କେନ୍ଦୁଝର: ଆଜି ତା: ୧୫. ୦୫. ୨୦୨୬ ରିଖ ଶୁକ୍ରବାର ଦିନ ଜିଲ୍ଲା ସଂଯୋଜକ ତଥା କାଉନସେଲର ୟୁଶରାୟ କଇସର ଙ୍କ ନେତୃତ୍ୱରେ ୧୮ ଜଣ ଜେଣ୍ଡର କମ୍ୟୁନିଟି ରିଶୋର୍ସ ପରସନ ଜିଲ୍ଲା ସଦର ମହକୁମା ଡାକ୍ତରଖାନା ପରିସରରେ ଅବସ୍ଥିତ ସ୍ବେଛାସେବୀ ଅନୁଷ୍ଠାନ ପ୍ରକଳ୍ପ ଦ୍ୱାରା ପରିଚାଳିତ ସଖି -ୱାନ ଷ୍ଟପ ସେଣ୍ଟର ପରିଦର୍ଶନ ରେ ଆସିଥିଲେ l ସଖି -ୱାନ ଷ୍ଟପ ସେଣ୍ଟର ଦ୍ୱାରା ପ୍ରଦତ୍ତ ବିଭିନ୍ନ ସେବା ସମ୍ପର୍କରେ ଅବଗତ ହୋଇଥିଲେ l ହିଂସା ର ଶିକାର ହେଉଥିବା ମହିଳା ମାନଙ୍କୁ ଗୋଟିଏ ଛାତ ତଳେ ମନସ୍ତlତିକ, ଡାକ୍ତରୀ ସୁବିଧା, ପୋଲିସ ସହାୟତା, ଆଇନ ସହାୟତା, ସ୍ୱଳ୍ପ କାଳୀନ ରହଣି ଇତ୍ୟାଦି ସେବା ସମ୍ପର୍କରେ ଆଲୋଚନା କରିଥିଲେ l ସଖି ର କାର୍ଯ୍ୟକର୍ତା ତବସସୁମ ବେଗମ, ମମତା ମହାନ୍ତ, ଲିକି ମହାରଣା, ଅମୃତି ଦେହୁରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା କରିଥିଲେ l







