ହେଡଲାଇନସ୍:

ରବିବାରଠାରୁ ୧୭ତମ ଓଡ଼ଗାଁ କ୍ରିକେଟ ଲିଗ୍;୩୨ ଦଳଙ୍କ ଅଂଶଗ୍ରହଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୬।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ମିନି ଷ୍ଟାଡିୟମରେ ରଘୁନାଥ ଆଥଲେଟିକ ଆସୋସିଏସନ୍ ପକ୍ଷରୁ ଆୟୋଜିତ ୧୭ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍) ରବିବାରଠାରୁ ଆରମ୍ଭ ହେବ। ଏହି ପ୍ରତିଷ୍ଠିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୋଟ ୩୨ଟି ଦଳ ଅଂଶଗ୍ରହଣ କରିବେ। ୧୦ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଆସନ୍ତା ୧୬ ତାରିଖରେ ଅନୁଷ୍ଠିତ ହେବ। ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟନ ପୂର୍ବରୁ ଖେଳାଳିମାନେ ସକାଳ ପ୍ରାୟ ୯ଟାରେ ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିରରୁ ମଶାଲ ଗ୍ରହଣ କରି ଏକ ବିଶାଳ ଶୋଭାଯାତ୍ରାରେ ସାମିଲ ହେବେ। ରଘୁନାଥ ଆଥଲେଟିକ ଆସୋସିଏସନ୍‌ର ସମ୍ପାଦକ ତଥା ସ୍ଥାନୀୟ ଅଞ୍ଚଳର ଜଣାଶୁଣା କ୍ରୀଡ଼ା ସଂଗଠକ ଦିବାକର ନାୟକଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ନଗର ପରିକ୍ରମା କରି ମିନି ଷ୍ଟାଡିୟମରେ ପହଞ୍ଚିବ। ଉଦ୍‌ଘାଟନୀ ସମାରୋହରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୋଭାଯାତ୍ରାରେ ସାମିଲ ହେବେ । ସ୍ଥାନୀୟ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ବେଶ୍ ଉତ୍ସାହ ଦେଖାଦେଇଥିବା ବେଳେ ପ୍ରତିଯୋଗିତା ସଫଳ ଆୟୋଜନ ପାଇଁ ରଘୁନାଥ ଆଥଲେଟିକ ଆସୋସିଏସନ୍ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଜଣାପଡ଼ିଛି।

0
0
0
s2sdefault