ହେଡଲାଇନସ୍:

ନାବାଳିକା ଦୁଷ୍କର୍ମ ମାମଲାରେ କଠୋର ରାୟ: ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ, ୮ ଲକ୍ଷ କ୍ଷତିପୂରଣ ସୁପାରିଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା:ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଶନିବାର ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ବିଚାରପତି ପୂଜା ସାରଙ୍ଗୀ ଅଭିଯୁକ୍ତ ଅଜୟ ସିଂ (୩୦)ଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷର ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ ହେଲେ ଆଉ ଏକ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମାମଲାର ବିବରଣୀ ଅନୁଯାୟୀ, ୨୦୨୫ ଜୁନ୍ ୨୨ ତାରିଖ ଅପରାହ୍ନ ପ୍ରାୟ ୧ଟା ସମୟରେ ବନହରପାଲି ଥାନା ଅନ୍ତର୍ଗତ ଆଇବି ଥର୍ମାଲ ପମ୍ପହାଉସପଡ଼ା ଅଞ୍ଚଳରେ ଏହି ଜଘନ୍ୟ ଅପରାଧ ଘଟିଥିଲା। ପୀଡ଼ିତା ନାବାଳିକା ଜଣକ ତାଙ୍କ ସାଙ୍ଗ ସହିତ ଅଭିଯୁକ୍ତର ଘର ସାମ୍ନାରେ ଖେଳୁଥିବା ବେଳେ ସାଙ୍ଗଟି କୌଣସି କାମରେ ଚାଲିଯାଇଥିଲା। ଏହାର ସୁଯୋଗ ନେଇ ଅଭିଯୁକ୍ତ ଅଜୟ ସିଂ ନାବାଳିକାଙ୍କ ହାତ ଧରି ଜବରଦସ୍ତ ନିଜ ଘରକୁ ଟାଣି ନେଇଥିଲା ଏବଂ ନାବାଳିକା କୁ ଉଲଗ୍ନ କରି ବଳାତ୍କାର କରିଥିଲା। ଏହି ସମୟରେ ପଡ଼ୋଶୀ ଜଣେ ମହିଳା ସନ୍ଦେହ କରି କବାଟ ବାଡ଼େଇଥିଲେ। କବାଟ ନଖୋଲିବାରୁ ସେ ଭିତରକୁ ଯାଇ ଅଭିଯୁକ୍ତର ଏପରି କାର୍ଯ୍ୟ କଳାପ ଦେଖିବାକୁ ପାଇଥିଲେ ଏବଂ ଚତୁରତାର ସହ ତୋ ମା’ ଡାକୁଛି ବୋଲି କହି ନାବାଳିକାଙ୍କୁ ସେଠାରୁ ଉଦ୍ଧାର କରିଥିଲେ।​ଏହି ଘଟଣାକୁ ନେଇ ପରିବାରଲୋକଙ୍କ ନିଷ୍ପତ୍ତି କ୍ରମେ ୨୦୨୫ ଜୁନ୍ ୨୫ରେ ବନହରପାଲି ଥାନାରେ ମାମଲା ନମ୍ବର ୧୨୮/୨୦୨୫ ରୁଜୁ ହୋଇଥିଲା। ସ୍ୱତନ୍ତ୍ର ସରକାରୀ ଓକିଲ ଆର. କେ. ଶ୍ରୀବାସ ଏବଂ ସହଯୋଗୀ ବୃନ୍ଦାବନ ମାଝୀ ଙ୍କ ଦ୍ୱାରା ଉପସ୍ଥାପିତ ଗୁରୁତ୍ୱପୂର୍ଣ୍ଣ ୩୭ ଟି ସାକ୍ଷ୍ୟ ଓ ପ୍ରମାଣକୁ ଆଧାର କରି କୋର୍ଟ ଅଭିଯୁକ୍ତକୁ ଭାରତୀୟ ନ୍ୟାୟ ସଂହିତା ର ଧାରା ୬୫(୨) ଏବଂ ପୋକ୍ସୋ ଆକ୍ଟର ଧାରା ୬ ଅଧୀନରେ ଦୋଷୀ ସାବ୍ୟସ୍ତ କରିଛନ୍ତି।ଅପରାଧର ଗୁରୁତ୍ୱ ଓ ପୀଡ଼ିତାଙ୍କ ମାନସିକ ଆଘାତକୁ ଦେଖି କୋର୍ଟ ଜିଲ୍ଲା ଆଇନ ସେବା ପ୍ରାଧିକରଣ କୁ ପୀଡ଼ିତାଙ୍କ ପାଇଁ ୮ ଲକ୍ଷ ଟଙ୍କା ର ଚୂଡ଼ାନ୍ତ କ୍ଷତିପୂରଣ ମଞ୍ଜୁର କରିବାକୁ ସୁପାରିଶ କରିଛନ୍ତି। ନାବାଳିକାଙ୍କ ସୁରକ୍ଷା ପାଇଁ ଏହି ଅର୍ଥରାଶିକୁ ଏକ ଜାତୀୟକରଣ ବ୍ୟାଙ୍କରେ ଫିକ୍ସଡ୍ ଡିପୋଜିଟ୍ ଆକାରରେ ରଖାଯିବ, ଯାହା ସେ ସାବାଳିକା ହେବା ପରେ ପାଇପାରିବେ। ଏହା ସହ ଆଦାୟ ହେବାକୁ ଥିବା ୫୦,୦୦୦ ଟଙ୍କାର ଜରିମାନା ମଧ୍ୟ ପୀଡ଼ିତାଙ୍କୁ ପ୍ରଦାନ କରାଯିବ ବୋଲି କୋର୍ଟ ସ୍ପଷ୍ଟ ନିର୍ଦ୍ଧେଶ କରିଛନ୍ତି।

0
0
0
s2sdefault