ଓଡ଼ଗାଁ, ୧୪।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଜିତ ସାହୁ ହତ୍ୟାକାଣ୍ଡ ତଦନ୍ତରେ ନୟାଗଡ଼ ପୋଲିସର ତ୍ରୁଟିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଫେରାର ଅଭିଯୁକ୍ତ କୁଲୁ ଭଟଙ୍କ ପରିବର୍ତ୍ତେ ତାଙ୍କ ମାମୁ ଶ୍ରୀଧର ସାହୁଙ୍କୁ ପୋଲିସ ଅଭିଯୁକ୍ତ ଭାବେ ଦର୍ଶାଇ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନ କରିଥିବା ଅଭିଯୋଗ ହୋଇଛି। ପ୍ରତିବାଦ ପରେ ପୋଲିସ ତ୍ରୁଟି ସ୍ୱୀକାର କରି ରାତିରେ ତାଙ୍କୁ ଛାଡ଼ିଦେଇଥିଲା।
ଏନେଇ ନୟାଗଡ଼ ଏସପି କହିଛନ୍ତି ଯେ, ଶ୍ରୀଧରଙ୍କୁ ଗିରଫ ନୁହେଁ, କେବଳ ଅଟକ ରଖାଯାଇଥିଲା। ତେବେ ଜଣେ ନିର୍ଦ୍ଦୋଷଙ୍କୁ ମୁହଁ ଘୋଡ଼ାଇ ଅଭିଯୁକ୍ତ ଭାବେ ଦର୍ଶାଇବାକୁ ନେଇ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି।
ଏହି ମାମଲାରେ ପରେ ଡ୍ରାଇଭର ନରେଶ ବିଶୋଇଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ପୂର୍ବରୁ ଖଣି ମାଫିଆ ପୂର୍ଣ୍ଣଚନ୍ଦ୍ର ନାୟକ, ମହନ୍ତ ନାୟକ ଓ ମାନସ ବେହେରାଙ୍କୁ ମଧ୍ୟ ଗିରଫ କରାଯାଇଛି। ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପଣ୍ଡା ସହ ୩ ଜଣ ଏପର୍ଯ୍ୟନ୍ତ ଫେରାର ଥିବା ପୋଲିସ ସୂଚନା ଦେଇଛି।
ରାଜ୍ୟ
ମିଛ ଆରେଷ୍ଟକୁ ପାଇଁ ବଦନାମ ନୟାଗଡ଼ ପୋଲିସ
- Hits: 61







