ହେଡଲାଇନସ୍:

ବଲାଙ୍ଗୀରଠାରେ ଅଧ୍ୟାପକ ମଞ୍ଚ ଗଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର :୦୫/୦୬ ସ୍ଥାନୀୟ ଯାଦବ ଭବନଠାରେ ଆଜି ସନ୍ଧ୍ୟାରେ ପ୍ରାକ୍ତନ ପ୍ରାଧ୍ୟାପକ ରାମ ଶରଣ ହୋତାଙ୍କ ସଭାପତିତ୍ୱରେ ଜିଲ୍ଲାସ୍ତରୀୟ ଅଧ୍ୟାପକ ମଞ୍ଚ ଗଠନ ନେଇ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଜିଲ୍ଲାର ସରକାରୀ ମହାବିଦ୍ୟାଳୟ, ଯୁକ୍ତ ଦୁଇ, ଯୁକ୍ତ ତିନି, ଅନୁଦାନ ପ୍ରାପ୍ତ ୪୪୮ବର୍ଗ, ୬୬୨ବର୍ଗ ତଥା ଅଣ-ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ସହ ଅବସର ଗ୍ରହଣ କରି ସାରିଥିବା ଅଧ୍ୟାପକ, ଅଧ୍ୟାପିକା ଯୋଗ ଦେଇଥିଲେ। ସାମୂହିକ ଦୃଷ୍ଟିରୁ ଜିଲାରେ ଅବସ୍ଥାପିତ ଅଧ୍ୟାପକ, ଅଧ୍ୟାପିକାଙ୍କ ସମସ୍ୟା ବିଷୟକ ଚର୍ଚ୍ଚା ଆଲୋଚନା ପାଇଁ ପୂର୍ବରୁ ଏଭଳି କୌଣସି ସଂଘ ଗଠିତ ହୋଇ ନ ଥିବାରୁ ଉକ୍ତ ସଭାରେ ଏକ ନୂତନ ଅଧ୍ୟାପକ ମଞ୍ଚ ଗଠନର ରୂପରେଖ ସ୍ଥିରୀକୃତ କରାଯାଇଥିଲା। ଅଧ୍ୟାପକ କବିରାଜ ଭୋଇଙ୍କ ପ୍ରସ୍ତାବ କ୍ରମେ ଡ଼. ସୁରେଶ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ସଭାପତି, ଅଧ୍ୟାପକ ନାରାୟଣ ମିଶ୍ର ଉପ-ସଭାପତି, ଅଧ୍ୟାପକ ରତିକାନ୍ତ ନାଏକ ସମ୍ପାଦକ, ପ୍ରମୋଦ କୁମାର ବଡ଼ ପଣ୍ଡା ସହ-ସମ୍ପାଦକ, ଡ଼. ଜଗନ୍ନାଥ ସାହୁ କୋଷାଧ୍ୟକ୍ଷ ଓ ଛବିଳ ବଗର୍ତ୍ତୀ, କବିରାଜ ଭୋଇ, ରମେଶ ଚନ୍ଦ୍ର ପ୍ରଧାନୀ, ଶିବ ଶଙ୍କର ଉଦ୍ଗାତା, ପୁରୁଷୋତ୍ତମ ଭଞ୍ଜ, ଦିବାକର ପୋଢ଼ ସଭ୍ୟ ଭାବରେ ମନୋନୀତ ହୋଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ଡ଼. କୌତୁକ ପନ୍ଦର, ରାଧେଶ୍ୟାମ ସିଂ ସେନାପତି, ପ୍ରମୋଦ କୁମାର ବରାଡ଼, ଲକ୍ଷ୍ମୀକାନ୍ତ ତ୍ରିପାଠୀ, ରମେଶ ଚନ୍ଦ୍ର ସିଂ ଦେଓ, ଦଧିବାମନ ପଧାନ, ସତ୍ୟ ନାରାୟଣ ବଗର୍ତ୍ତୀ, ହେମନ୍ତ ସାହୁ, ରବୀନ୍ଦ୍ର ସେଠ ପ୍ରମୁଖ ଯୋଗ ଦେଇଥିଲେ। ବଲାଙ୍ଗୀର ଜିଲ୍ଲାର ସମସ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କୁ ଏହି ମଞ୍ଚରେ ସାମିଲ ହେବା ପାଇଁ ଆହ୍ୱାନ କରାଯାଇଥିବା ବେଳେ ଶେଷରେ ଅଧ୍ୟାପକ ପ୍ରଶାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault