ହେଡଲାଇନସ୍:

ନୀଳଗିରୀ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଗୋଶାଳା ନିମନ୍ତେ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ନୀଳଗିରି ତା ୧୫/୦୫;- ଅଦ୍ୟ ପୂର୍ବାହ୍ନ ଘ.୮.୩୦ ମି.ସମୟରେ ନୀଳଗିରି ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ୪ନଂ.ୱାର୍ଡ ମିରିଗିଣି ସ୍ଥିତ ଖପରାବଣିଆଁ ଠାରେ ଏକ ଗୋଶାଳା ନିର୍ମାଣ ପାଇଁ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବାଲେଶ୍ୱରର ମାନ୍ୟବର ଲୋକସଭା ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବାବେଳେ ଅନ୍ୟାନ୍ୟ ବରେଣ୍ୟ ସମ୍ମାନୀତ ଅତିଥି ଗଣଙ୍କ ମଧ୍ୟରେ ମାନ୍ୟବର ନୀଳଗିରି ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ ଖଟୁଆ,ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ,ଏନ୍. ଏ. ସି. ଭାର ପ୍ରାପ୍ତ ଅଧକ୍ଷ ଶ୍ରୀଯୁକ୍ତ ମହେନ୍ଦ୍ର ନାଥ ବେହେରା, ଏନ୍.ଏ.ସି.କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅଂଶୁମାନ ପରିଡ଼ା, ଉପଖଣ୍ଡ ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ: ଶୁଭାଶିଷ ମହାପାତ୍ର, ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ,ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଗୋବର୍ଦ୍ଧନ ବିଶ୍ଵାଳ ସମସ୍ତ ୱାର୍ଡର କାଉନସିଲର,ଉକ୍ତ ଅଞ୍ଚଳର ବୁଦ୍ଧିଜୀବି, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।ଏ ଅଞ୍ଚଳରେ ଗୋମାତା ଗୋ ସମ୍ପଦର ସୁରକ୍ଷା ଏବଂ ସଂରକ୍ଷଣ ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଗୋଶାଳା ନିର୍ମାଣ କରିବା ପାଇଁ ଏନ୍. ଏ.ସି.ପକ୍ଷରୁ ଜାଗା ଚିହ୍ନଟ ବା ନିରୁପଣ କରାଯାଇଥିଲା।ଏହ। ମିରିଗିଣିସ୍ଥିତ ଖପରା ବଣିଆ ଠାରେ ୩ ଏକର ରୁ ଉର୍ଦ୍ଧ ଜମିରେ ପ୍ରଥମ ପର୍ଯାୟରେ ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଗୋଶାଳାର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଠାରେ ଗୋସମ୍ପଦର ରକ୍ଷଣା ବେକ୍ଷଣା ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କୁ ତ୍ଵରାନିତ କରାଯିବା ଉପରେ ଉଭୟ ମାନ୍ୟବର ବାଲେଶ୍ଵର ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଏବଂ ସ୍ଥାନୀୟ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଖଟୁଆ ସ୍ୱତନ୍ତ୍ର ଦୃଷ୍ଟି ଦେବେ ବୋଲି କହିଥିଲେ।ଏହି ଗୋଶାଳାର କଳେବରକୁ ସରକାରଙ୍କ ପକ୍ଷରୁ ଅନୁଦାନ ମିଳିଲେ ପର୍ଯ୍ୟାୟ କ୍ରମେ ବଢ଼ା ଯାଇ ପାରେ ବୋଲି ଏନ୍.ଏ. ସି. କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପରିଡ଼ା ଙ୍କ ପକ୍ଷରୁ ସୂଚନା ମିଳିଛି।

0
0
0
s2sdefault