ହେଡଲାଇନସ୍:

ଜଳ ହିଁ ଜୀବନ’କୁ ନେଇ ସାହିତ୍ୟ ସଂସଦ ପକ୍ଷରୁ ଥଣ୍ଡା ପାନୀୟ ବଣ୍ଟନ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ସୁବର୍ଣ୍ଣପୁର,୭!୫(ପ୍ରକାଶ କୁମାର ହାତୀ ) ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ସାହିତ୍ୟ ସଂସଦ, ଦିବ୍ୟଜିବନୀ,ଜୁନିୟର ରେଡ଼କ୍ରସ ‘ଜଳ ହିଁ ଜୀବନ’କୁ ନେଇ ଏକ ଥଣ୍ଡାପାନୀୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡୁଙ୍ଗୁରିପାଲି ସାପ୍ତାହିକ ବଜାର ସମ୍ମୁଖରେ ୨୬ନମ୍ବର ଜାତୀୟ ରାଜପଥ ଆର ଏମସି ଛକ ନିକଟରେ ତୁଙ୍ଗୁରିପାଲି ଅବସର ପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀଧର ନାଏକଙ୍କ ତତ୍ତ୍ଵାବଧାରେ ବଜାର ଆସୁଥିବା ତୃଷାର ଲୋକଙ୍କୁ ଥଣ୍ଡା ପାଣି ଦେବାର ଏକ ମହନୀୟ କାର୍ଯ୍ୟ ଦେଖିବାକୁ ମିଳିଛି । ଲୋକଙ୍କୁ ଥଣ୍ଡା ଦହିପାଣି, ଜଳଜିରା, ସରବତ ପାଣି ଯୋଗାଇ ଦେଇଅଛି । ଏଥିରେ ସହ ଯୋଗ କରିଥିଲେ ସାହିତ୍ୟ ସଂସଦର ଅମୁଲ୍ୟ ବେହେରା,ବୀରେନ୍ଦ୍ର ସାହୁ, ନିମାଇଁ ମଲ୍ଲକ, ରାଧାକାନ୍ତ ଗଡତିଆ,ରିଲୁ ସେଟ,ଆୟୁଷ ମନ ବେହେରା, ସଞ୍ଜୟ ବେହେରା,ଆକାଶ ବେହେରା,ଅରମାନ ବେହେରା,ହୃଷିକେଶ ପଣ୍ଡା ,ପିୟୁଷ ନାଏକ,ସର୍ବେଶ୍ୱର ମେହେର,ଧୂର୍ବଚରଣ ବାରିକ, କୁମୁଦ ମଟାରୀପ୍ରମୁଖ କାର୍ଯ୍ୟକ୍ରମର ଉପସ୍ଥିତ ରହି ଲୋକଙ୍କୁ ଥଣ୍ଡା ପାନୀୟ ବଣ୍ଟନ କରିଥିଲେ । ସମାଜସେବା କାର୍ଯ୍ୟକୁ ବିଭିନ୍ନ ମହଳରେ ପ୍ରଶଂସା କରାଯାଇଛି ।

0
0
0
s2sdefault