ସୁବର୍ଣ୍ଣପୁର,୨୭/୦୫(ପ୍ରକାଶ କୁମାର ହାତୀ ): ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ କାର୍ଯାଳୟ ର କ୍ଷୁଦ୍ର ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ରାଜେନ୍ଦ୍ର ମାଝି ଅଧ୍ୟକ୍ଷତା କରିଥିଲେ ଏବଂ ଭାରପ୍ରାପ୍ତ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରିୟବ୍ରତ ମହାନ୍ତି ବୈଠକ କୁ ପରିଚାଳନା କରିଥିଲେ। ବୈଠକର ପମୁଖ୍ୟ ଉଦ୍ଦେଶ୍ୟ ଥିଲା ଜିଲ୍ଲା ହାଇୱେ ସୁରକ୍ଷା ଟାସ୍କ ଫୋର୍ସ ଗଠନ କରିବା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସାମ୍ନାରେ ରାସ୍ତା ପାର୍ଶ୍ୱରେ ରାସ୍ତା ବିକାଳୀଙ୍କୁ ହଟାଇବା, ଯଦ୍ୱାରା ଚିକିତ୍ସାଳୟ ସାମ୍ନା ରେ ଟ୍ରାଫିଲ ସମସ୍ୟା ନ ହେବ, ମୁନିସିପାଲିଟି ଦ୍ୱାରା ଡିମାର୍କେସନ୍ କାମ ସମ୍ପନ୍ନ କରାଯାଇଥିବା କଥା ମୁନିସିପାଲିଟି ନିର୍ବାହୀ ଅଧିକାରୀ ଶ୍ରୀ ଋଷି ମାଝୀ ସୂଚନା ଦେଇଛନ୍ତି । ଜିଲ୍ଲା ପ୍ରଶାସନ ବଢୁଥିବା ସଡ଼କ ଦୁର୍ଘଟଣାକୁ କମାଇବା ଏବଂ ସୁରକ୍ଷିତ ଯାତାୟାତ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନେବା କଥା ବୈଠକରେ ଆଲୋଚନା ହୋଇଥିଲା। ଆଞ୍ଚଳିକ ପରିବହନ ଅଧିକାରୀ ସୂଚନା ଦେଇଥିଲେ ଯେ, ଏପ୍ରିଲ୍ ମାସରେ ବିର ମହାରାଜପୁର, ବିନକା ଏବଂ ସୁବାଳୟରେ ରେସ୍ ଡ୍ରାଇଭିଂ କାରଣରୁ ୩ଟି ମୃତ୍ୟୁଦୁର୍ଘଟଣା ଘଟିଥିଲା। ଏହି ବର୍ଷରେ ମୋଟ ୧୩ଟି ଦୁର୍ଘଟଣାରେ ୧୪ଜଣଙ୍କ ମୃତ୍ୟୁ ଘଟିଛି। ଏପ୍ରିଲ୍ରେ ୬୯୩ଟି ଚାଲାନ୍ ଜାରି ହୋଇଥିଲା, ଯାହାରୁ ୧୩୨ଟି ସମାଧାନ ହୋଇଛି ଏବଂ ୫୬୧ଟି ବକିଆ ରହିଛି। ଆଦାୟ ହୋଇଥିବା ରାଶି ୧୦, ୬୮,୭୬୦ ଏବଂ ବକିଆ ରାଶି ୨୩,୨୮, ୪୨୯।
ସଭାରେ ଭାରୀ ଯାନବାହନକୁ ସହରରେ ପ୍ରବେଶ ନିଷେଧ ପାଇଁ ସଠିକ୍ ସାଇନେଜ୍, ସହରରେ ଯାତାୟାତ ଜାମ୍ କମାଇବା ପାଇଁ ସଡ଼କ ପ୍ରସାରଣ, ସ୍କୁଲ୍ଗୁଡ଼ିକରେ ସଚେତନତା ଅଭିଯାନ ଏବଂ ଅପରାଧ, ଲୁଟ ଓ ଦୁର୍ଘଟଣାକୁ ନିୟନ୍ତ୍ରଣ ପାଇଁ ସିସି ଟିଭି କ୍ୟାମେରା ସ୍ଥାପନ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ସିଡିଏମୋ ପ୍ରତିନିଧି, ଏନେଚ ଏ ଆ ଇ ପ୍ରତିନିଧି, ବସ୍ ଏସୋସିଏସନ୍, ଟ୍ରକ୍ ଏସୋସିଏସନ୍,ପୃତ୍ତ ବିଭାଗ କର୍ମଚାରୀ, ଏବଂ ମୋଟର ଯାନ ଇନ୍ସ୍ପେକ୍ଟର ଉପସ୍ଥିତ ଥିଲେ।
ରାଜ୍ୟ
ସୁବର୍ଣ୍ଣପୁରରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ
- Hits: 16







