ହେଡଲାଇନସ୍:

ପଦ୍ମପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ।

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି):- ତା.୧୧-୦୪-୨୦୨୬ରିଖ ଦିନ ପଦ୍ମପୁର ବ୍ଲକ ସଦଭାବନା ସଭାଗୃହ ରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶିବିର ରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ରାୟଗଡ ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପ, ଅତିରିକ୍ତ ଆରକ୍ଷୀ ଅଧିକାରୀ ଗୋସେନର ବାର୍ଲା, ଗୁଣପୁର ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ପ୍ରଧାନ, ପଦ୍ମପୁର ବ୍ଲକ ଅଧ୍ୟକ୍ଷା ମଣିମାଳା ଶବର ଯୋଗଦେଇ ସମସ୍ତ ଅଭିଯୋଗର ଶୁଣାଣୀ କରିଥିଲେ। ଆଜି ମୋଟ ୨୯ ଟି ଅଭିଯୋଗ ର ଶୁଣାଣୀ ହୋଇଥିବା ବେଳେ, ସେଥିରୁ ଟି ୨୬ବ୍ୟକ୍ତିଗତ, ୦୩ଟି ସାମୁହିକ ଦରଖାସ୍ତ ପଞ୍ଜିକରଣ ହୋଇଥିଲା । ଜଣକା ଦଶ ହଜାର ହିସାବରେ ତିନି ଜଣଙ୍କୁ ଜିଲ୍ଲାପାଳ ରେଡ଼କ୍ରସ ପାଣ୍ଠିରୁ ତିରିଶି ହଜାର ଟଙ୍କାର ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲେ । ଜିଲ୍ଲାପାଳ ସମସ୍ତ ଦରଖାସ୍ତ ଗ୍ରହଣ ପରେ ସେ ଗୁଡିକୁ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବା ନିମନ୍ତେ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଏହି ଅଭିଯୋଗ ଶିବିରରେ ଜିଲ୍ଲା ଯୋଗାଣ ଅଧିକାରୀ ଲଳିତ ମୋହନ ପଟ୍ଟନାୟକ, ଅବକାରୀ ନିରୀକ୍ଷକ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାବୁଲି ନାୟକ, ଲିଡ଼ ବ୍ୟାଙ୍କ ଅଧିକାରୀ ଦେବେନ୍ଦ୍ର ବାଉରୀ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ ଲୋକନାଥ ଯାଦବ ପଦ୍ମପୁର ତହସିଲଦାର ସୁବଶିଷ ଶତପଥୀ,ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଉପଖଣ୍ଡ ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ । ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁରେଶ ଚନ୍ଦ୍ର ଜାନୀ ଙ୍କ ତତ୍ୱାବଧାନରେ ଅନୁଷ୍ଠୀତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ପଦ୍ମପୁର ଥାନା ଅଧିକାରୀ ଧରଣୀଧର ପ୍ରଧାନ ଆଇନ ଶୃଙ୍ଖଳା ରକ୍ଷା କରିଥିଲେ ।

0
0
0
s2sdefault