ହେଡଲାଇନସ୍:

ବାଲି ର ଅଭାବ : ଉପଜିଲ୍ଲାପାଳ ଙ୍କୁ ଦାବପତ୍ର ପ୍ରଦାନ କଲା ପଦ୍ମପୁର ଟ୍ରାକ୍ଟର ମାଲିକ ସଂଘ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର:- ପଦ୍ମପୁର ଅଞ୍ଚଳରେ ବାଲି ଚୋରାଚାଲାଣ ଉପରେ ରୋକ୍ ଲଗାଇବା ପାଇଁ ପୋଲିସ ତଥା ପ୍ରଶାସନ ପକ୍ଷରୁ ବ୍ୟାପକ ଧରପଗଡ କରାଯାଇ ଗାଡ଼ି ଗୁଡିକୁ ଜବତ କରାଯାଇ ଚାଳକ ମାନଙ୍କୁ କୋର୍ଟ ଚାଲାଣ କରାଯାଉଛି। ନିଶ୍ଚିତ ଭାବରେ ଏହା ସ୍ୱାଗତ ଯୋଗ୍ୟ ପଦକ୍ଷେପ କିନ୍ତୁ ଦୁର୍ଭାଗ୍ୟ ଜନକ ବିଷୟ ଏହା ଯେ ସରକାର ଙ୍କ ପକ୍ଷରୁ କୌଣସି ବାଲିଘାଟ ନିଲାମ ହୋଇନାହିଁ। ଏପଟେ ନିଲାମ ହେଉନାହିଁ ସେପଟେ ଗାଡ଼ି ଜବତ କରି ଲୋକଙ୍କୁ ହଇରାଣ କରାଯାଉଛି।ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଆବାସ ଯୋଜନା ବି ବାଲି ଅଭାବ ରୁ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଯାହା ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହାର ସମାଧାନ ପାଇଁ ପଦ୍ମପୁର ଟ୍ରାକ୍ଟର ମାଲିକ ସଂଘ ତରଫରୁ ଉପଜିଲ୍ଲାପାଳ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ଉପଜିଲ୍ଲାପାଳ ହେମସାଗର ଭୋଇ ଖଣି ଵିଭାଗ ଅଧିକାରୀ ଙ୍କ ସହ ଆଲୋଚନା କରି ଏହାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ।

0
0
0
s2sdefault