ହେଡଲାଇନସ୍:

ବାହାଡ଼ାଝୋଲା ଫାଣ୍ଡି ଅଞ୍ଚଳରୁ ୧୫ ବର୍ଷୀୟା ନାବାଳିକା ନିଖୋଜ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଓଡ଼ଗାଁ, ୧୨।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ବାହାଡ଼ାଝୋଲା ଫାଣ୍ଡି ଅଞ୍ଚଳର ଜଣେ ୧୫ ବର୍ଷୀୟା ନାବାଳିକା ଗତ ୧୦ ତାରିଖ ବିଳମ୍ବିତ ରାତିରୁ ନିଖୋଜ ଥିବା ନେଇ ପରିବାର ପକ୍ଷରୁ ଓଡ଼ଗାଁ ଥାନାରେ ଅଭିଯୋଗ ଦାଖଲ ହୋଇଛି। ନାବାଳିକାଙ୍କ ବାପା ଦେଇଥିବା ଅଭିଯୋଗ ଆଧାରରେ ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ନାବାଳିକାଙ୍କ ସନ୍ଧାନ ପାଇଁ ବିଭିନ୍ନ ସ୍ତରରେ ଖୋଜାଖୋଜି ଜାରି ରହିଛି। ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ସମସ୍ତ ଦିଗକୁ ନେଇ ତଦନ୍ତ କରୁଛି।
ଉଲ୍ଲେଖଯୋଗ୍ୟ ଯେ, ଓଡ଼ଗାଁ ଥାନା ଅଞ୍ଚଳରେ ଗତ କିଛି ଦିନ ଧରି ନାବାଳିକା ନିଖୋଜ ଘଟଣା ବୃଦ୍ଧି ପାଉଥିବା ନେଇ ସ୍ଥାନୀୟ ମହଳରେ ଚିନ୍ତା ପ୍ରକାଶ ପାଉଛି। ଏଭଳି ଘଟଣା ରୋକିବା ପାଇଁ ଅଭିଭାବକମାନଙ୍କୁ ସଚେତନ ରହିବା ସହ ନାବାଳକ-ନାବାଳିକାଙ୍କ ଗତିବିଧି ଉପରେ ନଜର ରଖିବାକୁ ପୋଲିସ ପରାମର୍ଶ ଦେଇଛି। ନାବାଳିକାଙ୍କ ସନ୍ଧାନ ମିଳିବା ପରେ ଘଟଣାର ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି।

0
0
0
s2sdefault