ହେଡଲାଇନସ୍:

ଜନ ଶିକ୍ଷଣ ସଂସ୍ଥାନ, ନୟାଗଡରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼(ବିଶ୍ୱଜିତ ନାୟକ):- ବାରମାସୀ ଲେନ ରେ ଥିବା  ଜନ ଶିକ୍ଷଣ ସଂସ୍ଥାନ ଅନୁଷ୍ଠାନ ପରିସରରେ ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ (World Day Against Child Labour) ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ପାଳନ କରାଯାଇଅଛି | ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ କାମାକ୍ଷା ପ୍ରସାଦ ଦାସ, ଅଧ୍ୟକ୍ଷ ଶିଶୁ କଲ୍ୟାଣ ସମିତି ନୟାଗଡ, ସମ୍ମ।ନୀତ ଅତିଥି ଭାବେ ଶ୍ରୀଯୁକ୍ତ ଆବିନାଶ ସାହୁ, ସମ୍ପାଦକ ରୋଟାରୀ କ୍ଲବ ନୟାଗଡ ଯୋଗ ଦେଇଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଜନ ଶିକ୍ଷଣ ସଂସ୍ଥାନର ନିର୍ଦେଶକ ଶ୍ରୀଯୁକ୍ତ ମନୋଜ କୁମାର ସେଠି ସଭାପତିତ୍ଵ କରିଥିଲେ | ସଂସ୍ଥାନର କାର୍ଯ୍ୟକ୍ରମ ଅଧିକାରୀ ସନ୍ଧ୍ୟାରାଣୀ ସାହୁ ଏହି ଦିବସର ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ, ସହ କାର୍ଯ୍ୟକ୍ରମ ଅଧିକାରୀ ସତ୍ୟନାରାୟଣ ମହାନ୍ତି, ପ୍ରଦୀପ୍ତ ରଞ୍ଜନ ପ୍ରଧାନ, ଶୁଭେନ୍ଦ୍ର କୁମାର ଦାସ, ହୃଦୟ ରଞ୍ଜନ ନାୟକ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ | କମ୍ପ୍ୟୁଟର ସହକାରୀ ବିଷ୍ଣ ପ୍ରସାଦ ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହ କାର୍ଯ୍ୟକ୍ରମ ଅଧିକାରୀ ଶୁଭେନ୍ଦ୍ର କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ | ଏଥିରେ ଜନ ଶିକ୍ଷଣ ସଂସ୍ଥାନର ୫୦ରୁ ଅଧିକ ତାଲିମ ନେଉଥିବା ହିତାଧିକାରୀ ମାନେ ଯୋଗଦେଇଥିଲେ | ଉପସ୍ଥିତ ଅତିଥି ମାନେ ଶିଶୁ ଶ୍ରମକୁ ନା କହିବା ସହିତ ପ୍ରତ୍ୟେକ ଶିଶୁକୁ ସ୍କୁଲ୍ ପଠାଇବା ଉପରେ ଆଲୋଚନା କରିଥିଲେ | ଗରିବୀ, ଅଶିକ୍ଷା ଏବଂ ସଚେତନତାର ଅଭାବ ଯୋଗୁଁ ଆଜି ଅନେକ ଶିଶୁ ନିଜର ଶୈଶବକୁ ହରାଉଛନ୍ତି। ଏହି ସମସ୍ୟାର ସମାଧାନ କେବଳ ସରକାରୀ ଆଇନ ଦ୍ୱାରା ସମ୍ଭବ ନୁହେଁ, ଏଥିପାଇଁ ଆମ ସମାଜର ପ୍ରତ୍ୟେକ ନାଗରିକଙ୍କ ସହଯୋଗ ଓ ସଚେତନତା ଜରୁରୀ ବୋଲି ଉପସ୍ଥିତ ଅତିଥିମାନେ ମତ ଉପସ୍ଥାପନ କରିଥିଲେ |

0
0
0
s2sdefault