କେନ୍ଦୁଝର: କେନ୍ଦୁଝରରେ ଯେତେ କହିଲେ ବି ସବୁ ଠିକ ନାହିଁ, ଗ୍ୟାସ ସିଲିଣ୍ଡର ଯୋଗାଣ ଲାଗି ଗାଡ଼ି ଠିକ ସମୟରେ ଯାଉନଥିବାରୁ ଗ୍ୟାସ ଗୋଦାମ ସାମନାରେ ଲୋକେ କାମ ଧନ୍ଦା ଛାଡ଼ି ବାଧ୍ୟ ହୋଇ ଭିଡ଼ କରୁଛନ୍ତି। ଏପରିକି କିଛି ଗୃହିଣୀ ମାଆ ଗ୍ୟାସ ସିଲିଣ୍ଡର ସ୍କୁଟରରେ ଲଦି ସେଠାରେ ଗରମରେ ଧାଡି ଦେଇଛନ୍ତି। ପ୍ରଶାସନର ସବୁ ଠିକ ତେଣୁ ମିଥ୍ୟା ପ୍ରମାଣିତ ହେଉଛି। ଲୋକେ ସେଠାରୁ ନିଜେ ଗ୍ୟାସ ସିଲିଣ୍ଡର ଆଣୁଥିଲେ ମଧ୍ୟ ଗାଡ଼ି ଖର୍ଚ୍ଚ କଟା ଯାଉନି। ଗୋଟେ ବଦଳରେ ଅନ୍ୟ ଗ୍ୟାସ ଏଜେନ୍ସିକୁ ବିତରଣ ଲାଗି ଦେବା ତେଣୁ ଫଳପ୍ରଦ ହେଇନି ଯାହାଲାଗି ପ୍ରଶାସନ ପୁଣି ବିକଳ୍ପ ବ୍ୟବସ୍ଥା କରିବାକୁ ସାଧରଣରେ ଦାବି ହେଉଛି। ଏଚପି ଗ୍ୟାସର ବ୍ରହ୍ମେଶ୍ୱର ଏଜେନ୍ସି ଲୋକଙ୍କ ସେବା ଯୋଗାଇ ପାରିଲାନି ବୋଲି ଏବେ ଯୋଡ଼ା ତାରିଣୀ ଏଜେନ୍ସିକୁ ବିତରଣ ଲାଗି ଦିଆଯାଇଛି କିନ୍ତୁ ସେହି ସଂସ୍ଥା ବିଫଳ ହୋଇଥିବା ଦେଖାଯାଇଛି। ଲୋକେ ଖରାତରାରେ ଗ୍ୟାସ ଏଜେନ୍ସି ସାମ୍ନାରେ ପଡ଼ି ରହୁଥିବାରୁ ସେଠାରୁ ଜିଲ୍ଲା ପ୍ରଶାସନ ଗୋଦାମକୁ ସହର ପାଖକୁ ପୂର୍ବପରି ମାଇନିଂ ଗ୍ୟାସ ଗୋଦାମକୁ ଉଠାଇ ଆଣି ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ମାଧ୍ୟମରେ ଉପଭୋକ୍ତାଙ୍କୁ ଗ୍ୟାସ ସିଲିଣ୍ଡର ସୁବିଧାରେ ଯୋଗାଇ ଦେବାକୁ କେନ୍ଦୁଝର ନାଗରିକ ମଞ୍ଚ ପକ୍ଷରୁ ଦିଲୀପ କୁମାର ସାହୁ ଦୃଢ଼ ଦାବି କରିଛନ୍ତି।
ରାଜ୍ୟ
ଗ୍ୟାସ ସିଲିଣ୍ଡର ପାଇବାକୁ କେନ୍ଦୁଝର ସହରବାସୀ ହୀନସ୍ତା ହେଉଛନ୍ତି, ନେତା ପ୍ରଶାସନର ଦେଖା ନାହିଁ।
- Hits: 25







