ହେଡଲାଇନସ୍:

ସମ୍ବଲପୁରୀ ହସ୍ତତନ୍ତ ଶିଳ୍ପର ରୂପାନ୍ତର ପାଇଁ ହିଣ୍ଡାଲକୋ ଓ ଭାରତ ସରକାରଙ୍କ ହସ୍ତତନ୍ତ ମନ୍ତ୍ରାଳୟ ମଧ୍ୟରେ ପାଇଁ ଏମ୍ଓୟୁ ସ୍ୱାକ୍ଷର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ନିରନ୍ତର ସମୁଦାୟ ବିକାଶ ଏବଂ ଓଡ଼ିଶାର ପ୍ରସିଦ୍ଧ ତଥା ସମୃଦ୍ଧ ହସ୍ତତନ୍ତ ପରମ୍ପରାକୁ ସଂରକ୍ଷଣ ତଥା ଉନ୍ନତି ପାଇଁ ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଭାରତ ସରକାରଙ୍କ ବସ୍ତ୍ର ମନ୍ତ୍ରାଳୟ ଅଧୀନସ୍ଥ ୱିଭର୍ସ ସର୍ଭିସ ସେଣ୍ଟର (ଡବ୍ଲ୍ୟୁଏସ୍ସି) ସହ ଓଡ଼ିଶାର ସମ୍ବଲପୁରୀ ବସ୍ତ୍ର ହସ୍ତତନ୍ତର ସାମଗ୍ରିକ ବିକାଶ ପାଇଁ ଏକ ବୁଝାମଣା ପତ୍ର (ଏମ୍ଓୟୁ) ସ୍ୱାକ୍ଷର ହୋଇଯାଇଅଛି।
ଏହି ଏମ୍ଓୟୁ ସ୍ୱାକ୍ଷର କାର୍ଯ୍ୟକ୍ରମରେ ବିକାଶ ଆୟୁକ୍ତ (ହସ୍ତତନ୍ତ) ସୁଶ୍ରୀ ଏମ୍. ବୀନା, ଉପନିର୍ଦ୍ଦେଶକ ଶ୍ରୀ ବିକାଶ କୁମାର ଏବଂ ସହକାରୀ ନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମୀ ଶଙ୍କରଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିବା ବେଳେ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ଅଧ୍ୟକ୍ଷ–କର୍ପୋରେଟ୍ ଆଫେୟାର୍ସ ଡ. ବିନୋଦ ବର୍ମା, ସହକାରୀ ଉପସଭାପତି (କର୍ପୋରେଟ୍ ଆଫେୟାର୍ସ) ସୁଶ୍ରୀ ସୁମିତା ସିଂହ, ସହକାରୀ ଉପସଭାପତି (ସଷ୍ଟେନେବଲ୍ ମାଇନିଂ) ସୁଶ୍ରୀ ଅନୋମା ବସୁ, ସହକାରୀ ମହାପ୍ରବନ୍ଧକ (କର୍ପୋରେଟ୍ ଆଫେୟାର୍ସ) ଶ୍ରୀ ଅନୁଜ ଗର୍ଗ, ପ୍ରବନ୍ଧକ (ସଷ୍ଟେନେବଲ୍ ମାଇନିଂ) ସୁଶ୍ରୀ ଜିପ୍ସି ସିଦ୍ଧାନ୍ତ ଏବଂ ଯୁବ ସଷ୍ଟେନେବେଲିଟି ପ୍ରଫେସନାଲ୍ ସୁଶ୍ରୀ ଇକ୍ରା ଫାତିମା ଉପସ୍ଥିତ ଥିଲେ।
ଏହି ଏମ୍ଓୟୁ ମାଧ୍ୟମରେ ବୁଣାକାର ସମ୍ପ୍ରଦାୟର ସାମାଜିକ ଓ ଆର୍ଥିକ ସ୍ଥିତିର ଉନ୍ନତି ଲକ୍ଷ୍ୟ ରଖାଯାଇଅଛି। ହିଣ୍ଡାଲକୋର ସମୁଦାୟ ବିକାଶ କାର୍ଯ୍ୟକ୍ରମ ଅଧୀନରେ କୌଶଳ ବିକାଶ, ଉତ୍ପାଦ ପରିକଳ୍ପନାରେ ନୂତନତ୍ୱ, ବଜାର ସୁବିଧା ବୃଦ୍ଧି, ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ସଂସ୍ଥାଗତ ସହାୟତା ପ୍ରଦାନ କରାଯିବ। ଏହା ସହିତ ପ୍ରଯୁକ୍ତିଗତ ଦକ୍ଷତା ବୃଦ୍ଧି, ଉତ୍ପାଦନ କ୍ଷମତାର ଉନ୍ନତି, ଜିଆଇ ପରିଚୟର ସ୍ୱତନ୍ତ୍ରତା ବଜାୟ ରଖି ଆଧୁନିକ ଓ ବିବିଧ ଉତ୍ପାଦ ବିକାଶ, ଆଧୁନିକ ଡିଜାଇନ୍ ଉପକରଣର ବ୍ୟବହାର, ବ୍ରାଣ୍ଡିଂ ଏବଂ ଡିଜିଟାଲ ଟ୍ରେସେବିଲିଟି, ବଜାର ସଂଯୋଗ ସୁଦୃଢ଼ୀକରଣ ଓ ସାମାଜିକ ସୁରକ୍ଷା ସୁବିଧାର ପ୍ରସାର ଭଳି ପଦକ୍ଷେପ ଗ୍ରହଣ କରାଯିବ।
ସମ୍ବଲପୁରୀ ଇକତ୍, ଏହାର ଜଟିଳ ବନ୍ଧା-ରଙ୍ଗ, ପ୍ରଣାଳୀ ପାଇଁ ବିଶ୍ୱପ୍ରସିଦ୍ଧ। ବୁଣା ପୂର୍ବରୁ ସୂତାକୁ ରଙ୍ଗ କରିବାର ଏହି ବିଶେଷ ପ୍ରକ୍ରିୟାରେ ଅତ୍ୟଧିକ ନିଖୁଣତା ଓ କୌଶଳର ଆବଶ୍ୟକତା ରହିଥାଏ, ଯାହା ଏହାର ବିଶିଷ୍ଟ ଜ୍ୟାମିତିକ ଓ ସାଙ୍କେତିକ ନମୁନାକୁ ସୃଷ୍ଟି କରିଥାଏ। ତେବେ ଏହି କଳାର ସାଂସ୍କୃତିକ ସମୃଦ୍ଧି ଓ ଜଟିଳତା ସତ୍ତ୍ୱେ ଅନେକ ବୁଣାକାର ଏପର୍ଯ୍ୟନ୍ତ ପାରମ୍ପରିକ ଉତ୍ପାଦନ ଚକ୍ରରେ ସୀମିତ ରହିଯାଇଛନ୍ତି, ଯାହା ଏହାର ବ୍ୟାପକ ମୂଲ୍ୟ ସୃଷ୍ଟିକୁ ବାଧାପ୍ରାପ୍ତ କରୁଛି।
ଏହି ପଦକ୍ଷେପ ମାଧ୍ୟମରେ ହିଣ୍ଡାଲକୋ ସମ୍ବଲପୁରୀ ବସ୍ତ୍ରକୁ ଏକ ଆଧୁନିକ, ବିସ୍ତାରଯୋଗ୍ୟ ଏବଂ ବିଶ୍ୱସ୍ତରୀୟ ବ୍ରାଣ୍ଡ ଭାବେ ଗଢ଼ିବ । ଯାହା ପରମ୍ପରାର ମୂଳଉତ୍ସ ସହ ଜଡିତ ରହିବା ସହିତ ସମୁଦାୟ ନିର୍ଭର ଓ ମୂଲ୍ୟଭିତ୍ତିକ ମଧ୍ୟ ହେବ।
ଏହି ଏମ୍ଓୟୁ ଅନୁଯାୟୀ, ୱିଭର୍ସ ସର୍ଭିସ ସେଣ୍ଟର ନୀତିଗତ ମାର୍ଗଦର୍ଶନ, ପ୍ରଯୁକ୍ତିଗତ ଦକ୍ଷତା, ଜିଆଇ ଅନୁପାଳନ ସହାୟତା ଏବଂ ସଂସ୍ଥାଗତ ଭିତ୍ତିଭୂମିର ସୁବିଧା ପ୍ରଦାନ କରାଯିବ। ଅନ୍ୟପକ୍ଷରେ ହିଣ୍ଡାଲକୋ ପ୍ରକଳ୍ପ ଏହାକୁ କାର୍ଯ୍ୟରେ ରୂପାୟନ କରିବା ସହ ବ୍ରାଣ୍ଡିଂ, ବଜାର ସଂଯୋଗ, ପ୍ରକଳ୍ପ ପରିଚାଳନା ଓ ନିରୀକ୍ଷଣ ଦାୟିତ୍ୱ ବହନ କରିବ। ତେବେ ଏହି ପ୍ରକଳ୍ପର ଅଗ୍ରଗତି ଓ ଫଳାଫଳର ସମୀକ୍ଷା ପାଇଁ ଏକ ଯୁଗ୍ମ ନିରୀକ୍ଷଣ ବ୍ୟବସ୍ଥା ମଧ୍ୟ ଗଠନ କରାଯିବ।
“ସମ୍ବଲପୁରୀ ହସ୍ତତନ୍ତ ବିକାଶ ପଦକ୍ଷେପ ହିଣ୍ଡାଲକୋର ସଫଳ ସାମାଜିକ ଉଦ୍ୟମ ପ୍ରକଳ୍ପ ‘କୋଶଳା’ର ଅନୁଭୂତି ଉପରେ ଆଧାରିତ। ଏହି ପ୍ରକଳ୍ପ ଛତିଶଗଡ଼ର ୭୦୦ରୁ ଅଧିକ କୋସା ରେଶମ କାରିଗରଙ୍କୁ ପାରମ୍ପରିକ କଳାର ପୁନରୁଜ୍ଜୀବନ, କୌଶଳ ବୃଦ୍ଧି ଏବଂ ବଜାର ସୁଯୋଗ ପ୍ରଦାନ ମାଧ୍ୟମରେ ସଶକ୍ତ କରିପାରିଛି। ପୂର୍ବ ଅନୁଭବକୁ କାର୍ଯ୍ୟରେ ଲଗାଇ ଏବଂ ବସ୍ତ୍ର ମନ୍ତ୍ରାଳୟ ସହ ଏହି ସହଯୋଗ ମାଧ୍ୟମରେ ମିଳୁଥିବା ମାର୍ଗଦର୍ଶନକୁ ଉପଯୋଗ କରି, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ସମ୍ବଲପୁର ଅଞ୍ଚଳର କାରିଗରମାନଙ୍କ ଜୀବନରେ ଉଲ୍ଲେଖନୀୟ ସକାରାତ୍ମକ ସାମାଜିକ-ଆର୍ଥିକ ପ୍ରଭାବ ସୃଷ୍ଟି କରିବାକୁ ପ୍ରତିବଦ୍ଧ ।”

0
0
0
s2sdefault