ଟାଟା ସଷ୍ଟେନେବିଲିଟି ମାସ ଆରମ୍ଭ
ବ୍ରହ୍ମପୁର,ଜୁନ- ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) ପକ୍ଷରୁ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଗୋପାଳପୁରସ୍ଥିତ ଜେଏନ୍ ଟାଟା ଟେକ୍ନିକାଲ୍ ଇନଷ୍ଟିଚ୍ୟୁଟ୍ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ୧୨୦ରୁ ଅଧିକ କର୍ମଚାରୀ ତଥା ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ସବୁଜ ପୃଥିବୀ ଗଠନ ଦିଗରେ କମ୍ପାନୀର ଏହି ସାମୂହିକ ଉଦ୍ଦେଶ୍ୟକୁ ଉତ୍ସାହିତ କରିଥିଲେ ।
ଏହି ଅବସରରେ ଟାଟା ସଷ୍ଟେନେବିଲିଟି ମାସ ୨୦୨୬କୁ ବିଦ୍ଧିବଦ୍ଧ ଭାବେ ଆରମ୍ଭ କରାଯାଇଛି, ଯାହାର ଥିମ୍ ରହିଛି- ଥିଙ୍କିଂ ଇଜ୍ ଗୁଡ୍, ଡୁଇଂ ଇଜ୍ ବେଟର୍ । ଏହି ପଦକ୍ଷେପ ମାଧ୍ୟମରେ କମ୍ପାନୀ ସାମଗ୍ରିକ ଭାବେ ପରିବେଶ ସଂରକ୍ଷଣ ଦିଗରେ କାର୍ଯ୍ୟ କରିବା ସହ କର୍ମଚାରୀମାନେ ମଧ୍ୟ ସେମାନଙ୍କ ବ୍ୟକ୍ତିଗତ ଜୀବନରେ କିପରି ସବୁଜ ପୃଥିବୀ ଗଠନର ବାର୍ତ୍ତାବାହ ସାଜିବେ ସେନେଇ ସଚେତନ କରାଇବ ।
ପ୍ରତିବର୍ଷ ଜୁନ ୫ ତାରିଖରେ ସାରା ବିଶ୍ୱ, ବିଶ୍ୱ ପରିବେଶ ଦିବସ ପାଳନ କରେ । ଚଳିଚବର୍ଷ ଏହାର ବିଷୟବସ୍ତୁ ରହିଛି -ପ୍ରକୃତି ଦ୍ୱାରା ଅନୁପ୍ରାଣିତ । ଜଳବାୟୁ ପରିବର୍ତ୍ତନର ମୁକାବିଲା ନିମନ୍ତେ ଏକ ସାମଗ୍ରିକ ପ୍ରୟାସର ଆବଶ୍ୟକତାକୁ ଅନୁଭବ କରି ଟିପିଏସ୍ଓଡିଏଲ୍ ଟାଟା ସଷ୍ଟେନେବିଲିଟି ମାସ ପାଳନ କରିଆସୁଅଛି । କମ୍ପାନୀ ପକ୍ଷରୁ ଏହି ମାସରେ ପ୍ଲାଷ୍ଟିକ୍ ବ୍ୟବହାର ସମ୍ପର୍କିତ ସଚେତନତା ଅଧିବେଶନ, ବେଳାଭୂମି ସଫେଇ ଅଭିଯାନ, ବୃକ୍ଷରୋପଣ ତଥା ଅନ୍ୟାନ୍ୟ ପରିବେଶ ସଂରକ୍ଷଣ ସମ୍ୱନ୍ଧୀୟ ସଚେତନତା କାର୍ଯ୍ୟକ୍ରମ କରାଯିବ ।
ପରିବେଶ ସଂରକ୍ଷଣ ତଥା ସାମାଜିକ ଦାୟିତ୍ୱବୋଧ କ୍ଷେତ୍ରରେ ଟାଟା ଗ୍ରୁପ୍ ନିଜ ଦୃଢ଼ ପ୍ରତିବଦ୍ଧତା ଦେଖାଉଛି । ନିଜ କର୍ମଚାରୀ ତଥା ଉପଭୋକ୍ତା ସଂପ୍ରଦାୟଙ୍କ ମଧ୍ୟରେ ପରିବେଶ ଅନୁକୂଳ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଦିଗରେ କାର୍ଯ୍ୟ କରୁଛି ।
ଟିପିଏସ୍ଓଡିଏଲର ଏହି ବୃକ୍ଷରୋପଣ ଅଭିଯାନ ବିଭିନ୍ନ ଜିଲ୍ଲାରେ ଥିବା କାର୍ଯ୍ୟାଳୟଗୁଡ଼ିକରେ ମଧ୍ୟ ଅନୁଷ୍ଠିତ ହୋଇଛି, ଯେଉଁଥିରେ କମ୍ପାନୀର କର୍ମଚାରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଛନ୍ତି ।







