କେନ୍ଦୁଝର,ତା୬/୬- ବିଶ୍ୱ ପରିବେଶ ଦିବସ, ୦୫ ଜୁନ ୨୦୨୬ ଦିନ ସ୍ଥାନୀୟ ଡି.ଏନ୍. ହାଇ ସ୍କୁଲ ୧୯୭୬ ବ୍ୟାଚର ପୂର୍ବତନ ଛାତ୍ରମାନଙ୍କ ଦ୍ୱାରା “Green Mission 2026” ଅଭିଯାନର ଶୁଭାରମ୍ଭ କରାଯାଇ ବିଭିନ୍ନ ବୃକ୍ଷ ଚାରା ରୋପଣ କରାଯାଇଛି। ପରିବେଶ ସୁରକ୍ଷା, ସବୁଜିମା ବୃଦ୍ଧି ଏବଂ ଆମ ଅଞ୍ଚଳର ସୌନ୍ଦର୍ଯ୍ୟବର୍ଦ୍ଧନ ହେଉଛି ଏହି ମିଶନର ମୂଳ ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମରେ ସମନ୍ୱୟକାରୀ ବିଜୟ କୁମାର ଦୀକ୍ଷିତ, କୋଷାଧ୍ୟକ୍ଷ ପାର୍ଥସାରଥୀ ସାହୁ, ଦୀନବନ୍ଧୁ ସାହୁ, ଫୁଲେଇ ହେମ୍ବ୍ରମ, ଓମପ୍ରକାଶ ମିଶ୍ର, ଦିଲୀପ ପୃଷ୍ଟି, ଅକ୍ଷୟ ଦାସ, ଗୋଲକ ମହାନ୍ତ ଓ ଅନ୍ୟାନ୍ୟ ସଦସ୍ୟମାନେ ସକ୍ରିୟ ଭାବେ ଯୋଗଦେଇଥିଲେ।
Green Mission 2026 ଅଧୀନରେ ଆଗାମୀ ଦିନଗୁଡ଼ିକରେ ସହର ଓ ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ, ଚାରା ସୁରକ୍ଷା ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଜାରି ରହିବ।
ସେମାନଙ୍କ ମିଳିତ ସଙ୍କଳ୍ପ ଥିଲା -
🌱 ଅଧିକ ଗଛ ଲଗାଇବା,
🌱 ଲଗାଇଥିବା ଗଛର ଯତ୍ନ ନେବା,
🌱 ସବୁଜ ଓ ସୁନ୍ଦର ପରିବେଶ ଗଢ଼ିବା,
🌱 ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ପୃଥିବୀ ଛାଡ଼ିଯିବା ଏବଂ
ମୂଳମନ୍ତ୍ର ଥିଲା-
"ଆଜି ଏକ ଗଛ, ଆସନ୍ତାକାଲି ଏକ ସୁନ୍ଦର ପୃଥିବୀ"। ପୁରାତନ ଛାତ୍ରଙ୍କ ଏହିପରି ଅଭିନଵ ପ୍ରାୟସକୁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।
ରାଜ୍ୟ
ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ।
- Hits: 16







