ଝାରସୁଗୁଡ଼ା : ଝାରସୁଗୁଡ଼ା ବିଟିଏମସ୍ଥିତ ବିଜେପି କାର୍ଯ୍ୟାଳୟରେ ଶୁକ୍ରବାର ସାଂସଦ ପ୍ରଦୀପ ପୁରୋହିତ ଓ ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କ ଉପସ୍ଥିତି ରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ଏଥିରେ କୋଲାବିରା ବ୍ଲକ ସମାସିଂହା ପଞ୍ଚାୟତର ବିଭିନ୍ନ ଦଳର ବହୁ ଯୁବକ ବିଜେପି ର ଉନ୍ନତିମୂଳକ କାର୍ଯ୍ୟ ଧାରାରେ ଅନୁପ୍ରାଣିତ ହୋଇ ବିଜେପି ରେ ଯୋଗଦେଇଥିଲେ l ବିଜେପିର କୋଲାବିରା ମଣ୍ଡଳ ସଭାପତି ରାଜେନ୍ଦ୍ର ଦାଶ, ସାଧାରଣ ସମ୍ପାଦକ ଲିଙ୍କନ ଟଣ୍ଡକାର, ସାଂସଦ ପ୍ରତିନିଧି ସମରେନ୍ଦ୍ର ରାଏ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମାସିଂହା ପଞ୍ଚାୟତ ର ଉପେନ୍ଦ୍ର ବେରିହା, ମିଳନ ନାଏକ, ସନ୍ତୋଷ ଚାନ୍ଦ, ଜଗନ୍ନାଥ କିସାନ, ଧବଳେଶ୍ୱର ପାତ୍ର, ଜଗ ପ୍ରଧାନ ପ୍ରମୁଖ ଙ୍କ ସହ ବହୁ ସଂଖ୍ୟାରେ ଯୁବକ ବିଜେପି ରେ ଯୋଗଦେଇଥିଲେ l ସାଂସଦ ଶ୍ରୀ ପୁରୋହିତ ଓ ବିଧାୟକ ଶ୍ରୀ ତ୍ରିପାଠୀ ଦଳରେ ନୂତନ ଭାବେ ଯୋଗଦେଇଥିବା ସଦସ୍ୟ ଙ୍କୁ ଫୁଲମାଳ ଓ ଉତ୍ତରୀୟ ଦେଇ ସ୍ୱାଗତ ଜଣାଇଥିଲେ l ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରେମସେନ ରାଏ, ବ୍ଲକ ପ୍ରଭାରୀ ନେତାଜୀ ପଟ୍ଟନାୟକ, ଜିଲ୍ଲା ଉପସଭାପତି ସୌଦାମିନୀ କାଲୋ ପ୍ରମୁଖ ଉପସ୍ଥିତ ଥିଲେ l
ରାଜ୍ୟ
ବିଜେପିରେ ଯୋଗଦେଲେ ସମାସିଂହା ପଞ୍ଚାୟତର ବହୁ ଯୁବକ
- Hits: 14







