ହେଡଲାଇନସ୍:

ନବରଙ୍ଗପୁର ଠାରେ "ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା" ର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର ତା ୧୨.୬.୨୦୨୬: ଖାଦ୍ୟ ସୁରକ୍ଷା ଅଧିକାରକୁ ଆହୁରି ମଜବୁତ କରିବା ଉଦ୍ଦେଶ୍ୟ ରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା "ମୁଖ୍ୟମନ୍ତ୍ରୀ ଅନ୍ନପୁର୍ଣ୍ଣା ଯୋଜନା" ରାଜ୍ୟରେ ଶୁଭାରମ୍ବ ହୋଇଯାଇଛି।ଏହି ଯୋଜନାରେ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅର୍ନ୍ତଭୁକ୍ତ ସମସ୍ତ ହିତାଧିକାରୀଙ୍କୁ ମୁଣ୍ଡ ପିଛା ମାସିକ ୫ କିଲୋ ଅତିରିକ୍ତ ଚାଉଳ ରାଜ୍ୟ ସରକାର ମାଗଣାରେ ଆଗାମୀ ୧ ବର୍ଷ ପର୍ଯ୍ୟନ୍ତ ପ୍ରଦାନ କରିବେ। ଯାହା ଫଳରେ ହିତାଧିକାରୀ ମାନେ କେନ୍ଦ୍ର ସରକାରଙ୍କ ୫ କିଲୋ ଏବଂ ରାଜ୍ୟ ସରକାରଙ୍କ ୫ କିଲୋ ମିଶାଇ ମୋଟ ୧୦ କିଲୋ ଚାଉଳ ମାସକୁ ମାଗଣାରେ ପାଇବେ।
ଏହି ଉପଳକ୍ଷେ ସ୍ଥାନୀୟ ସାଇ
କଲ୍ୟାଣମଣ୍ଡପ ଠାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ଲୋକସଭା ବଳଭଦ୍ର ମାଝୀ,ମାନ୍ୟବର ବିଧାୟକ ନବରଙ୍ଗପୁର ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ,ଜିଲ୍ଲାପାଳ ଡ଼ ମହେଶ୍ଵର ସ୍ୱାଇଁ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ ପ୍ରମୁଖ ଉପସ୍ଥିତ ରହି ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଏହି ଜନ ହିତକର ଯୋଜନାର ଶୁଭାରମ୍ବ କାର୍ଯ୍ୟକ୍ରମ କୁ ଦେଖିଥିଲେ।
ନବରଙ୍ଗପୁର ଜିଲ୍ଲାରେ ବର୍ତ୍ତମାନ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବା ୩,୨୬,୭୧୧ ପରିବାରର ୧୦,୫୪,୭୩୧ ହିତାଧିକାରୀ ଏହି ଯୋଜନାରେ ଉପକୃତ ହେବେ।ସମସ୍ତ ନୂଆ ହିତାଧିକାରୀ ମାନଙ୍କୁ ଏହି ଯୋଜନାର ରାସନ୍ କାର୍ଡ ବଣ୍ଟନ କରାଯିବ ଏବଂ ତଦ୍ ସଙ୍ଗେ ୩ ମାସ( ଏପ୍ରିଲ,ମେ ଏବଂ ଜୁନ୍) ର ଚାଉଳ ଏକ ସାଙ୍ଗରେ ଦିଆଯିବ।ଅତିଥିଗଣ ମଞ୍ଚରେ ବିଭିନ୍ନ ବ୍ଲକ ରୁ ଆସିଥିବା ୧୦ ଜଣ ହିତାଧିକାରୀଙ୍କୁ ରାସନ୍ କାର୍ଡ ବିତରଣ କରିଥିଲେ।କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକ ରୁ ୨୦୦ ରୁ ଉର୍ଦ୍ଧ୍ୱ ହିତାଧିକାରୀ ,ବିଭିନ୍ନ ବିଭାଗୀୟ ଅଧିକାରୀ,ବି ଡି ଓ, ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

0
0
0
s2sdefault