ହେଡଲାଇନସ୍:

ଜନ ଅଭିଯୋଗ ଶୁଣାଣୀ ରେ ଯୋଗ ଦେଲେ ପାରଳା ବିଧାୟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମ ଠାରେ ଆଜି ଜନ ଅଭିଯୋଗ ଶୁଣାଣୀ ରେ ସାମିଲ ହେଲେ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ। ପ୍ରାୟ ୨୦ ରୁ ୨୫ ଜଣଙ୍କ ଅଭିଯୋଗ ଶୁଣିଲେ ବିଧାୟକ। ମୁଖ୍ୟତଃ ୩ ମାସ ହେଲା ଭତ୍ତା ନ ପାଇ ବହୁତ କଷ୍ଟ ଅନୁଭବ କରୁଅଛୁ ସେହି ଭତ୍ତା ଟଙ୍କାରେ ଔଷଧ କିଣୁଥିଲୁ କିନ୍ତୁ ଭତ୍ତା ଟଙ୍କା ୩ ମାସ ହେଲା ନ ପାଇ ଆମେ ଚା ମଧ୍ୟ ପିଇ ପାରୁନାହୁଁ ବୋଲି ଅତି ଦୁଃଖର ସହ ବିଧାୟକ ଙ୍କୁ ଅଭିଯୋଗ କରିଥିଲେ ଭତ୍ତା ଟଙ୍କା ପାଇନଥିବା ବୃଦ୍ଧ ବୃଦ୍ଧା। ବିଧାୟକ ସେମାନଙ୍କ ଦୁଃଖ ବୁଝିବା ପାଇ ଚର୍ଚ୍ଚ ନିକଟରେ ବସି ସମସ୍ୟା ପଚାରି ବୁଝିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ୮୦ ବର୍ଷ ର ବୃଦ୍ଧା ସାରଳା ସିଂ କହିଲେ ମୋତେ ୮୦ ବର୍ଷ ହେଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ୩୫୦୦ ଟଙ୍କା ପାଉନି ବୋଲି ବିଧାୟକଙ୍କ ଆଗରେ ଗୁହାରି ଜଣାଇଥିଲେ।
ବିଧାୟକ ତୁରନ୍ତ ସେହି ଜାଗାରୁ ପରିଡ଼ା ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଚନ୍ଦ୍ର ରାଓ ଙ୍କୁ କଲ୍ କରି ଭତ୍ତା ଟଙ୍କା ୩ ମାସ ହେଲା ନ ଆସିବାର କାରଣ ପଚାରି ଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜ୍ୟ ରୁ ୩ ମାସ ହେଲା ଭତ୍ତା ଟଙ୍କା ଆମ ପଞ୍ଚାୟତ କୁ ଆସିନି ବୋଲି ବିଧାୟକଙ୍କୁ ଜଣାଇଥିଲେ। ବିଧାୟକ ବୃଦ୍ଧା ବୃଦ୍ଧି ମାନଙ୍କୁ ଆଶ୍ଵାସନା ଦେଇ କହିଥିଲେ ମୁଁ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିବି ତୁରନ୍ତ ଭତ୍ତା ଟଙ୍କା କିଛି ଦିନ ମଧ୍ୟରେ ପ୍ରଦାନ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ଗ୍ରାମର କେତେକ ଯୁବା ବିଧାୟକ ଙ୍କୁ ଏକ ଖେଳ ପଡ଼ିଆ ପାଇ ଅନୁରୋଧ କରିଲେ। ଜିଲ୍ଲାପାଳ ଙ୍କ ସହ ଆଲୋଚନା କରି ଖେଳ ପଡ଼ିଆ ବ୍ୟବସ୍ଥା କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ପାରଳା ବିଧାୟକ।
ଏହି ଜନ ଶୁଣାଣୀ କାର୍ଯ୍ୟକ୍ରମ ରେ ଗ୍ରାମର ଦାମଦର ନାୟକ , ଵାଲାରାଜୁ ମିଶାଲ , ଉତ୍ତମ , ଉଜ୍ୱଳ ପ୍ରମୁଖ ସହ ଅନେକ ଯୁବକ ମାନେ ଉପସ୍ଥିତ ଥିଲେ।

0
0
0
s2sdefault