ଓଡ଼ଗାଁ, ୧୨।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପୋଲିସ ଗୁରୁବାର ପାଟ୍ରୋଲିଂ ସମୟରେ ବେଆଇନ ଭାବେ ବିକ୍ରି ଉଦ୍ଦେଶ୍ୟରେ ଚାଲାଣ ହେଉଥିବା ୧୩ ବୋତଲ ବିୟର ଜବତ କରିଛି। ଏହି ଘଟଣାରେ ପୋଲିସ ଦିଲ୍ଲୀପ କୁମାର ପୃଷ୍ଟିଙ୍କୁ ଗିରଫ କରିଥିଲା।
ପୋଲିସ ସୂଚନା ଅନୁଯାୟୀ, ନିୟମିତ ପାଟ୍ରୋଲିଂ ବେଳେ ସନ୍ଦେହଜନକ ଭାବେ ମଦ ଚାଲାଣ କରାଯାଉଥିବା ଖବର ପାଇ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ୧୩ ବୋତଲ ବିୟର ଜବତ କରାଯାଇଥିବା ବେଳେ ଚାଲାଣରେ ସମ୍ପୃକ୍ତ ଥିବା ଦିଲ୍ଲୀପ କୁମାର ପୃଷ୍ଟିଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିଲା। ପରେ ତାଙ୍କ ବିରୋଧରେ ଆବଶ୍ୟକ ମାମଲା ରୁଜୁ କରାଯାଇ ଗିରଫ କରାଯାଇଥିଲା। ତେବେ ଆଇନଗତ ପ୍ରକ୍ରିୟା ପରେ ତାଙ୍କୁ ଜାମିନରେ ଛଡାଯାଇଥିବା ଜଣାପଡ଼ିଛି। ଏବଂ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରହିଛି।
ରାଜ୍ୟ
ବେଆଇନ ବିକ୍ରି ପାଇଁ ଚାଲାଣ ହେଉଥିବା ୧୩ ବୋତଲ ବିୟର ଜବତ, ଜଣେ ଗିରଫ
- Hits: 27







