🔻 ନାତୁଣୀ ହାତରେ ସାତଫେରା କରାଇଲେ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ
🔻 ପଦ୍ମଶ୍ରୀ ହରିପାଲଙ୍କ ନାତୁଣୀ ଜ୍ଜ୍ୟଇଁ ହେଉଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆ ବାସିନ୍ଦା
ସମ୍ବଲପୁର/କୁଚିଣ୍ଡା ୨୧।୫ : ବିଶ୍ୱପ୍ରସିଦ୍ଧ ସମ୍ବଲପୁରୀ ଗୀତ 'ରଙ୍ଗବତୀ'ର ଗାୟକ ତଥା ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲଙ୍କ ଘରେ ଏବେ ସାନନ୍ଦ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ତାଙ୍କ ନାତୁଣୀଙ୍କ ବିବାହ ଜଣେ ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣଆର ଯୁବକଙ୍କ ସହିତ ସମ୍ପନ୍ନ ହୋଇଯାଇଛି। ସମ୍ପୂର୍ଣ୍ଣ ଓଡ଼ିଆ ତଥା ପାରମ୍ପରିକ ରୀତିନୀତି ଅନୁଯାୟୀ ଏହି ବାହାଘର ଅନୁଷ୍ଠିତ ହୋଇଛି,
ସୂଚନା ଅନୁଯାୟୀ, ଜିତେନ୍ଦ୍ର ହରିପାଲ ନିଜ ନାତୁଣୀଙ୍କ ପାଇଁ ସୁଦୂର ସାତସମୁଦ୍ର ପାରିରୁ ଏକ ବିଦେଶୀ ବର ବାଛିଥିଲେ। ବରଜଣକ ମଧ୍ୟ ଭାରତୀୟ ସଂସ୍କୃତି ଓ ଓଡ଼ିଶାର ପରମ୍ପରାକୁ ସମ୍ମାନ ଜଣାଇ ମଥାରେ ଚନ୍ଦନ-ସିନ୍ଦୂର ଲଗାଇ, ପାରମ୍ପରିକ ବିବାହ ପୋଷାକ ଓ ମୁକୁଟ ପିନ୍ଧି ବର ବେଶରେ ବେଦୀରେ ବସିଥିଲେ। "ଆମ ସଂସ୍କୃତି ଓ ଗୀତ ଯେମିତି ସୀମା ପାରି ହୋଇ ବିଦେଶୀଙ୍କ ମନ ଜିଣିଛି, ଠିକ୍ ସେମିତି ବିଦେଶୀ ବର ଆମ ପରମ୍ପରାକୁ ଆଦରି ନେଇଛନ୍ତି। ବିବାହ ଉତ୍ସବରେ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ନିଜେ ଉପସ୍ଥିତ ରହି ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଏହି ନିଆରା ବିବାହ ହେବା ପରେ ବିଭିନ୍ନ ମହଲରୁ ନବଦମ୍ପତିଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ସମ୍ବଲପୁରୀ କନ୍ୟାଙ୍କ ବିଦେଶୀ ବର ହାତ ଧରିବା ଘଟଣା ପଶ୍ଚିମ ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ।







