ହେଡଲାଇନସ୍:

ବିବିଏମ୍‌ସିଏଚ୍ ପରିଦର୍ଶନ କଲେ ନରସିଂହ, ଦେଲେ ପରାମର୍ଶ ସହ ଚେତାବନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ବିନା ପାରା ମେଡିକାଲ ଷ୍ଟାଫ୍ ରେ ମେଡିକାଲ କଲେଜ ଚାଲିବ କେମିତି ?

  • ସିଟି ସ୍କେନ, ଏମ୍‌ଆରଆଇ ମେସିନ ବିନା ମେଡିକାଲ କଲେଜ ମୁଲ୍ୟହିନ

  • ବିବିଏମ୍‌ସିଏଚ୍ ପାଇଁ ସ୍ୱତନ୍ତ୍ର ରକ୍ତଭଣ୍ଡାରର ବ୍ୟବସ୍ଥା କରୁ ସରକାର 

  • ବିବିଏମ୍‌ସିଏଚ୍ ପ୍ରତି ଅବହେଳା ଜାରି ରହିଲେ, ହେବ ଆନ୍ଦୋଳନ 


ବଲାଙ୍ଗିର,ତା.୨୬.୦୫.୨୬- ବଲାଙ୍ଗିରବାସୀଙ୍କ ବହୁଦିନର ସଂଘର୍ଷ ପରେ ଭୀମଭୋଇ ମେଡିକାଲ କଲେଜ ଆରମ୍ଭ ହୋଇଥିଲା । କିନ୍ତୁ ଗତ ବିଜେଡି ସରକାର ନିର୍ବାଚନକୁ ନେଇ ତରବରିଆ ଭାବେ ବିବିଏମ୍‌ସିଏଚ୍ କୁ ଅଧାପନ୍ତରିଆ ଭାବେ ଉଦ୍‌ଘାଟନ କଲା । ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ସ୍ଥିତିରେ କୌଣସି ସୁଧାର ଆସିନାହିଁ । ଏହା ଏକ ରେଫରାଲ ସେଣ୍ଟର ଭାବେ କୁଖ୍ୟାତି ପାଇଲାଣି । ଷ୍ଟାଫର ସ୍ଥିତି ଦେଖିଲେ ଅନେକ ବିଭାଗରେ ଅନେକ ପଦବୀ ଖାଲି ପଡିଛି । ଚିକିତ୍ସା ପାଇଁ ଯେଉଁଟା ନିହାତି ଦରକାର ଯାହାକି ପାରା ମେଡିକାଲ ଷ୍ଟାଫ୍ ତାହାର ସ୍ଥିତି ଅତି ଦୟନୀୟ । ଏପରି ସ୍ଥଳେ ବିନା ପାରାମେଡିକାଲ ଷ୍ଟାଫରେ ମେଡିକାଲ କଲେଜ ଓ ହସପିଟାଲ ଚାଲିବ କେମିତି ବୋଲି ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ ପରିଦର୍ଶନରେ ଯାଇ କଲେଜର ଡିନ୍ ୍ ଡା. ସ୍ୱୟଂପ୍ରଭା ପ୍ରଧାନ ଙ୍କ ସହ ଆଲୋଚନା ପରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତ୍ୟେକ ଦିନ ବଲାଙ୍ଗିର ସହର ତଥା ଆଖ ପାଖ ଅଂଚଳରୁ ଲୋକେ ହୃଦଜନିତ ରୋଗରେ ଅତି କମ ବୟସରେ ମୃତ୍ୟୁବରଣ କରୁଛନ୍ତି । ହୃଦରୋଗ ବିଶେଷଜ୍ଞ ବିବିଏମ୍‌ସିଏଚ୍ ରେ ନିହାତି ଦରକାର ବୋଲି ଲୋକେ ଦାବି କରନ୍ତି କିନ୍ତୁ ଯେ ପର୍ଯ୍ୟନ୍ତ ମେଡିସିନ ବିଭାଗରେ ପିଜି ଖୋଲିବ ନାହିଁ ସେ ପର୍ଯ୍ୟନ୍ତ ହୃଦରୋଗ ବିଶେଷଜ୍ଞ ବିବିଏମ୍‌ସିଏଚ୍ କୁ ମିଳିବ ନାହିଁ । ତଥାପି ମଧ୍ୟ ନିଶ୍ଚିତ ଭାବେ ସରକାରଙ୍କ ଆଗରେ ଦାବି କରିବି, ଯେତେ ଶିଘ୍ର ହେବ ବିବିଏମ୍‌ସିଏଚ୍ କୁ ହୃଦ୍‌ରୋଗ ବିଶେଷଜ୍ଞ ସ୍ୱତନ୍ତ୍ର ଭାବେ ଦିଅନ୍ତୁ ଏବଂ ତା ସହ ବିବିଏମ୍‌ସିଏଚ୍ ତରଫରୁ ଆବେଦନ କରାଯାଇଥିବା ମେଡିସିନ ବିଭାଗ ପିଜି ପାଇଁ ଶିଘ୍ର ଏମ୍‌ସିଆଇ କୁ ସରକାର ଅନୁରୋଧ କରନ୍ତୁ ବୋଲି ସେ କହିଥିଲେ । ପାରା ମେଡିକାଲ ଷ୍ଟାଫ୍ ପୋଜିସନରେ ଉନ୍ନତି ଆଣିବା ପାଇଁ ଖାଲି ଥିବା ୨୦୨ ପଦବୀ ଶିଘ୍ର ପୁରଣ କରନ୍ତୁ । ପାରା ମେଡିକାଲ ଷ୍ଟାଫ୍ ସମ୍ପୁର୍ଣ୍ଣ ନ ରହିଲେ ଆଇସିୟୁ କେମିତି ଚାଲି ପାରିବ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ । ଟ୍ରମା କେୟାର ସ୍ଥିତି ସମ୍ପୁର୍ଣ୍ଣ ବେହାଲ । ଏଥିରେ ଥିବା ୧୯ଟି ପଦବୀ ରୁ ସମ୍ପୁର୍ଣ୍ଣ ୧୯ ଟି ପଦବୀ ଖାଲି ଅଛି । ତେବେ କୌଣସି ବି ଦୁର୍ଘଟଣାରେ ସ୍ନାୟୁ ଜନିତ ସମସ୍ୟା ଯଦି ଉପୁଜେ ତେବେ ସଙ୍ଗେ ସଙ୍ଗେ ରୋଗିକୁ ବାହାର ମେଡିକାଲ କଲେଜକୁ କିମ୍ବା ଘରୋଇ ହସପିଟାଲ କୁ ପଠାଇ ଦିଆଯାଉଛି । ତେଣୁ ଏପରି ସ୍ଥଳେ ବିବିଏମ୍‌ସିଏଚ୍ ଅସହାୟ ଭାବେ କେବଳ ଏକ ରେଫରାଲ ସେଣ୍ଟର ଭାବେ ପରିଗଣିତ ହେଉଛି ବୋଲି ଶ୍ରୀ ମିଶ୍ର କହିବା ସହ ସରକାର ଏହି ଅସୁବିଧାକୁ ପ୍ରାଥମିକତା ଭିତ୍ତିରେ ପୁରଣ କରନ୍ତୁ ବୋଲି କହିଥିଲେ । ଯଦିଓ ପ୍ରଫେସର, ଏସୋସିଏଟ୍ ପ୍ରଫେସର, ଏସିଣ୍ଟେଣ୍ଟ ପ୍ରଫେସର ପଦବୀ ପୁରଣରେ ସାମାନ୍ୟ ସୁଧାର ଆସିଛି କିନ୍ତୁ ବିଭିନ୍ନ ବିଭାଗର ସିନିୟର ରେସିଡେନ୍ସ ଡକ୍ତର, ଜୁନିୟର ରେସିଡେନ୍ସ ଡକ୍ତର ପଦବୀ ମଧ୍ୟ ଅନେକ ଖାଲି ଅଛି । ତେଣୁ ସମଗ୍ରିକ ଭାବେ ଦେଖିବାକୁ ଗଲେ ସମସ୍ତ ବିଭାଗର ଚିକିତ୍ସା ଡାକ୍ତର ଅଭାବ ଯୋଗୁଁ ବାଧାପ୍ରାପ୍ତ ହେଉଛି । ଆଜି ପର୍ଯ୍ୟନ୍ତ ବିବିଏମ୍‌ସିଏଚ୍ ରେ ସିଟି ସ୍କେନ ମେସିନ ନାହିଁ । ରୋଗୀକୁ ସିଟି ସ୍କେନ ପାଇଁ ଜିଲ୍ଲା ସଦର ମହକୁମା ହସ୍‌ପିଟାଲକୁ ଯିବାକୁ ପଡୁଥିବାରୁ ରୋଗୀ ହଇରାଣ ହେଉଛନ୍ତି । ବର୍ଷେ ଆଗରୁ ସରକାର ପ୍ରତିଶୃତି ଦେଇଥିଲେ ହେଁ ଆଜି ପର୍ଯ୍ୟନ୍ତ ବିବିଏମ୍‌ସିଏଚ୍ ରେ ଏମ୍‌ଆରଆଇ ମେସିନ ଦେବାରେ ସରକାର କାହିଁକି ବିଫଳ ହେଉଛନ୍ତି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ଏପରି କି ପୁରୁଣା ମେଡିକାଲ କଲେଜମାନଙ୍କରେ ରକ୍ତ ଭଣ୍ଡାର ଥିଲେ ହେଁ ବିବିଏମ୍‌ସିଏଚ୍ ରେ ରକ୍ତ ଭଣ୍ଡାର ବ୍ୟବସ୍ଥା କାହିଁକି କରାଯାଇ ନାହିଁ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ । କେବଳ ୪୦/୫୦ ୟୁନିଟ ରକ୍ତ ଷ୍ଟୋରେଜ କରିବା ବ୍ୟବସ୍ଥା ପର୍ଯ୍ୟାନ୍ତ ନୁହେଁ । ଯେହେତୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଆମ ଜିଲ୍ଲାର ତେଣୁ ବଲାଙ୍ଗିର ଜିଲ୍ଲାବାସୀ ନିଶ୍ଚିତ ଭାବେ ବିବିଏମ୍‌ସିଏଚ୍ ର ଥିବା ଏହି ସମସ୍ତ ଅସୁବିଧାକୁ ଶିଘ୍ର ପୁରଣ ହୋଇପାରିବ ବୋଲି ଆଶା ରଖିଥିଲେ । କିନ୍ତୁ ଦୁଃଖର ବିଷୟ ଦିପ ତଳ ଅନ୍ଧାର ପରି ସ୍ୱାସ୍ଥ୍ୟ ମନ୍ତ୍ରୀ ପାଇ ମଧ୍ୟ ଆଜି ବଲାଙ୍ଗିର ଜିଲ୍ଲାବାସୀ ସ୍ୱାସ୍ଥ୍ୟସେବା ସୁବିଧାରୁ ବହୁ ଦୂରରେ ବୋଲି ପୂର୍ବତନ ଆଇନମନ୍ତ୍ରୀ କ୍ଷୋଭର ସହ କହିଛନ୍ତି । ଯଦି ବିବିଏମ୍‌ସିଏଚ୍ ରେ ଥିବା ସମସ୍ତ ଅସୁବିଧା ପ୍ରାଥମିକତା ଭିତ୍ତିରେ ପୁରଣ କରାନଯାଏ ତେବେ ସ୍ୱାସ୍ଥ୍ୟସେବାର ଅବହେଳାକୁ ନେଇ ଆଗାମୀ ଦିନରେ ଗାଁ ରୁ ସହର ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି । ଆଲୋଚନା ବେଳେ ଶ୍ରୀ ମିଶ୍ରଙ୍କ ବ୍ୟତିତ କଂଗ୍ରେସ ନେତା ମନୀଷ ମିଶ୍ର, ହିମାଂଶୁ ନାୟକ, ଜୁଲୁ ପଟ୍ଟନାୟକ, ସାନନ୍ଦ ମିଶ୍ର, ସମୀର କୁମ୍ଭାର, କୈଳାସ ମିଶ୍ର, ରବିନ୍ଦ୍ର ଖମାରି ଏବଂ ଭୀମଭୋଇ ମେଡିକାଲ କଲେଜର ବିଭିନ୍ନ ବିଭାଗର ଏଚ୍‌ଓଡି ଓ ହସ୍‌ପିଟାଲ ମେନେଜର ଉପସ୍ଥିତ ଥିଲେ ।

0
0
0
s2sdefault