ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ଗୁରୁବାର) ଅନୁଷ୍ଠିତ ହୋଇଥିବା ବାଳିକା ବର୍ଗ ଫାଇନାଲ ମ୍ୟାଚ ଟି ଜୀବା କ୍ଲବ ଏବଂ ଯାଜପୁର କ୍ଲବ ମଧ୍ୟରେ କଡା ଟକ୍କର ହୋଇଥିଲା। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ ରେ ଜୀବା କ୍ଲବ ଦଳ ଯାଜପୁର କ୍ଲବ କୁ ୬ -୦ ଗୋଲ ରେ ପରାସ୍ତ କରି ସି. ଏମ. ଟ୍ରଫି ଫୁଟବଲ ଚାମ୍ପିୟନ ହୋଇଥିଲେ।
ଜିଲ୍ଲା କ୍ରୀଡା ଅଧିକାରୀ ଡ.ମାୟାଧର ସାହୁ ଚାମ୍ପିୟନ ଦଳ କୁ ଟ୍ରଫି ପ୍ରଦାନ କରିଥିଲେ। ସି. ଏମ ଟ୍ରଫି ର ସମସ୍ତ ମ୍ୟାଚ ଶାନ୍ତି ଶୃଙ୍ଖଳା ର ସହ ସମାପ୍ତ ହେଇଥିବାରୁ ସମସ୍ତ ଗଣମାଧ୍ୟମ ପ୍ରତିନିଧି , ମେଡିକାଲ ଟିମ , ସମସ୍ତ ପି ଇ ଟି ଶିକ୍ଷକ ଓ ଶିକ୍ଷୟତ୍ରୀ ଯେଉଁ ମାନେ ଅକ୍ଲାନ୍ତ ପରିଶ୍ରମ କରି ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିବାରୁ ଜିଲ୍ଲା କ୍ରୀଡା ଅଧିକାରୀ, ଗଜପତି ତ୍ରିନାଥ ସାହୁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିଥିଲେ।
ରାଜ୍ୟ
ସି ଏମ ଟ୍ରଫି ଫୁଟବଲ ମ୍ୟାଚ ଉଦଯାପିତ : ଯାଜପୁର କ୍ଲବ ଚାମ୍ପିୟନ
- Hits: 30







