଛି । ଏତଦ ବ୍ୟତିତ , ୨୦ଟି ଭ୍ରାମ୍ୟମାଣ ଦଳ ଏବଂ ଜନସାଧାରଣ ଯାତାୟାତ କରୁଥିବା ମୁଖ୍ୟ ଚିହ୍ନିତ ସ୍ଥାନ ସମୂହରେ ୩୦ଟି ଦଳ ନିୟୋଜିତ
କରାଯାଇଅଛି ।
ଟୀକାକରଣର ପ୍ରଥମ ଦିନ ଅର୍ଥାତ୍ ୨୮-୦୬-୨୦୨୬ (ରବିବାର) ଦିନ ଚିହ୍ନଟ କରାଯାଇଥିବା ବୁଥ ସମୂହରେ ଟୀକାକରଣ କରାଯିବ । ପରବର୍ତ୍ତୀ ଦୁଇ ଦିନ, ଟୀକା ପ୍ରଦାନକାରୀ ଦଳ ଗୃହ ପରିଦର୍ଶନ କରି ପୋଲିଓ ଟୀକା ପାଇନଥିବା ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବେ। କାର୍ଯ୍ୟକ୍ରମଟିକୁ ତଦାରଖ କରିବା ପାଇଁ ଜିଲ୍ଲା ତଥା ବ୍ଲକ ସ୍ତରୀୟ ଅଧିକାରୀମାନେ ନିୟୋଜିତ ଅଛନ୍ତି ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସି ଡି ଏମ୍ & ପି ଏଚ ଓ ଡ. ମଞ୍ଜୁ ରାଣୀ ଜେନା , ଡି ଏମ୍ ଏସ୍ (ଏମ୍ ଏସ) ଡ.ଶାନ୍ତନୁ କୁମାର ପାଢ଼ୀ , ଡି ପି ଏମ୍ ଶ୍ରୀମତୀ ସରିତା ମହାପାତ୍ର ସମେତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ । ଶେଷରେ ଡି ପି ଏମ୍ ଜନ ସାଧାରଣଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରି ସମାଜକୁ ପୋଲିଓ ମୁକ୍ତ ରଖିବାରେ ସହାୟକ ହେବା ପାଇଁ ଅନୁରୋଧ କରିଥିଲେ ।

0
0
0
s2sdefault