ହେଡଲାଇନସ୍:

ତାଳପଦର ଧାନ ମଣ୍ଡିରେ ଅଗ୍ନିକାଣ୍ଡ, ଅଳ୍ପକେ ବଡ଼ ଦୁର୍ଘଟଣା ଟଳିଲା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ତାଳପଦର ଧାନ ମଣ୍ଡିରେ ଆଜି ବୁଧବାର ପ୍ରାୟ ୧୨ଟା ସମୟରେ ଅଗ୍ନିକାଣ୍ଡ ଘଟିଥିଲା। ଝାଲପାଳି ପଟରୁ ନିଆଁ ମାଡ଼ି ଆସି ମଣ୍ଡି ପରିସରକୁ ପହଞ୍ଚିଥିବା ଜଣାପଡ଼ିଛି। ମଣ୍ଡି ପରିସରରେ ଧୂଆଁ ଓ ନିଆଁ ଦେଖି ସଙ୍ଗେ ସଙ୍ଗେ ମଣ୍ଡି ଇନଚାର୍ଜ ମିନିକେତନ ସାହୁ ୧୦୧ ନମ୍ବରକୁ ଫୋନ କରି ଦମକଳ ବାହିନୀକୁ ସୂଚନା ଦେଇଥିଲେ।ଖବର ପାଇ ବିଜେପୁର ଦମକଳ ବାହିନୀର ମନୋଜ ପଧାନ, ହେମନ୍ତ ପଧାନ, କେଶବ ସାହୁ, ଅମିତ ପଧାନ, ଲଷ୍ମଣ ଧରୁଆ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ସ୍ଥାନୀୟ ତାଳପଦର ଗ୍ରାମବାସୀମାନେ ମଧ୍ୟ ଦମକଳ ବାହିନୀଙ୍କ ସହ ମିଶି ନିଆଁ ଲିଭା କାମରେ ସାମିଲ ହୋଇଥିଲେ। ସମୟୋଚିତ ପଦକ୍ଷେପ ଫଳରେ ବଡ଼ ଧରଣର କ୍ଷୟକ୍ଷତି ଟଳିଯାଇଥିବା ଜଣାପଡ଼ିଛି। ଘଟଣାକୁ ନେଇ ଅଞ୍ଚଳରେ କିଛି ସମୟ ପାଇଁ ଭୟର ପରିବେଶ ସୃଷ୍ଟି ହୋଇଥିଲା।

0
0
0
s2sdefault