ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ରେ ଖେତଡା ଗ୍ରାମ ସମସ୍ୟା ମୁଖ୍ୟ ପ୍ରସଙ୍ଗ କଲେ ବିଧାୟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଚତୁର୍ଥ କକ୍ଷ ସଭା ଗୃହ ରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସୁଥିବା ମୌସୁମୀ କୁ ଆଖି ଆଗରେ ରଖି କିଭଳି ଲୋକେ ସୁରକ୍ଷିତ ଭାବେ ରହିବେ ସେ ନେଇ ବିଭିନ୍ନ ବିଭାଗ ଅଧିକାରୀ ଙ୍କ ଉପସ୍ଥିତି ରେ ଆଲୋଚନା ହୋଇଥିଲା। ଲୋକଙ୍କ କିଭଳି କୌଣସି ଅସୁବିଧା ନହେବା ସେଥିପାଇଁ ପୂର୍ବରୁ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ସତର୍କ ରହି କାର୍ଯ୍ୟ କରିବା ପାଇଁ ଉପଦେଶ ଦେଇଥିଲେ ବିଧାୟକ ଶ୍ରୀ ପାଣିଗ୍ରାହୀ।
ବିଧାୟକ ଏହି ବିପର୍ଯ୍ୟୟ କମିଟି ବୈଠକ ରେ ମୁଖ୍ୟତଃ ଗୋଷାଣୀ ବ୍ଲକ ଅନ୍ତର୍ଗତ ଉପଲଡ଼ା ପଞ୍ଚାୟତ ଖେତଡ଼ା ଗ୍ରାମ କୁ ଯିବା ପାଇଁ ରାସ୍ତା ନଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ମୁଖ୍ୟତଃ ରୋଗୀ ମାନେ ଯିବା ପାଇଁ ହେଲେ ବହୁତ୍ ଅସୁବିଧା ର ସମ୍ମୁଖୀନ ହୋଇ ଯିବାକୁ ପଡୁଛି, ଏହି ବିଷୟ ନେଇ ବିଧାୟକ ଆଜି ବିପର୍ଯ୍ୟୟ କମିଟି ବୈଠକ ରେ ତୁରନ୍ତ ଏହି କାର୍ଯ୍ୟ କରିବାପାଇଁ ଜିଲ୍ଲା ପ୍ରଶାସନ ଙ୍କୁ ଆଦେଶ ଦେଇଛନ୍ତି। ଏହି ବିଷୟ ନେଇ ବହୁବାର ଗୋଷାଣୀ ବ୍ଲକ୍ ଅଧ୍ୟକ୍ଷ ଏନ୍ ବିରରାଜୁ ପ୍ରଶାସନ, ଓ ରାଜ୍ୟ ସରକାର ଙ୍କୁ ଚିଠି ମାଧ୍ୟମ ରେ ଜଣାଇଥିଲେ କିନ୍ତୁ କୌଣସି କାର୍ଯ୍ୟକାରୀ ହୋଇନଥିବା ଜଣାପଡିଛି।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବ୍ରହ୍ମପୁର ସାଂସଦ ଡ. ପ୍ରଦିପ ପାଣିଗ୍ରାହୀ , ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ , ମୋହନା ବିଧାୟକ ଦାଶରଥି ଗମାଙ୍ଗ , ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ସହ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

0
0
0
s2sdefault