ବେଲଗୁଣ୍ଠା,୦୬/୦୬-(ଶିବରାମ ଚୌଧୁରୀ )-, ସାଧାରଣ ଇଞ୍ଜେକସନ୍ କୁ ପ୍ରବଳ ଭୟ କରୁଥିଲେ ମଧ୍ୟ ଜୀବନରେ ପ୍ରଥମ ଥର ପାଇଁ ଜଣେ ଗୁରୁତର ମହିଳା ରୋଗୀଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ରକ୍ତଦାନ କରି ଖୁସି ପ୍ରକଟ କରିଛନ୍ତି ୧୯ ବର୍ଷୀୟ ଜଣେ ଯୁକ୍ତ ତିନି ଛାତ୍ର । ସୂଚନା ପ୍ରକାରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆବଶ୍ୟକ ସ୍ଵେଚ୍ଛାକୃତ ରକ୍ତଦାନ ଆୟୋଜନ ହୋଇପାରୁନଥିବାରୁ ଭଞ୍ଜନଗର ଉପଖଣ୍ଡ ଚିିତ୍ସାଳୟର ଓଡ଼ିଶା ରକ୍ତ କେନ୍ଦ୍ରରେ ରକ୍ତ ଅଭାବ ଜନିତ ସମସ୍ୟା ଉତ୍କଟ ରହିଛି। ଏହିଭଳି ପରିସ୍ଥିତିରେ ରକ୍ତ ଅଭାବ ଜନିତ ରୋଗୀ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସୂଚନା ପ୍ରକାରେ ଗାଙ୍ଗପୁର ଥାନା ଅନ୍ତର୍ଗତ ପଳାଶପଲ୍ଲୀ ଗ୍ରାମର ଯାଜ୍ଞସେନୀ ପ୍ରଧାନ (୪୨) ନାମକ ଜଣେ ମହିଳା ଏନିମିଆ ରୋଗରେ ପୀଡ଼ିତ ହୋଇ ଶୁକ୍ରବାର ଦିନ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଯାଜ୍ଞସେନୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ ତାଙ୍କର ହିମୋଗ୍ଲୋବିନ୍ ସ୍ତର ମାତ୍ର ୬.୨ ରହିଥିବାରୁ ଡାକ୍ତର ତାଙ୍କପାଇଁ ତୁରନ୍ତ ବି ପଜିଟିଭ୍ ରକ୍ତ ଯୋଗାଡ଼ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଖବର ଯାଜ୍ଞସେନୀ ଜଣେ ପୁତୁରା ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ପାଲକଷଣ୍ଢା ଗ୍ରାମର ଶୁଭମ୍ ସ୍ୱାଇଁ(୧୯)ଙ୍କୁ ଜଣାଇ ରକ୍ତ ଯୋଗାଡ଼ ପାଇଁ ଅନୁରୋଧ କରିଥିଲେ । ଶୁଭମ୍ ଙ୍କର ରକ୍ତ ବି ପାଜିଟିଭ୍ ବର୍ଗର ହୋଇଥିବାରୁ ସେ ରକ୍ତ ଦାନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ପୂର୍ବରୁ ସେ କେବେ ରକ୍ତ ଦାନ କରିନଥିବାରୁ ତାଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା। ଏନେଇ ସେ ତାଙ୍କ ବାପା ଶିବରାମ ସ୍ୱାଇଁ ଏବଂ ଭିଣୋଇଙ୍କ ସହିତ ଆଲୋଚନା କରିଥିଲେ। ଶୁଭମ୍ ପ୍ରଥମ ଥର ପାଇଁ ରକ୍ତ ଦାନ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିବାରୁ ତାଙ୍କ ବାପା ଏବଂ ଭିଣୋଇ ଶୁଭମ୍ ଙ୍କୁ ରକ୍ତ ଦେବା ପାଇଁ ଉତ୍ସାହିତ କରିଥିଲେ। ବାପା ଏବଂ ଭିଣୋଇଙ୍କ ପ୍ରେରଣାରେ ଶୁଭମ୍ ଶୁକ୍ରବାର ସନ୍ଧ୍ୟାରେ ଯାଇ ଗୁରୁତର ଯାଜ୍ଞସେନୀଙ୍କ ପାଇଁ ରକ୍ତଦାନ କରିଥିଲେ। ରକ୍ତଦାନ କରି ସାରିବା ପରେ ଶୁଭମ୍ ଖୁସି ପ୍ରକଟ କରିବା ସହିତ ଆଗାମୀ ଦିନରେ ନିୟମିତ ଭାବେ ରକ୍ତ ଦାନ କରିବେ ବୋଲି ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି ଶୁଭମ୍ ବର୍ତ୍ତମାନ କ୍ଷତ୍ରିୟବରପୁର ଆଞ୍ଚଳିକ ମହାବିଦ୍ୟାଳୟରେ ଯୁକ୍ତ ତିନି ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି।
ରାଜ୍ୟ
ପ୍ରଥମ ଥର ପାଇଁ ମହିଳା ରୋଗୀଙ୍କୁ ରକ୍ତଦାନ କଲେ ଶୁଭମ୍
- Hits: 15







