ହେଡଲାଇନସ୍:

ମେଲଚ୍ଛାମୁଣ୍ଡା ପୋଲିସ କୁ ସଫଳତା: କାର ସହ ବିପୁଳ ପରିମାଣ ର କଫ ସିରଫ ଜବତ: ଜଣେ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ଭୁବନେଶ୍ବର ରୁ ପାଇକମାଳ ଅଭିମୁଖେ ଚାଲାଣ ହେଉଥିବା କଫ ସିରଫ କୁ ଜବତ କରିଛି ମେଲଚ୍ଛାମୁଣ୍ଡା ପୋଲିସ। ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ମେଲଚ୍ଛାମୁଣ୍ଡା ଥାନା ଅଧିକାରୀ ମନୋହର ଚଦ୍ର ପ୍ରଧାନ ଖବର ପାଇ ଘେଁସ ଛକ ଠାରେ ଟିମ ସହ ଜଗିଥିବା ସମୟରେ ସୋହେଲା ପଟରୁ ଆସୁଥିବା ନୀଳ ରଙ୍ଗର କାର ନଂ ( ଓ ଆର୍-୦୨- ବି ଏମ୍ ୧୬୯୮)କୁ ଅଟକାଇ ଯାଞ୍ଚ କରିଥିବା ସମୟରେ ସେଥିରୁ ୪୮୦ ବୋତଲ ୱିନ୍ରେକ୍ସ କଫ ସିରଫ ଏବଂ ୯୦୦୦ ନାଇଟ୍ରୋସନ ଟ୍ୟାବଲେଟ ମିଳିଥିଲା। ଏହା ସହିତ ଗୋଟିଏ ଭିଭୋ ଫୋନ, ନଗଦ ୨୩୦୦ ଟଙ୍କା ସହ କାର କୁ ଜବତ କରିବା ସହ ଅଭିଯୁକ୍ତ ଡ୍ରାଇଭର ବନମାଲ ର ଶୋଭା ଚନ୍ଦ୍ର ସାହୁ (୩୦) କୁ ଗିରଫ କରି ମେଲଚ୍ଛାମୁଣ୍ଡା ଥାନା କେସ ନ ୮୧/୦୬.୦୬.୨୦୨୬ ସେକ୍ସନ ୧୧୨(୨) ଭାରତୀୟ ନ୍ୟାୟ ସଂହିତା/୨୧(ବି)ରେ ମାମଲା ରୁଜୁ କରାଯାଇଥିବା ଉପଖଣ୍ଡ ପୋଲିସ ଅଧିକାରୀ ପାଣ୍ଡବ ଶବର ସୂଚନା ଦେଇଛନ୍ତି।

0
0
0
s2sdefault