ହେଡଲାଇନସ୍:

ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପାଳନ ହେବ ଯାତ୍ରୀ ସୁବିଧା ଦିବସ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା : ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଆସନ୍ତା ଜୁନ୍ ୧୫ ତାରିଖରେ ଯାତ୍ରୀ ସୁବିଧା ଦିବସ ପାଳନ କରାଯିବା ନେଇ ବିମାନବନ୍ଦର ନିର୍ଦ୍ଦେଶକ ଉପେନ୍ଦ୍ର ନାଥ ଧଉଣ୍ଡିଆଙ୍କ ଏକ ପ୍ରେସ୍ମିଟ ଜରିଆରେ ରେ ଶନିବାର ଅପରାହ୍ନ ୩.୩୦ ଟା ରେଏହି ସୂଚନା ଦେଇଛନ୍ତି |ବିମାନବନ୍ଦର ନିର୍ଦ୍ଧେଶକ ଧଉଣ୍ଡିଆ ପ୍ରେସମିଟ ରେ ସୂଚନା ଦେଇ କହିଛନ୍ତି ଯେ
​ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯାତ୍ରୀମାନଙ୍କୁ ଅଧିକ ଆରାମଦାୟକ ଏବଂ ସୁବିଧାଜନକ ସେବା ଯୋଗାଇଦେବା। ଏହି ଅବସରରେ ମାଗଣା ୱାଇ-ଫାଇ, କିଡ୍ସ ଜୋନ୍, ମୋବାଇଲ୍ ଓ ଲାପଟପ୍ ଚାର୍ଜିଂ ଷ୍ଟେସନ୍, ପ୍ରି-ପେଡ୍ ଟ୍ୟାକ୍ସି ଏବଂ ସିଟି ବସ୍ ସେବା ଭଳି ଅନେକ ନୂତନ ସୁବିଧାର ଶୁଭାରମ୍ଭ କରାଯିବ। ଏହାସହ ପରିବେଶ ସୁରକ୍ଷା ପାଇଁ ସୌର ଚାଳିତ ପାର୍କିଂ ଏବଂ ପୁସ୍ତକ ପ୍ରେମୀଙ୍କ ପାଇଁ ଫ୍ଲାଇବ୍ରେରୀ ର ବ୍ୟବସ୍ଥା କରାଯାଇଛି। ଏହି ସମୟରେ ବିମାନବନ୍ଦରର ଅଧିକାରୀମାନେ ଯାତ୍ରୀମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କର ମୂଲ୍ୟବାନ ମତାମତ ଏବଂ ଅଭିଯୋଗ ସଂଗ୍ରହ କରିବେ, ଯାହାଦ୍ୱାରା ଆଗାମୀ ଦିନରେ ସେବାରେ ଅଧିକ ସୁଧାର ଅଣାଯାଇପାରିବ ବୋଲି ପ୍ରେସ ମିଟ ରେ ଧଉଣ୍ଡିଆ ସୂଚନା ଦେଇଛନ୍ତି |

0
0
0
s2sdefault