ହେଡଲାଇନସ୍:

ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଓ ମ୍ୟାଟେରିଆଲ ରିକଭରି ଫେସିଲିଟୀ କୁ ପରିଦର୍ଶନ କଲେ ପୌର ଅଧ୍ୟକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବାସୁଦେବପୁର - ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ପୌର ପରିଷଦ ପକ୍ଷରୁ ଵୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଥିଲା ବେଳେ ଶନିବାର ଦିନ ପୌର ପରିଷଦ ରେ ଥିବା ମାଇକ୍ରୋ କମ୍ଫୋଟିଂ ସେଣ୍ଟର ଏବଂ ମ୍ୟାଟେରିଆଲ ରିକଭରି ଫେଶିଲିଟି କୁ ପରିଦର୍ଶନ ରେ ଯାଇ ସମସ୍ତ କାର୍ଯ୍ୟ ସଂପର୍କ ରେ ଅବଗତ ହୋଇଥିଲେ ପୌର ଅଧ୍ୟକ୍ଷା ନିବେଦିତା ବେହେରା। ଏହି ଅବସର ରେ ପୌର ପରିଷଦ ର ଏକୋଇଶି ନମ୍ୱର ୱାର୍ଡ କାଉନସିଲର ମଧୁସ୍ମିତା ସେଠୀ ଓ ପୌର ପରିଷଦ ର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ପରିବେଶ କୁ ସଫା ରଖିଲେ, ବହୁ ସଂଖ୍ୟା ରେ ଵୃକ୍ଷ ରୋପଣ କଲେ ପରିବେଷ ପ୍ରଦୂଷଣ ମୁକ୍ତ ହୋଇ ପାରିବ, ବୃକ୍ଷ ଆମର ଜୀବନ, ସମସ୍ତେ ପରିବେଶ କୁ ସଫା ସୁତୁରା ରଖିବା ସହ ନିଜ ନିଜର ବାଡ଼ି ବଗିଚାରେ ଗଚ୍ଛ ଲଗାନ୍ତୁ ଓ ତାର ଯତ୍ନ ନେବାକୁ ଅନୁରୋଧ କରିଛନ୍ତି ପୌର ଅଧ୍ୟକ୍ଷା ନିବେଦିତା ବେହେରା।

0
0
0
s2sdefault