ହେଡଲାଇନସ୍:

ରଙ୍ଗଣୀପାଟଣା ପଞ୍ଚାୟତରେ ଆମ ବ୍ୟାଙ୍କ ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୧୪।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରଙ୍ଗଣୀପାଟଣା ପଞ୍ଚାୟତ ଠାରେ ଆମବ୍ୟାଙ୍କର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି । ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ବିଡିଓ ପ୍ରିତିବାଳା ରଣା, ଷ୍ଟେଟବ୍ୟାଙ୍କ ଶାଖା ପରିଚାଳକ ଲକ୍ଷ୍ମୀଧର ସୁବୁଦ୍ଧି ଏବଂ ରଙ୍ଗଣୀ ପାଟଣା ପଞ୍ଚାୟତ ସରପଞ୍ଚ ସସ୍ମିତା ପାତ୍ର ଆମ ବ୍ୟାଙ୍କ କିଓସ୍କୋ ଶାଖାର ଉଦଘାଟନ କରିଥିଲେ । ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ୫୦ ରୁ ଉର୍ଦ୍ଧ୍ବ ମହିଳା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଗ୍ରାହାକମାନେ ନିଜ ଘର ପାଖରେ ଷ୍ଟେଟବ୍ୟାଙ୍କ ଜରିଆରେ ଅର୍ଥର ଦେଣନେଣ କରିପାରିବେ । ଏବଂ ବରିଷ୍ଠ ନାଗରିକ, ବିଭିନ୍ନ ବର୍ଗର ଭତା ଧାରି ମାନେ ଓଡ଼ଗାଁ ନଯାଇ ନିଜ ଗାଁ କିଓସ୍କୋ କେନ୍ଦ୍ରରୁ ଅର୍ଥ ଜମା ଓ ଉଠାଣ କରିପାରିବେ ବୋଲି ଅତିଥି ମାନେ କହିଥିଲେ ।

0
0
0
s2sdefault