ହେଡଲାଇନସ୍:

କେନ୍ଦ୍ରର ୧୨ ବର୍ଷ ଓ ରାଜ୍ୟର ୨ ବର୍ଷର ସଫଳତା ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ : ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଳାହାଣ୍ଡିରେ ବିଜେପିର ଗଣମାଧ୍ୟମ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ

 

କଳାହାଣ୍ଡି : କେନ୍ଦ୍ର ସରକାରଙ୍କ ୧୨ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ଯାତ୍ରା ଏବଂ ଓଡ଼ିଶାରେ ବିଜେପି ସରକାରଙ୍କ ୨ ବର୍ଷର ସଫଳ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ସ୍ଥାନୀୟ ହୋଟେଲ ଭାଗୀରଥୀ ଇନ୍‌ଠାରେ ଏକ “ଗଣମାଧ୍ୟମ ସମ୍ବାଦ” କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଶ୍ରମ ମନ୍ତ୍ରୀ ରମେଶ କୁମାର ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ବାଦିକମାନଙ୍କ ସହ ବିଭିନ୍ନ ଉନ୍ନୟନମୂଳକ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ।
ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଗତ ୧୨ ବର୍ଷ ଧରି ଦେଶର ସର୍ବାଙ୍ଗୀଣ ବିକାଶ, ଗରିବ କଲ୍ୟାଣ, ମହିଳା ସଶକ୍ତିକରଣ, କୃଷକ କଲ୍ୟାଣ ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଐତିହାସିକ କାର୍ଯ୍ୟ କରିଛନ୍ତି। ସେହିପରି ଓଡ଼ିଶାରେ ବିଜେପି ସରକାର ଗତ ଦୁଇ ବର୍ଷ ମଧ୍ୟରେ ଜନକଲ୍ୟାଣମୂଳକ ଯୋଜନା, ସ୍ୱଚ୍ଛ ଶାସନ ବ୍ୟବସ୍ଥା ଓ ଦ୍ରୁତ ଉନ୍ନୟନ ଦିଗରେ ଅନେକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛି।
ସେ କହିଥିଲେ ଯେ, ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ସଫଳତାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଗଣମାଧ୍ୟମ ସମାଜକୁ ସଚେତନ ଓ ସଶକ୍ତ କରିବାରେ ନିରନ୍ତର କାର୍ଯ୍ୟ କରୁଛି।
କାର୍ଯ୍ୟକ୍ରମରେ ଯୋଜନା ବୋର୍ଡ ଅଧକ୍ଷ ତଥା ମାନ୍ୟବର ବିଧାୟକ ଧର୍ମଗଡ଼ ସୁଧୀର ରଞ୍ଜନ ପଟ୍ଟଯୋଶୀ, ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼, ବିଜେପି ରାଜ୍ୟ ଉପସଭାପତି ଭବେନ୍ଦ୍ର ପଣ୍ଡା, ପୂର୍ବତନ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି,ପୂର୍ବତନ ବିଧାୟକ ଅନାମ ନାଏକ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଜୟକୃଷ୍ଣ ନାଏକ, ନମିତାରାଣୀ ସାହୁ,କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ସୁଧୀର କୁମାର ମୁଣ୍ଡ, ମିଡ଼ିଆ ସେଲ ପ୍ରମୁଖ ନରହରି ପଟ୍ଟନାୟକ, ବିଜେପି ଜିଲ୍ଲା ବରିଷ୍ଠ ନେତୃବୃନ୍ଦ, ପଦାଧିକାରୀ ଓ ବହୁ ସଂଖ୍ୟକ ସାମ୍ବାଦିକ ଉପସ୍ଥିତ ଥିଲେ। ଶେଷରେ ଗଣମାଧ୍ୟମ ପ୍ରତିନିଧିମାନେ ବିଭିନ୍ନ ସମସାମୟିକ ପ୍ରସଙ୍ଗରେ ପ୍ରଶ୍ନ କରିଥିବା ବେଳେ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ସେଗୁଡ଼ିକର ଉତ୍ତର ରଖିଥିଲେ।
ଗଣମାଧ୍ୟମ ଓ ସରକାରଙ୍କ ମଧ୍ୟରେ ସକାରାତ୍ମକ ସମନ୍ୱୟ ଦ୍ୱାରା ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟକୁ ଆହୁରି ସୁଦୃଢ଼ କରାଯାଇପାରିବ ବୋଲି ମନ୍ତ୍ରୀ ମତ ପ୍ରକାଶ କରିଥିଲେ।

0
0
0
s2sdefault