ହେଡଲାଇନସ୍:

ଗଜପତି ଜିଲ୍ଲାର ବିକାଶ ଦିଗରେ ନିଜର ଦାବୀ ପତ୍ର ବିଜେଡି ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର କେନ୍ଦ୍ର ମନ୍ତ୍ରୀଙ୍କୁ ଜଣାଇଲେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଜେଡି ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ନିକଟରେ କେନ୍ଦ୍ର ସଂଖ୍ଯାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁଙ୍କୁ ଭେଟିଥିଲେ।ବ୍ୟାପାରସେ ନିଜ ଦାବୀରେ ଗଜପତି ଜିଲ୍ଲାରେ ଗୋଟିଏ ମେଡିକାଲ କଲେଜ ତଥା କେନ୍ଦ୍ର ସହାୟତାରେ ବିଭିନ୍ନ ଆନୁଷ୍ଠାନିକ ଯୋଜନା କରିବାକୁ ନିବେଦନ କରିଥିଲେ। ତା' ସହ ଗଜପତି ଜିଲ୍ଲାରେ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର , ସଂଖ୍ୟାଲଘୁ ବାଳିକା ଆବାସିକ ଶିକ୍ଷା କମ୍ପ୍ଲେକ୍ସ ଓ ରୋଜଗାର ସକ୍ଷମ ସମ୍ୱଳ ଅନୁଷ୍ଠାନ ଗଠନ କରିବାକୁ କହିଥିଲେ। ସ୍ୱାସ୍ଥ୍ୟ ସେବା ଗଜପତିରେ ଅଚଳ ହୋଇଯାଇଛି। ଯାହାଫଳରେ ସାମାନ୍ୟ ଚିକିତ୍ସା ପାଇଁ ବ୍ରହ୍ମପୁର କିମ୍ବା ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଓ ବିଶାଖାପାଟଣା ଖର୍ଚ୍ଚାନ୍ତ ହୋଇ ଯିବାକୁ ପଡିଥାଏ। ଜିଲ୍ଲାରେ କୌଣସି କଳକାରଖାନା ନଥିବାରୁ ଗ୍ରାମାଞ୍ଚଳରୁ ବିଶେଷ ଅନୁସୂଚିତ ଜାତି ଓ ଜନଜାତି ଦାଦନ ଖଟିବାକୁ ବାହାର ରାଜ୍ଯକୁ ଯିବାକୁ ବାଧ୍ଯ ହୋଇଥାନ୍ତି। ତେଣୁ ସେମାନଙ୍କୁ ରୋଜଗାର ସକ୍ଷମ କରିବା ସକାଶେ ବ୍ୟବସ୍ଥା କରିବାକୁ ନିବେଦନ କରିଥିଲେ। ବିଧାନସଭାରେ ବହୁବାର ଗୋଟିଏ ମେଡିକାଲ କଲେଜ ଖୋଲିବା ପାଇଁ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ଦାବୀ ଜଣାଇଛନ୍ତି। ତେଣୁ ଏ ଦିଗରେ ବିହିତ ପଦକ୍ଷେପ ନେବାପାଇଁ ସେ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ମନ୍ତ୍ରୀ ଏଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତାଙ୍କର ଏହିଭଳି ଉଦ୍ୟମ ପାଇଁ ଗଜପତି ଜିଲ୍ଲାବାସୀ ସାଂସଦ ପାତ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି।

0
0
0
s2sdefault