ହେଡଲାଇନସ୍:

ନିଟ ପ୍ରଶ୍ନପତ୍ର ଲିକ୍ ଓ ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ କଂଗ୍ରେସର ବର୍ଷଣ; ‘ଶିକ୍ଷା ବଞ୍ଚାଅ, ଭବିଷ୍ୟତ ବଞ୍ଚାଅ’ କାର୍ଯ୍ୟକ୍ରମ ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡା, ୨୭ ଜୁନ:ଦେଶବ୍ୟାପୀ ଚର୍ଚ୍ଚିତ ନୀଟ ପ୍ରଶ୍ନପତ୍ର ଲିକ୍ ଘଟଣା ଏବଂ ଓଡ଼ିଶା ସରକାରଙ୍କ ପ୍ରକାଶିତ ବିଦ୍ୟାଳୟ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟିକୁ ନେଇ ଶନିବାର ଝାରସୁଗୁଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ‘ଛାତ୍ରଙ୍କ ସ୍ୱର ଏବଂ ଶିକ୍ଷା ବଞ୍ଚାଅ, ଭବିଷ୍ୟତ ବଞ୍ଚାଅ’ ଶୀର୍ଷକରେ ଏକ ପ୍ରେସ ବାର୍ତ୍ତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ନିଟ ପ୍ରଶ୍ନପତ୍ର ଲିକ୍ ଘଟଣା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଗୁରୁତର ଅନ୍ୟାୟ କରିଛି। ଏହା ଦେଶର ପରୀକ୍ଷା ବ୍ୟବସ୍ଥାର ସ୍ୱଚ୍ଛତା ଓ ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶିତ ସ୍କୁଲ ପାଠ୍ୟପୁସ୍ତକରେ ହଜାର ହଜାର ତ୍ରୁଟି ଛପା ଯିବା ଶିକ୍ଷା ବିଭାଗର ଅବହେଳା ଓ ପ୍ରଶାସନିକ ବିଫଳତାର ପ୍ରମାଣ ବୋଲି ସେମାନେ ଅଭିଯୋଗ କରିଥିଲେ।ଜି ଜୁନ୍ ୧୭ ତାରିଖରେ କୋଟା ଗସ୍ତ ସମୟରେ ଲୋକସଭାର ବିରୋଧୀ ଦଳନେତା ରାହୁଲ ଗାନ୍ଧୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କ ମନୋବଳ ବୃଦ୍ଧି କରିଥିଲେ ଏବଂ ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ରକ୍ଷା ପାଇଁ ଦୃଢ଼ ସ୍ୱର ଉଠାଇଥିଲେ। ତାଙ୍କ ଆହ୍ୱାନକ୍ରମେ ସାରା ଦେଶରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବକ୍ତାମାନେ କହିଥିଲେ।ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ପର୍ଯ୍ୟବେକ୍ଷକ ଅନନ୍ତ ଶୟନ ପାଢ଼ୀ ଓ ଜ୍ଞାନେନ୍ଦ୍ର ଦାସ ଉପସ୍ଥିତ ରହି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିକ୍ଷା କ୍ଷେତ୍ରର ଅବ୍ୟବସ୍ଥାକୁ ସମାଲୋଚନା କରିଥିଲେ। ଶିକ୍ଷା ବ୍ୟବସ୍ଥାକୁ ରାଜନୀତି ଓ ଦୁର୍ନୀତିମୁକ୍ତ ରଖି ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ସର୍ବାଗ୍ରେ ରଖିବା ପାଇଁ ସରକାରଙ୍କୁ ଦୃଢ଼ ପଦକ୍ଷେପ ନେବାକୁ ସେମାନେ ଦାବି କରିଥିଲେ।

ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନିଟ୍ ଦୁର୍ନୀତିର ନିରପେକ୍ଷ ଓ ସମ୍ପୂର୍ଣ୍ଣ ତଦନ୍ତ, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ତୁରନ୍ତ ସଂଶୋଧନ କରି ଛାତ୍ରଛାତ୍ରୀଙ୍କୁ ସଠିକ୍ ପାଠ୍ୟସାମଗ୍ରୀ ଯୋଗାଇବାକୁ ଦାବି କରାଯାଇଥିଲା।

ବକ୍ତାମାନେ କହିଥିଲେ ଯେ, ଛାତ୍ର ସମାଜ ହେଉଛି ଦେଶ ଓ ରାଜ୍ୟର ଭବିଷ୍ୟତ। ସେମାନଙ୍କ ଶିକ୍ଷା, ଅଧିକାର ଓ ଭବିଷ୍ୟତ ସହ କୌଣସି ପ୍ରକାର ସମଝୌତା ଗ୍ରହଣୀୟ ନୁହେଁ। ଆଗାମୀ ଦିନରେ ମଧ୍ୟ ଛାତ୍ର ସ୍ୱାର୍ଥ ସୁରକ୍ଷା ପାଇଁ କଂଗ୍ରେସର ସଂଗ୍ରାମ ଜାରି ରହିବ ବୋଲି ସେମାନେ କହିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଜୀବନ ସାର୍ଥକ, ପୂର୍ବତନ ସଭାପତି ଭାରତ ଅବସ୍ତି, ଯୁବ କଂଗ୍ରେସ ସଭାପତି ଶାହରୁଖ ଖାନଙ୍କ ସମେତ ଜିଲ୍ଲା କଂଗ୍ରେସର ବହୁ ପଦାଧିକାରୀ ଓ କର୍ମୀ ଉପସ୍ଥିତ ଥିଲେ।

0
0
0
s2sdefault