ନବରଙ୍ଗପୁର ତା ୬.୬.୨୦୨୬: ଅଶୋକ ସାହୁ,ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ଅଧକ୍ଷତାରେ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଏବଂ ସଫଳ ଶାସନ ଓ ବିକାଶ ମୂଳକ ଉପଲବ୍ଧିକୁ ଜନ ସାଧାରଣ ଙ୍କ ନିକଟରେ ପହଞ୍ଚାଇବା ଓ ଜନ ସଂପୃକ୍ତି କାର୍ଯ୍ୟକ୍ରମ ଆୟୋଜନ କରିବା ସକାଶେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। "ବିକାଶ ର ଧାରା, ଓଡ଼ିଶା ସାରା" ଶୀର୍ଷକ କାର୍ଯ୍ୟକ୍ରମ ଜିଲ୍ଲାରେ ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ।ଜିଲ୍ଲା ସ୍ତରରେ ୩ ଦିନିଆ ପ୍ରଦର୍ଶନୀ, "ବିକଶିତ ଓଡ଼ିଶା ପାଇଁ ବିକଶିତ ଭାରତ" ଉପରେ ଆଲୋଚନା ଚକ୍ର ,ପ୍ରକଳ୍ପ ପରିଦର୍ଶନ, ଆକାଂକ୍ଷି ଜିଲ୍ଲା ଏବଂ ବ୍ଲକ ସଫଲତା, ଜୈବିକ କୃଷି ଉପରେ କର୍ମଶାଳା,ବ୍ଲକ୍ ସ୍ତରରେ ୭ ଦିନିଆ ପ୍ରଦର୍ଶନୀ ଏବଂ କାର୍ଯ୍ୟକ୍ରମ, ଗ୍ରାମାଞ୍ଚଳ ବିକାଶ ଓ ଭିତ୍ତିଭୂମି ର ପ୍ରଦର୍ଶନୀ, ଜନ ଜାତି ସମ୍ବାଦ,ପ୍ରାକୃତିକ କୃଷି ସମ୍ବନ୍ଧିୟ କୃଷକ ସମ୍ବାଦ କର୍ମଶାଳା, ଖେତ ବଚାଓ ଅଭିଯାନ,ସ୍ୱାବଲମ୍ବୀ ଯୁବା,ଆୟୁଷ୍ମାନ ବାୟୋ ବନ୍ଦନା,ବିଭିନ୍ନ ବିଭାଗୀୟ ଯୋଜନାର ହିତାଧିକାରୀଙ୍କୁ ସହାୟତା ପ୍ରଦାନ ଏବଂ ସେଭଳି ଗ୍ରାମ ପଞ୍ଚାୟତ ସ୍ତରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା,ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା,ସୁଭଦ୍ରା ଶକ୍ତି ସମାବେଶ ଏବଂ ବିଭିନ୍ନ ଯୋଜନାର ହିତାଧୀକାରୀ ମାନଙ୍କୁ ସହାୟତା ପ୍ରଦାନ କରାଯିବ। ସରକାରୀ ଯୋଜନାର ଲାଭ,ଯୋଗ୍ୟତା ଓ ଆବେଦନ ପ୍ରକ୍ରିୟା ସମ୍ପର୍କରେ ପୁସ୍ତିକା ଏବଂ ସୁଚନା ସାମଗ୍ରୀ ଜନ ସାଧାରଣଙ୍କ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବଣ୍ଟନ କରାଯିବ। ଗତକାଲି ୫.୬.୨୦୨୬ ରିଖ ମୁଖ୍ୟ ଶାସନ ସଚିବ ଙ୍କ ଅଧକ୍ଷତାରେ ସମସ୍ତ ଜିଲ୍ଲା ର ଜିଲ୍ଲାପାଳ ଏବଂ ଅଧିକାରୀଙ୍କୁ ନେଇ ଏକ ସଚିବ ସ୍ତରୀୟ ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଜିଲ୍ଲା,ବ୍ଲକ୍ ଏବଂ ପଞ୍ଚାୟତ ସ୍ତରରେ ସମସ୍ତ ବିଭାଗୀୟ ଅଧିକାରୀ ସ୍ୱମନ୍ନୟ ରକ୍ଷା କରି ଏହାର ସଫଳ ଆୟୋଜନ ଏବଂ ବ୍ୟାପକ ଜନସହଭାଗିତା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଆଜି ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଶ୍ଵଜିତ ଚନ୍ଦ୍ର ବର୍ମନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଓ ବି ଡି ଓ ମାନେ ଉପସ୍ଥିତ ଥିଲେ।
ରାଜ୍ୟ
ନବରଙ୍ଗପୁର ଠାରେ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ୧୨ ତାରିଖ ରୁ ପ୍ରଦର୍ଶନୀ ଓ ବିଭିନ୍ନ କାର୍ଯ୍ୟକ୍ରମ
- Hits: 23







