ହେଡଲାଇନସ୍:

ସିଡିଏ ଅଞ୍ଚଳରେ ଏସ୍‌ଆଇଆର୍-୨୦୨୬ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ଉପଜିଲ୍ଲାପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଟକ, ତା. ୧୩.୦୬.୨୦୨୬ ରିଖ – ସ୍ଵତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର) କାର୍ଯ୍ୟକ୍ରମର ଅନୁଧ୍ୟାନ କରିବା ନିମନ୍ତେ ବାରବାଟୀ,କଟକ ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ ସିଡିଏ ଅଞ୍ଚଳର ବିଭିନ୍ନ ବୁଥ୍ ପରିଦର୍ଶନ କରିଛନ୍ତି । ବାରବାଟୀ କଟକ ନିର୍ବାଚନ ମଣ୍ଡଳୀର ବୁଥ ନଂ- ୧୯,୨୧,୬୦,୬୫,୬୬,୬୭,୬୮,୬୯ ଅନ୍ତର୍ଗତ ମୁଢି ଗଡ଼ା ,କାଠଯୋଡ଼ି ବିହାର, ଡଗର ପଡ଼ା ଆଦି ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏଥି ସହ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ,ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍‌ଓ),ସୁପରଭାଇଜରଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି । ବୁଥ ସ୍ତରୀୟ ଅଧିକାରୀ ମାନଙ୍କ ଦ୍ଵାରା କରାଯାଉଥିବା ମତଦାତାଙ୍କ ଫର୍ମ ବଣ୍ଟନ ଓ ସଂଗ୍ରହ ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି ।
ଉପଜିଲ୍ଲାପାଳ ଘରକୁ ଘର ବୁଲି ସମସ୍ତ କାର୍ଯ୍ୟର ଯାଞ୍ଚ କରିବା ସହ, ଅଭିଯୋଗ ସମାଧାନ ବ୍ୟବସ୍ଥା, ଡିଜିଟାଇଜେସନ୍ ପ୍ରକ୍ରିୟା ଏବଂ ସମସ୍ତ ଯୋଗ୍ୟ ଭୋଟରଙ୍କ ନିକଟରେ ଏହି କାର୍ଯ୍ୟକ୍ରମର ସୁବିଧା ପହଞ୍ଚାଇବା ଉପରେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି । କୌଣସି ଯୋଗ୍ୟ ନାଗରିକ ଯେପରି ଏହି ପ୍ରକ୍ରିୟାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ଅଧିକ ତତ୍ପରତା ଓ ଦାୟିତ୍ୱବୋଧ ସହ କାର୍ଯ୍ୟ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଛନ୍ତି । ବୈଠକରେ ବିଏଲ୍‌ଓମାନଙ୍କ ଠାରୁ କ୍ଷେତ୍ରସ୍ତରରେ ହେଉଥିବା କାର୍ଯ୍ୟ ସମ୍ପର୍କରେ ମତାମତ ଗ୍ରହଣ କରିବା ସହ ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

0
0
0
s2sdefault