ହେଡଲାଇନସ୍:

ଓଡ଼ିଆ ଶିକ୍ଷକଙ୍କ ଦରମା ବନ୍ଦ କରି ଓଡ଼ିଆ ଅସ୍ମିତାର ମର୍ଯ୍ୟାଦାହାନୀ କରିଛନ୍ତି ସରକାର: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଚ୍ଛିନ୍ନାଞ୍ଚଳରେ ମାତୃଭାଷା ସୁରକ୍ଷା ପ୍ରସଙ୍ଗ

  • ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ନିରନ୍ତର କାର୍ଯ୍ୟ କରୁଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ

  • ୬୫୨ ଜଣ ଓଡ଼ିଆ ଶିକ୍ଷକ ଓ ୧୧ ଜଣ ପର୍ଯ୍ୟବେକ୍ଷକଙ୍କ ବକେୟା ଦରମା ତୁରନ୍ତ ପ୍ରଦାନ କରାଯାଉ

  • ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ଶିକ୍ଷକଙ୍କ ପାଇଁ ଏକ ସ୍ଥାୟୀ ଓ ନିୟମିତ ଅନୁଦାନ ବ୍ୟବସ୍ଥା କରନ୍ତୁ ରାଜ୍ୟ ସରକାର

ଭୁବନେଶ୍ୱର, ୧୩/୦୬/୨୦୨୬: ଝାଡ଼ଖଣ୍ଡ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗର ସୀମାନ୍ତ ଅଞ୍ଚଳରେ ୬୫୨ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ୧୧ ଜଣ ପର୍ଯ୍ୟବେକ୍ଷକ ଉକ୍ରଳ ସମ୍ମିଳନୀ ମାଧ୍ୟମରେ ଗତ ୨ ଦଶନ୍ଧି ଧରି ପ୍ରବାସୀ ଓଡ଼ିଆ ପିଲାମାନଙ୍କୁ ମାତୃଭାଷା ଶିକ୍ଷା ପ୍ରଦାନ କରିଆସୁଛନ୍ତି । ଏହା କେବଳ ସେବା ନୁହେଁ, ଓଡ଼ିଆ ଅସ୍ମିତା ରକ୍ଷା ପାଇଁ ଏକ ନିରବ ତପସ୍ୟା । ସରକାର ଶିକ୍ଷକମାନଙ୍କ ଦରମା ବନ୍ଦ କରି ହୀନମନ୍ୟତାର ପରିଚୟ ଦେଇଛନ୍ତି କହି କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ, ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାର ମୂଳଦୁଆ ପକାଇଥିଲେ ଉକ୍ରଳ ଗୌରବ ମଧୁସୂଦନ ଦାସ, ଉକ୍ରଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର । ସେହି ଧାରାକୁ ବଜାୟ ରଖି ଦୀର୍ଘ ୨୦ ବର୍ଷ ପୂର୍ବରୁ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ଶିକ୍ଷାର ପ୍ରସାର ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉକ୍ରଳ ସମ୍ମିଳନୀ ମାଧ୍ୟମରେ ଏହି ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।
ଡ଼ ଲେନିନ ମହାନ୍ତି କହିଥିଲେ, କୁଳବୃଦ୍ଧ ମଧୁବାବୁ ଯେତେବେଳେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଲଢୁଥିଲେ, ସେତେବେଳେ ସେ କହିଥିଲେ, ଜାତି, ମାଟି ଓ ଭାଷା ନ ରହିଲେ, ସ୍ୱତନ୍ତ୍ର ପ୍ରଦେଶର ମୂଲ୍ୟ କ’ଣ? ସେହି ଭାବନାକୁ ଆଧାର କରି ସମ୍ବଲପୁର ଓ ଗଞ୍ଜାମର ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଆପ୍ରାଣ ଚେଷ୍ଟା କରିଥିଲେ । ସେହି ସ୍ୱପ୍ନକୁ ସାକାର କରିଥିଲେ ଉକ୍ରଳମଣି ଗୋପବନ୍ଧୁ ଦାସ । ସେ ଝାଡ଼ଖଣ୍ଡର ଚକ୍ରଧରପୁର, ଚାଇଁବସା ଓ ଛତିଶଗଡ଼ର ରାୟଗଡ଼ ଅଞ୍ଚଳରେ ବୁଲି ବୁଲି ଓଡ଼ିଆ ବିଦ୍ୟାଳୟ ଖୋଲିଥିଲେ । ସେ କହୁଥିଲେ, ଯେଉଁଠି ଓଡ଼ିଆ ଅଛି, ସେଠାରେ ଓଡ଼ିଆ ଭାଷା ବଞ୍ଚିବା ଦରକାର । ଅନୁଦାନ ଅଭାବରୁ ଓଡ଼ିଆ ଶିକ୍ଷକ-ଶିକ୍ଷୟିତ୍ରୀ ଯଦି ଶିକ୍ଷାଦାନ ଛାଡ଼ିଦେବେ, ତେବେ ମଧୁବାବୁ ଓ ଗୋପବନ୍ଧୁଙ୍କ ଶହେ ବର୍ଷର ତପସ୍ୟା ଲୋପ ପାଇଯିବ ।
ଡ଼ ମହାନ୍ତି ଆହୁରି କହିଥିଲେ, ବିଚ୍ଛିନ୍ନାଞ୍ଚଳରେ କାର୍ଯ୍ୟରତ ଓଡ଼ିଆ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଏକ ପ୍ରତିନିଧି ମଣ୍ଡଳୀ ବକେୟା ଦରମା ବିଷୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଦୁଇ ଥର ଦେଖା କରିଥିଲେ । ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀ ଓଡ଼ିଆ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଖୁବ୍ଶୀଘ୍ର ଆର୍ଥିକ ଅନୁଦାନ ପ୍ରଦାନ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ବକେୟା ଅନୁଦାନ ପ୍ରଦାନ କରାଯାଇ ନାହିଁ । ଝାଡ଼ଖଣ୍ଡ ଗସ୍ତ ସମୟରେ ଓଡ଼ିଆ ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କୁ ମାସିକ ୬ ହଜାର ଟଙ୍କା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଆଜି ପାଣିରେ ଗାର ହୋଇଛି । ଦରମା ନ ପାଇ ୬୬୩ଟି ପରିବାର ଆଜି ଭୋକ ଉପାସରେ ଦିନ କାଟୁଛନ୍ତି । ଓଡ଼ିଆ ଅସ୍ମିତାର କଥା କହି ସରକାରକୁ ଆସିଥିବା ବିଜେପିର ଦୋମୁହାଁ ନୀତି ଆଜି ପଦାରେ ପଡିଛି । ଶିକ୍ଷକ-ଶିକ୍ଷୟିତ୍ରୀ ଓ ପର୍ଯ୍ୟବେକ୍ଷକ ମାନଙ୍କ ବକେୟା ଓ ବର୍ଦ୍ଧିତ ଦରମାକୁ ଏକକାଳୀନ ପ୍ରଦାନ କରିବାକୁ ଅର୍ଥ ଓ ଗଣଶିକ୍ଷା ବିଭାଗ ତୁରନ୍ତ ନିଦେ୍ର୍ଦଶ ଦିଅନ୍ତୁ ମୁଖ୍ୟମନ୍ତ୍ରୀ । ମଧୁବାବୁ, ଗୋପବନ୍ଧୁ ଦାସ ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଦ୍ୱାରା ଜଳାଯାଇଥିବା ଓଡ଼ିଆ ଭାଷାର ଦୀପକୁ ଲିଭିବାକୁ ନି ଦିଅନ୍ତୁ ରାଜ୍ୟ ବିଜେପି ସରକାର ।

0
0
0
s2sdefault