ଝରିଗାଁ 13/06/2026,ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଫୁଫୁଗାଁ ପଂଚାୟତ ସଦର ମହକୁମା ଠାରେ ଗତ ଜୁନ ମାସର ତିନି ତାରିଖରେ ଆରମ୍ଭ ହୋଇଥିବା ମା ଖମ୍ବେଶ୍ୱରୀ କ୍ରିକେଟ ଟୁର୍ନାମେଣ୍ଟ ଚଳିତ ମାସ ବାର ତାରିଖ ଶୁକ୍ରବାର ଦିନ ଶେଷ ହୋଇଛି |ଏହି ଟୁର୍ନାମେଣ୍ଟର ଫାଇନାଲ ଦିନରେ ମୁଖ୍ୟ ଅତିଥିଭାବେ ଝରିଗାଁ ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ ନରସିଂହ ଭତରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ପାଲିଆ ସରପଞ୍ଚ ରାଧା ସାନ୍ତା, ପାଲିଆ ପୂର୍ବତନ ସରପଞ୍ଚ ପବିତ୍ର ସାନ୍ତା, ପାଲିଆ ପଂଚାୟତର ଜଣେ ଜଣାସୁଣା ସମାଜସେବୀ ରମେଶ ହରିଜନ,ବିଜେପି ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ଫିରୋଜ ଷଢଙ୍ଗୀ, ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ପ୍ରତାପ ଦୁରିଆ, ଫୁଫୁଗାଁ ପଂଚାୟତ ସଭାପତି କୃଷ୍ଣଚନ୍ଦ୍ର ମାଝୀ,ଜିଲ୍ଲା ଯୁବମୂର୍ଚ୍ଚା ସଦସ୍ୟ ସୁଦାମ ତିୱାରୀ , ଫୁଫୁଗାଁ ପଂଚାୟତର ବିଜେପି ସଭାପତି କୃଷ୍ଣଚନ୍ଦ୍ର ମାଝୀ ,ରାମ ସାନ୍ତା,ନାଥନ ଟାକରି, ରାମକୃଷ୍ଣ ସାନ୍ତା,ଖଗପତି ଭତରାଙ୍କ ସମେତ ଗ୍ରାମର ଭଦ୍ରବ୍ୟକ୍ତି ଓ ବୟଜ୍ୟେଷ୍ଠ ବ୍ୟକ୍ତି ମାନେ ମଞ୍ଚାସିନ ରହିଥିଲେ |ଜୁନ ତିନି ତାରିଖରେ ଆରମ୍ଭ ହୋଇ ଜୁନ 12ତାରିଖରେ ଶେଷ ହୋଇଥିବା ଏହି ଟୁର୍ନାମେଣ୍ଟରେ ଝରିଗାଁ ବ୍ଲକର ବିଭିନ୍ନ ଗ୍ରାମର ସହୋଳ ଗୋଟି ଦଳ ଭାଗ ନେଇ ନିଜ ନିଜ ଖେଳ ପ୍ରଦର୍ଶନ କରିଥିଲେ |ଫାଇନାଲ ଖେଳଟି ଭାଲୁକନାଡି ଓ ପାଉରବେଲି ମଧ୍ୟରେ ହୋଇଥିଲା |ପାଉରବେଲି ପ୍ରଥମେ ଟସ ଜିତି ଫିଲଡିଂ କରିବାକୁ ନିଷ୍ପତି ନେଇଥିଲେ |ଭାଲୁ କନାଡି ଟିମ ଚଉଦ ଓଭର ତିନି ବଲରେ ଦଶ ଉଇକେଟ ହରେଇ ଏକଶହଆଠ ରନ ସଂଗ୍ରହ କରିଥିବା ବେଳେ ଦ୍ଵିତୀୟ ଇନିଂରେ ପାଉରବେଲି ଟିମ ତେର ଓଭର ଚାରି ବଲରେ ଅଲ ଆଉଟ ହେବା ସହିତ ମାତ୍ର ଷ୍ଟେସ୍ତରୀ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇପାରିଥିଲେ |ମଞ୍ଚରେ ଉପବିଷ୍ଟ ମୁଖ୍ୟ ଅତିଥି ବିଧାୟକ ନରସିଂହ ଭତରା ବିଜୟୀ ଦଳକୁ ଟ୍ରଫି ସହିତ ପନ୍ଦର ହଜାର ନଗଦରାଶି ପ୍ରଦାନ କରି ସେମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିବା ବେଳେ ରନର୍ସ ଅଫ ଦଳକୁ ପାଲିଆ ସରପଞ୍ଚ ରାଧା ସାନ୍ତା ଓ ବିଜେପି ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ପ୍ରତାପ ଦୁରିଆ ଟ୍ରଫି ସହିତ ଦଶ ହଜାର ଟଙ୍କା ନଗଦ ରାଶି ପ୍ରଦାନ କରିବା ସହିତ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ |ଉକ୍ତ ମା ଖମ୍ବେଶ୍ୱରୀ କ୍ରିକେଟ ଟୁର୍ନାମେଣ୍ଟରେ ଧନୁର୍ଜୟ ନାୟକ ଚମତ୍କାର କମେଟ୍ରି କରି ଦର୍ଶକଙ୍କୁ ବାନ୍ଧି ରଖିଥିବା ବେଳେ ବଳରାମ ନାୟକ ଓ ଲିପୁ କଚିମ ଏମପାୟାର ଭାବେ କାର୍ଯ୍ୟ ତୁଲାଇଥିଲେ |କମିଟି ସଦସ୍ୟ ମାନଙ୍କ ମଧ୍ୟରେ ନାନୁ ରେଲି, ପ୍ରଭା କଚିମ,ଗୋବିନ୍ଦ ଭତରା, ପ୍ରେମଦାସ ପନକା, ରାଜୁ,ସାନୁ, ସତ୍ୟ, ଗୋପ, ପ୍ରେମ, ବାବିଲନ, ଲଛମନ, ସଂଜୟ ପ୍ରମୁଖ ଉପସ୍ଥିତ ରହି ଆଦ୍ୟରୁ ଶେଷ ପର୍ଯ୍ୟନ୍ତ ଖେଳର ସୁପରିଚାଳନା କରିଥିଲେ |
ରାଜ୍ୟ
ଫୁଫୁଗାଁ ମା ଖମ୍ବେଶ୍ୱରୀ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ |
- Hits: 18







