ହେଡଲାଇନସ୍:

ବିରୋଧ ବିରୋଧରେ ବିରୋଧ: କଂଗ୍ରେସ ବିଜେଡ଼ି ମୁହାଁମୁହିଁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର : ବିକ୍ଷୋଭ ବିରୋଧରେ ବିକ୍ଷୋଭ କଂଗ୍ରେସ ବିଜେଡ଼ି ମୁହାଁମୁହିଁ । ଜଳାଶୟ ପଙ୍କ ଉଦ୍ଧାର ଦୁର୍ନୀତି ହୋଇଥିବା ଅଭିିଯୋଗରେ ଆଜି କଂଗ୍ରେସ ଦଳ ସ୍ଥାନୀୟ ନରସିଂ ବନ୍ଧ ଓ କରଙ୍ଗାକଟା ବନ୍ଧ ଆଡ଼ିରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲା । ଠିକ୍‌ ସେତିକି ବେଳେ ବିଜେଡ଼ି ପକ୍ଷରୁ ଏକ ଦଳ ଆସି କଂଗ୍ରେସ ଦଳର ଏହି ବିକ୍ଷୋଭକୁ ବିରୋଧ କରିଥିଲେ । ବିରୋଧ ବିରୋଧରେ ବିରୋଧ ଭଳି ଘଟଣା ବଲାଙ୍ଗିରରେ କେବେ ଦେଖିବାକୁ ମିଳିନଥିଲା । ଏଭଳି ଏକ ଘଟଣା ଆଜି ବଲାଙ୍ଗିର ରାଜନୀତିକୁ ସର୍‌ଗରମ୍‌ କରି ପକାଇଛି । ଘଟଣା ସମୟରେ ଉଭୟ ଦଳ କଥା କଟାକଟି ହେବା ସହ ଉଭୟ ଦଳର ନେତାମାନଙ୍କ ଉପରେ ଉଭୟ ଦଳର ବରିଷ୍ଠ କର୍ମକର୍ତ୍ତାମାନେ ବିଷ ଉଦ୍‌ଗାରୁଥିବାର ଦେଖିବାକୁ ମିଳିଛି । ଆଜିର ଘଟଣା ବଲାଙ୍ଗିର ସହରର ଅଧାପନ୍ତରିଆ ବିକାଶ କାମକୁ ଆଗେଇ ନେବ ନା’ ଅଧାବାଟରେ ଫୁସ୍‌ କରେଇଦେବ, ତାହାକୁ ନେଇ ସାଧାରଣରେ ଆଲୋଚନା ଜୋର୍‌ ଧରିଛି ।

0
0
0
s2sdefault