ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଭଞ୍ଜନଗର ତଥା ମହିଳା ଓ ଶିଶୁ ବିକାଶ ବିଭାଗ (ଓଡ଼ିଶା ସରକାରଙ୍କ) ଆନୁକୂଲ୍ୟରେ ଅଦ୍ୟ ୨୭ ତାରିଖ ବୁଧବାର ୨୦୨୬ ଦିନ ତ୍ରି ଦିବସୀୟ "ପୋଷଣ ଭି, ପଢ଼ାଇ ଭି" ତାଲିମ ଶିବିର ର ଶୁଭାରମ୍ଭ ହୋଇଯାଇଛି। ଏହା ଦୁଇଦିନ ପରେ ଅର୍ଥାତ ୨୯ ତାରିଖ ଶୁକ୍ରବାର ଦିନ ଉଦଯାପନ ହେବ।
ଆଜିର ଏହି ଆଦ୍ୟ ଶୈଶବ ଯତ୍ନ ଏବଂ ଶିକ୍ଷା ନିମନ୍ତେ ଅଙ୍ଗନୱାଡି କର୍ମୀ ଙ୍କ ଦକ୍ଷତା ବୃଦ୍ଧି ସକାଶେ ତ୍ରି ଦିବସୀୟ ପ୍ରଶିକ୍ଷଣ ତାଲିମ କାର୍ଯ୍ୟକ୍ରମ ତିନୋଟି ଭାଗରେ ୨୫୭ ଜଣ ଅଙ୍ଗନୱାଡି କର୍ମୀ ଙ୍କୁ ନେଇ ଦୁଇଟି ପର୍ଯ୍ୟାୟରେ ଶୁଭାରମ୍ଭ ହୋଇଛି। ପ୍ରଥମ ଭାଗ, ଭଞ୍ଜନଗର ବ୍ଳକ୍ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ତାଲିମ ପ୍ରଦାନ ନିମନ୍ତେ ଉପସ୍ଥିତ ଥିଲେ, ଭଞ୍ଜନଗର ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଧାନ ଟୁଲିଆମ୍ମା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଭାରତୀ ଦେବୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଗଜେନ୍ଦ୍ର ସେଠୀ, ଭଞ୍ଜନଗର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣି ଶ୍ରୀମତୀ ମିଲିମା କୁମାରୀ ପଣ୍ଡା ଙ୍କ ସହିତ ସୁପରଭାଇଜର ଶରିତାରାଣୀ ପାତ୍ର, ଗୀତାଞ୍ଜଳି ପଟ୍ଟନାୟକ, ସ୍ମିତା ରାଣୀ ସାହୁ (ପୋଷଣ ଗୋଷ୍ଠୀ ସଂଯୋଜକ) ଉପସ୍ଥିତ ଥିଲେ। ସେହିପରି ଦୁତୀୟ ଭାଗରେ ବ୍ଳକ୍ ମିଶନ ଶକ୍ତି କାର୍ଯ୍ୟାଳୟ ସଭାଗୃହରେ ସୁପରଭାଇଜର ଲକ୍ଷ୍ମୀ ସାହୁ,ଆମେନିକା ଟପୋ, ସ୍ନେହଲତା ପାଢ଼ୀ (ସୁଭଦ୍ରା ସହାୟିକା) ସହିତ ମିଶନ୍ ଶକ୍ତି ଗୋଷ୍ଠୀ ସଂଯୋଜକ ପ୍ରଶାନ୍ତ କୁମାର ନାୟକ ଉପସ୍ଥିତ ଥିଲେ। ଠିକ୍ ସେହିପରି ଅଙ୍ଗନୱାଡି କର୍ମୀ ଙ୍କୁ ତାଲିମ ପ୍ରଦାନ ନିମନ୍ତେ ତୃତୀୟ ଭାଗରେ ବା ବେଚ୍ ଆର୍.ଏମ୍.ସି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ସୁପରଭାଇଜର ଭାଗ୍ୟଲତା ବେହେରା,ମଳୟ ମୁନି, ସତ୍ୟଜିତ୍ ବିଷୋୟୀ,ପି.ଏ ମମତା ଙ୍କ ସହିତ ସୁଭଦ୍ରା ସହାୟିକା ଅର୍ଚ୍ଚନା ପ୍ରଧାନ ଉପସ୍ଥିତ ଥିଲେ।
ଏହି ତାଲିମ୍ ତ୍ରି ଦିବସୀୟ ପୋଷଣ ଭି ପଢ଼ାଇ ଭି କାର୍ଯ୍ୟକ୍ରମ ରେ ଭଞ୍ଜନଗର ବ୍ଲକର ୨୫୭ ଜଣ ଅଙ୍ଗନୱାଡୀ କର୍ମୀ ମାନଙ୍କୁ ନେଇ ୨ଟି ପର୍ଯ୍ୟାୟରେ ତିନୋଟି ଭାଗରେ ଭିନ୍ନ ଭିନ୍ନ ଭାବରେ ଅନୁଷ୍ଠିତ ହୋଇଛି। ପ୍ରତ୍ୟେକ ଅଙ୍ଗନୱାଡି କର୍ମୀଙ୍କର ଦକ୍ଷତା ବୃଦ୍ଧି କରିବା ଏବଂ ୦-୩ ବର୍ଷର ଶିଶୁ ମାନଙ୍କ ପ୍ରାରମ୍ଭିକ ପ୍ରୋତ୍ସାହନ ଏଵଂ ୩-୬ ବର୍ଷର ଶିଶୁମାନଙ୍କର ପ୍ରାରମ୍ଭିକ ଶୈଶବ ଯତ୍ନ ଏବଂ ଶିକ୍ଷାକୁ ପ୍ରୋତ୍ସାହିତ କରିବା ସହିତ ଇସିସିଇ ପାଠ୍ୟକ୍ରମ ଏଵଂ ଶିକ୍ଷାଦାନ ଦୃଷ୍ଟିକୋଣର ମୌଳିକ ବୁଝାମଣା ସହିତ ଅଙ୍ଗନ ୱାଡି କର୍ମୀ ମାନଙ୍କର ସାମର୍ଥ୍ୟ ବିକାଶ କରିବା ଏହାର ଲକ୍ଷ୍ୟ ଓ ଉଦେଶ୍ୟ ବୋଲି କୁହାଯାଉଛି। ଏତଦ ବ୍ୟତୀତ ପୋଷଣ ଟୁ ପଏଣ୍ଟ୍ ଜିରୋ ଏବଂ ସକ୍ଷମ ଅଙ୍ଗନୱାଡି, ପୋଷଣ ଟ୍ରାକର,ଖାଦ୍ୟ ଅଭ୍ୟାସ, ସୂକ୍ଷ୍ମ ପୋଷକ ତତ୍ତ୍ଵର ଅଭାବ ଇତ୍ୟାଦି ପୋଷଣ ଉପରେ ଅଜ୍ଞନୱାଡ଼ି କର୍ମୀଙ୍କର ବୁଝାମଣାକୁ ସୁଦୃଢ଼ କରିବା ଏହାର ଉଦ୍ଦେଶ୍ୟ।ଏହି ତାଲିମ ଶିବିରେ ମହିଳା ଓ ଶିଶୁ କଲ୍ୟାଣ ଅଧିକାରୀ ମିଲିମା କୁମାରୀ ପଣ୍ଡା ଏହାର ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ। ଏବଂ ଅନ୍ୟମାନେ ପ୍ରତ୍ୟେକ କାର୍ଯକ୍ରମରେ ସହଯୋଗ କରିଥିଲେ।
ରାଜ୍ୟ
ଭଞ୍ଜନଗରରେ ତ୍ରି ଦିବସୀୟ "ପୋଷଣ ଭି , ପଢ଼ାଇ ଭି" ତାଲିମ୍ ଶିବିର ର ଶୁଭାରମ୍ଭ
- Hits: 16







