ଓଡ଼ଗାଁ, ୬।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ଅଧୀନରେ ଥିବା ୯ଟି ପୋଖରୀ ମଧ୍ୟରୁ ୬ଟି ପୋଖରୀକୁ ମାଛ ଚାଷ ଉଦ୍ଦେଶ୍ୟରେ ନିଲାମ ପ୍ରକ୍ରିୟାରେ ପ୍ରଦାନ କରାଯାଇଛି। ପ୍ରଥମ ଥର ପାଇଁ ପ୍ରକାଶିତ ନୋଟିସ ଅନୁଯାୟୀ ନିଲାମ ଡାକରା ହୋଇଥିବା ବେଳେ, ନିଲାମଧାରୀମାନେ ନିର୍ଦ୍ଧାରିତ ଅର୍ଥ ଜମା କରିବା ପରେ ଚୁକ୍ତିଭିତ୍ତିକ ପ୍ରକ୍ରିୟାରେ ସେମାନଙ୍କୁ ପୋଖରୀ ହସ୍ତାନ୍ତର କରାଯାଇଛି। ଶନିବାର ଓଡ଼ଗାଁ ଏନ୍ଏସି କାର୍ଯ୍ୟାଳୟ ପରିସରରେ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ଏବଂ ଅତିରିକ୍ତ ତହସିଲଦାର ପବିତ୍ର କୁମାର ସେଠୀଙ୍କ ଉପସ୍ଥିତିରେ ନିଲାମ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା। ନିଲାମ ସମୟରେ ଯେଉଁ ବ୍ୟକ୍ତି ସର୍ବାଧିକ ଦର ପ୍ରଦାନ କରିଥିଲେ, ସେମାନଙ୍କ ନାମରେ ସର୍ବସମ୍ମୁଖରେ ନିଲାମ ଚୂଡ଼ାନ୍ତ କରାଯାଇଥିଲା। ତେବେ ଆଖୁପଦର, ରଗଡ଼ିସାହି ଓ ଖଜୁରିଆ ପୋଖରୀ ମାଛ ଚାଷ ପାଇଁ ଉପଯୁକ୍ତ ନଥିବାରୁ ସେଗୁଡ଼ିକୁ ନିଲାମ ପ୍ରକ୍ରିୟାରୁ ବାଦ ଦିଆଯାଇଥିଲା। ଏହି ପୋଖରୀଗୁଡ଼ିକର ନିଲାମ ଦ୍ୱାରା ଓଡ଼ଗାଁ ଏନ୍ଏସିର ନିଜସ୍ୱ ରାଜସ୍ୱ ଆୟ ବୃଦ୍ଧି ପାଇବା ସହ ଭବିଷ୍ୟତରେ ସରକାରଙ୍କ ଠାରୁ ସମପରିମାଣ କିମ୍ବା ଅଧିକ ଅର୍ଥ ଅନୁଦାନ ପ୍ରାପ୍ତି ପାଇଁ ମଧ୍ୟ ସୁଯୋଗ ସୃଷ୍ଟି ହୋଇପାରିବ ।
ରାଜ୍ୟ
ଓଡ଼ଗାଁ ଏନ୍ଏସିର ୬ ପୋଖରୀ ମାଛ ଚାଷ ପାଇଁ ନିଲାମ ଓ ହସ୍ତାନ୍ତର;
- Hits: 64







