ଶରଣକୁଳ, ୧୧।୫(ଶ୍ରୀକାନ୍ତ କୁମାର ମିଶ୍ର): ଭାରତର ଅଜୟ ସଭ୍ୟତାର ପ୍ରତୀକ ଐତିହ୍ୟର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଚାଲିଥିବା ସାଂସ୍କୃତିକ ପୁନରୁତ୍ଥାନ ଅଭିଯାନ ପରିପ୍ରେକ୍ଷୀରେ ସୋମବାର ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଶରଣକୁଳ ଲଡ଼ୁବାବାଙ୍କ ମନ୍ଦିର ପରିସରରେ ସୋମନାଥ ଉତ୍ସବ ଗମ୍ଭୀରତାର ସହ ପାଳନ କରାଯାଇଛି। ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ କର୍ଣ୍ଣଦେବ ସମାଦାର, ଓଡଗାଁ ତହସିଲଦାର ଡ଼. ମାନସ ରଞ୍ଜନ ଭୋଇ, ଦେବୋତ୍ତର ମ୍ୟାନେଜର ତାପସ ରଞ୍ଜନ ପଟ୍ଟନାୟକ, ଶରଣକୁଳ ସରପଞ୍ଚ ମୀନାକ୍ଷୀ ପ୍ରସାଦ ସାହୁ, ସମାଜସେବୀ ବିଭୁଦତ୍ତ ମହାପାତ୍ର, ପ୍ରମୋଦ କୁମାର ପ୍ରଧାନ ଏବଂ ମନ୍ଦିର ସୁପରଭାଇଜର ସୁବାସ ବରାଡ଼ ପ୍ରମୁଖ ଯୋଗଦେଇଥିଲେ।
ଏହି ଅବସରରେ ସକାଳୁ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ପରେ ସୋମନାଥ ମନ୍ଦିରରେ ଆୟୋଜିତ ପୂଜାର୍ଚ୍ଚନା କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା। ଧାର୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବହୁ ସଂଖ୍ୟକ ଭକ୍ତ ଓ ସାଧାରଣ ଜନତାଙ୍କ ସମାଗମ ହୋଇଥିଲା। ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା।
ରାଜ୍ୟ
ଲଡ଼ୁବାବାଙ୍କ ପୀଠରେ ପାଳିତ ହେଲା ସୋମନାଥ ଉତ୍ସବ
- Hits: 37







